ସ୍ବାଧୀନତାରର ୭୫ବର୍ଷ ପୂର୍ତ୍ତି ଅବସରରେ ୭୫ମିଟର ଲମ୍ବର ତ୍ରିରଙ୍ଗା ଶୋଭାଯାତ୍ରା
ରେଙ୍ଗାଲିକ୍ୟାମ୍ପ: ସମଗ୍ର ଭାରତ ଆଜି ସ୍ୱାଧୀନତାର ଅମୃତ ମହୋତ୍ସବରେ ଆଜି ଅମୃତମୟ ହୋଇ ଉଠିଛି। ତିନି ଧରି ଚାଲୁଥିବା ଏହି ଅମୃତ ମହୋତ୍ସବର ଆଜି ଦ୍ୱିତୀୟ ଦିବସରେ ଗୋଡ଼ଭଗା ଜାତୀୟ ରାଜପଥରେ ସାଧାରଣ ଜନତା ଉଡାଇଥିଲେ ତ୍ରିରଙ୍ଗା। ଗୋଡ଼ଭଗା ମା’ ଦୁର୍ଗାପୂଜା କମିଟିର ଆୟୋଜନକ୍ରମେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା। ଏହି ଶୋଭାଯାତ୍ରାରେ ଦେଶର ସ୍ବାଧୀନତା ପ୍ରାପ୍ତିର ୭୫ବର୍ଷ ପୂର୍ତ୍ତି ଅବସରରେ ୭୫ ମିଟର ଲମ୍ବର ତ୍ରିରଙ୍ଗା ପତାକା ଧରି ଅାବଳ ବୃଦ୍ଧା ବନିତା ସାମିଲ ହୋଇଥିଲେ। ବନ୍ଦେ ମାତରଂ, ଜୟ ହିନ୍ଦ୍, ଦେଶ କି ସାନ୍ ତ୍ରିରଙ୍ଗା ଆଦି ନାରାରେ କମ୍ପି ଉଠିଥିଲା ରାଜପଥ। ଧନୀ, ଗରିବ , ଉଚ୍ଚ, ନୀଚ ଆଦି ଭେଦଭାବ ଭୁଲି ଏହି ତ୍ରିରଙ୍ଗା ତଳେ ଏକାକାର ହୋଇ ଭାଇଚାରାର ବାର୍ତ୍ତା ଦେଇଥିଲେ।
ସମସ୍ତଙ୍କ ମୁହଁରେ ଜାତୀୟ ଏକତାର ଭାବଧାରା ପ୍ରସ୍ଫୁଟିତ ହୋଇ ଉଠିଥିଲା। ବିଦ୍ୟାଳୟର ଛାତ୍ର ଛାତ୍ରୀ, ବିଭିନ୍ନ ଅନୁଷ୍ଠାନ, ଗୋଡ଼ଭଗା ଓ କଳାମାଟିର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ବିଦ୍ୟୁତ୍ ବିଭାଗ, ଫାଣ୍ଡି ଅଧିକାରୀ, କର୍ମଚାରୀ, ଆଲୁମିନା କମିଟି, ନାଗରିକ କମିଟି,ମା ସମଲେଶ୍ବରୀ ମନ୍ଦିର କମିଟି, ଲାୟାନ୍ସ କ୍ଲବ୍, ଟ୍ରକ୍ ଆସୋସିଏସନ, ମାରୱାଡ଼ି ଯୁବା ମଞ୍ଚ, ରୋଟାରୀ କ୍ଲବ୍, ସମେତ ବିଭିନ୍ନ ବର୍ଗର ଜନସାଧାରଣ ହର୍ଷ ଉଲ୍ଲାସରେ ଭାରତର ଜୟ ଧ୍ବନି କରି ଶୋଭାଯାତ୍ରାରେ ସାମିଲ ହୋଇ ନିଜକୁ ଗୌରବାନ୍ବିତ ମଣିଥିଲେ। ଦେଶାତ୍ମବୋଧକ ନୃତ୍ୟ ଗୀତର ତାଳେ ତାଳେ ଶୋଭାଯାତ୍ରା ଟି ଗୋଡ଼ଭଗା ଛକ ପର୍ଯ୍ୟନ୍ତ ପହଞ୍ଚିଥିଲା।
Comments are closed.