www.samajalive.in
Wednesday, December 10, 2025
16.1 C
Bhubaneswar

ମହାନଦୀରେ ବନ୍ୟା ପରିସ୍ଥିତି; ହୁଳୁହୁଳା ପୋଲ ଉପରେ ପାଣି

ବାଙ୍କୀ: ଦୀର୍ଘ ୭ଦିନ ଧରି ଲଘୁଚାପ ଓ ଲଗାଣ ବର୍ଷାରେ ବାଙ୍କୀର ବହୁ ଚାଷ ଜମି ଜଳମଗ୍ନ ହୋଇଛି। ସୂଚନା ଅନୁଯାୟୀ, ଅଗଷ୍ଟ ୭ତାରିଖରୁ ୧୪ତାରିଖ ପର୍ଯ୍ୟନ୍ତ ୫୦୯ ମିଲିମିଟର ବର୍ଷା ହୋଇଥିବା ସରକାରୀ ସ୍ତରରେ ସୂଚନା ମିଳିଛି। ପ୍ରଭାବରେ ମହାନଦୀରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ୩୪ଟି ଗେଟ ଦେଇ ହୀରାକୁଦରୁ ମହାନଦୀକୁ ଜଳ ନିଷ୍କାସନ ହେଉଥିବାରୁ ସୋମବାର ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀଠାରେ ଜଳ ପହଞ୍ଚିବ। ପ୍ରଭାବରେ ଗୋଟିଏ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ଆଶଙ୍କା କରାଯାଉଛି। ରବିବାର ଦିନ ସକାଳେ ମହାନଦୀର ଜଳ ଫୁଲି ଘୋଡାବର ଓ ରତାଗଡ଼ ମଧ୍ୟରେ ଥିବା ସୁବର୍ଣ୍ଣପୁର ଓ ବିନ୍ଧାଣିମା ମୁଖ୍ୟ ରାସ୍ତାର ହୁଳୁହୁଳା ପୋଲ ଉପରେ ବନ୍ୟା ଜଳ ପ୍ରଭାବିତ ହେଉଥିବା ହେତୁ ବର୍ଷା ଜଳ ସାଥିକୁ ବନ୍ୟା ଜଳ ବାଙ୍କୀ ବ୍ଲକର ୭ପଞ୍ଚାୟତ ସହିତ ତିଗିରିଆ ଅଞ୍ଚଳର ୨ପଞ୍ଚାୟତର ବିଭିନ୍ନ ଗ୍ରାମର ଚାଷ ଜମୀ ବ୍ୟାପକ ଜଳମଗ୍ନ ହେବା ଆଶଙ୍କା ବଢ଼ିଛି। ସେପଟେ ମହାନଦୀର ବନ୍ୟା ଜଳ ରଣ ନଦୀକୁ ପ୍ରବେଶ କରିବା ଦ୍ୱାରା ବିଲିପଡ଼ା-ତାଳବସ୍ତ ମୁଖ୍ୟ ରାସ୍ତା ଜଳମଗ୍ନ ହୋଇଛି। ପ୍ରଭାବରେ ଉଭୟ ବିଲିପଡ଼ା ଦେଇ ବାଙ୍କୀ ତାଳବସ୍ତ ପ୍ରଭାବିତ ହେବା ସହିତ ହୁଳୁହୁଳା ପୋଲ ଉପରେ ପାଣି ହେବା ଦ୍ୱାରା ସୁବର୍ଣ୍ଣପୁର-ବିନ୍ଧାଣିମା ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷାରେ ରଣ ନଦୀରେ ପଛୁଆ ଜଳ ବ୍ୟାପକ କୃଷି କ୍ଷେତ୍ର ଜଳମଗ୍ନ ଥିବା ହେତୁ ମହାନଦୀର ବନ୍ୟା ଜଳ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଉଭୟ ମହାନଦୀ କୂଳ ଗ୍ରାମ ଏବଂ ରଣନଦୀ ଅବବାହିକାରେ ଗ୍ରାମବାସୀ ଗୋଟିଏ ବନ୍ୟାର ମୁକାବିଲା କରିବା ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପ୍ରାରମ୍ଭିକ ଆକଳନରୁ କୃଷି ବିଭାଗର ସୂଚନା ଅନୁଯାୟୀ ଉଭୟ ଡମପଡ଼ା ଓ ବାଙ୍କୀ ବ୍ଲକର ଆପାତତ୍‍ ୧୦ହଜାର ହେକ୍ଟର ଚାଷ ଜମୀ ଓ ପନିପରିବା ଫସଲ ଲଗାଣ ବର୍ଷାରେ ପ୍ରଭାବିତ ହୋଇଛି। ରୁଆପୋତା ହୋଇଥିବା ଧାନ ଏବଂ ପନିପରିବା କ୍ଷତି ନେଇ ଚାଷୀ ମୁଣ୍ଡରେ ଚିନ୍ତା ଘାରିଛି। ଖୁବ୍‍ କମଦିନ ତଳେ ପନିପରିବା ଚାଷୀ ଅଭାବୀ ବିକ୍ରୀର ସମ୍ମୁଖୀନ ହେଉଥିଲା ବେଳେ ୧ସପ୍ତାହର ଲଗାଣ ବର୍ଷା ପ୍ରଭାବରେ ପରିବା ଚାଷୀ କ୍ଷତି ସହି ଏବେ ପରିବା ଦର ବଜାରରେ ଆକାଶ ଛୁଆଁ ହୋଇଛି। ହୀରାକୁଦ ଛାଡ଼ିଥିବା ବନ୍ୟା ଜଳ ପ୍ରଭାବରେ ମହାନଦୀର ଜଳସ୍ତର ଫୁଲିବାରେ ଲାଗିଛି।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories