www.samajalive.in
Wednesday, December 10, 2025
23.1 C
Bhubaneswar

ହର୍‍-ଘର୍‍-ତ୍ରିରଙ୍ଗା ଅଭିଯାନ ପ୍ରତି ସାରା ଦେଶରେ ଉଚ୍ଛ୍ୱସିତ ସମର୍ଥନ

ନୂଆଦିଲ୍ଲୀ : ସାରା ଦେଶରେ ଏବେ ଚାଲିଛି ହର୍‍-ଘର୍‍-ତ୍ରିରଙ୍ଗା ଅଭିଯାନ। ଶନିବାର ଠାରୁ ଆରମ୍ଭ ହୋଇଥିବା ହର୍‍-ଘର୍‍-ତ୍ରିରଙ୍ଗା ଅଭିଯାନ ପ୍ରତି ସାରା ଦେଶରେ ଉଚ୍ଛ୍ୱସିତ ସମର୍ଥନ ମିଳିଛି । ନିଜ ନିଜ ଘରେ ତ୍ରିରଙ୍ଗା ଉଡାଇ ଦେଶ ସ୍ୱାଧୀନତାର ୭୫ବର୍ଷ ପାଳନ କରିବା ଲକ୍ଷ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଛି। ଆଜାଦୀ କା ଅମୃତ ମହୋତ୍ସବର ଅଂଶବିଶେଷ ଭାବେ ଆରମ୍ଭ ହୋଇଥିବା ହର୍‍-ଘର୍‍-ତ୍ରିରଙ୍ଗା ଅଭିଯାନ ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ । ଏହି ଅଭିଯାନ ପ୍ରତି ଲୋକମାନଙ୍କର ଉଚ୍ଛ୍ୱସିତ ସମର୍ଥନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନନ୍ଦ ପ୍ରକାଶ କରିଛନ୍ତି । ଟ୍ୱିଟ୍‍ କରି ଶ୍ରୀ ମୋଦି କହିଛନ୍ତି ସମାଜର ବିଭିନ୍ନ ବର୍ଗର ଲୋକମାନେ ବହୁସଂଖ୍ୟାରେ ଏହି ଅଭିଯାନରେ ଅଂଶଗ୍ରହଣ କରିବା ଅତ୍ୟନ୍ତ ଆନନ୍ଦର ବିଷୟ । ଆଜାଦୀ କା ଅମୃତ ମହୋତ୍ସବ ପାଳନ ପାଇଁ ଏହା ଏକ ସର୍ବୋତ୍କୃଷ୍ଟ ପନ୍ଥା ବୋଲି ଶ୍ରୀ ମୋଦୀ ବର୍ଣ୍ଣନା କରିଛନ୍ତି । ହର୍‍-ଘର୍‍-ତ୍ରିରଙ୍ଗା ଡଟ୍‍ କମ୍‍ ଜରିଆରେ ତ୍ରିରଙ୍ଗା ପତାକାର ଫଟୋ ପଠାଇବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

Hot this week

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

Related Articles

Popular Categories