www.samajalive.in
Wednesday, December 10, 2025
16.1 C
Bhubaneswar

ରାସ୍ତାର ଅବସ୍ଥା ବିପର୍ଯ୍ୟସ୍ଥ, ଅଭିନବ ପ୍ରତିବାଦ କଲେ କର୍ଲାପଡାବାସୀ

କଲମପୁର: ଦିନକ ପରେ ସମଗ୍ର ଦେଶ ପାଳନ କରିବ ସ୍ୱାଧିନତାର ୭୫ ବର୍ଷ ଆଜାଦ କା ଅମୃତ ମହୋତ୍ସବ। କିନ୍ତୁ ପରିତାପର ବିଷୟ ସ୍ୱାଧିନତାର ଏହି ୭୫ ବର୍ଷରେ ମଧ୍ୟ ଅନେକ ଗାଁକୁ ନାହିଁ ରାସ୍ତାର ସୁବିଧା। ଯେଉଁଥିପାଇଁ ଏବେ ମଧ୍ୟ ଅନେକ ଲୋକ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଗାଁ ଠାରୁ ବାହାରକୁ ବାହାରନ୍ତି। ବର୍ଷା ଦିନେ ଯମ ଯନ୍ତ୍ରଣା ଭୋଗନ୍ତି ଲୋକେ। ଅନେକ ଗାଁରେ ବିଭିନ୍ନ ପ୍ରକାର କୌଶଳରେ ପ୍ରତିବାଦ କରୁଛନ୍ତି। କିନ୍ତୁ କଲମପୁର ବ୍ଲକ ଅଧିନସ୍ଥ ଦେପୁର ଗ୍ରାମର କର୍ଲାପଡା ବାସୀ କାଦୁଅ ରାସ୍ତାରେ ଧାନ ତଳି ରୋଇ ଅଭିନବ ପ୍ରତିବାଦ କରିଛନ୍ତି।
କଲମପୁର ଜୁନାଗଡ ମୁଖ୍ୟ ରାସ୍ତା ନିକଟରୁ ମାତ୍ର ଦେଢ କିଲୋମିଟର ମଧ୍ୟରେ ରହିଛି ଦେପୁର ଗ୍ରାମର ଏକ ପଡା ଗ୍ରାମ କର୍ଲାପଡା। ଏହି ପଡାରେ ପ୍ରାୟ ୪୦ ପରିବାରର ୨ଶହରୁ ଅଧିକ ଲୋକ ବସବାସ କରନ୍ତି। ପ୍ରାଥମିକ ଶିକ୍ଷା ପାଇଁ ଗାଁରେ ବିଦ୍ୟାଳୟର ବ୍ୟବସ୍ଥା ନାହିଁ। ଗତ୨୦୧୮ ମସିହାରେ ଛାତ୍ର ଛାତ୍ରୀ ସଂଖ୍ୟା ଅଭାବ ଦର୍ଶାଇ ବିଦ୍ୟାଳୟକୁ ଉଚ୍ଛେଦ କରାଯାଇ ପ୍ରାୟ ପଡା ଠାରୁ ୨ କିଲୋମିଟର ଦୂରରେ ଥିବା ବାବୁକେନ୍ଦୁଗୁଡା ବିଦ୍ୟାଳୟରେ ସଂଯୋଗ କରାଗଲା। ପଡା ଗ୍ରାମରେ ଥିବା ୨୦ରୁ ଅଧିକ କୋମଳମତି ଛାତ୍ର ଛାତ୍ରୀ ପ୍ରତିଦିନ କାଦୁଅ ରାସ୍ତା ସହ କଲମପୁର ଜୁନାଗଡ ମୁଖ୍ୟ ରାସ୍ତା ପାର ହେଇ ବିଦ୍ୟାଳୟକୁ ଯାଇଥାନ୍ତି। କେବଳ ଛାତ୍ର ଛାତ୍ରୀ ନୁହେଁ ବର୍ଷା ଦିନେ ଗାଁକୁ ପହଞ୍ଚି ପାରେ ନାହିଁ ଆମ୍ବୁଲେନ୍ସ ସେବା। ଯେଉଁଥିପାଇଁ ଗର୍ଭବତୀ ଅଥବା ରୋଗୀଙ୍କୁ ଚିକିତ୍ସାଳୟ ପହଞ୍ଚାଇବାକୁ ହେଲେ ଖଟିଆରେ ବୋହି ଇଛାପୁର ଛକ ନିକଟକୁ ଯିବାକୁ ପଡ଼ିଥାଏ। ବାରମ୍ବାର ରାସ୍ତା ମରାମତି ପାଇଁ ଗୁହାରୀ କରୁଥିଲେ ମଧ୍ୟ କେହି ପ୍ରଶାସନିକ ଅଧିକାରୀ ଅଥବା ଲୋକ ପ୍ରତିନିଧି ଗୁରୁତ୍ୱ ଦେଇନଥିବାରୁ ଏବେ ରାସ୍ତାର ଅବସ୍ଥା ଅତ୍ୟନ୍ତ ଦୟନୀୟ। ତେଣୁ ଶନିବାର ଦିନ ପଡାବାସୀ କାଦୁଅ ରାସ୍ତାରେ ଧାନ ତଳି ରୋଇ ଅଭିନବ ପ୍ରତିବାଦ କରିଛନ୍ତି। ଅପରପକ୍ଷରେ ସରପଞ୍ଚ ଟିଙ୍କଲ ପାତ୍ର କହିଛନ୍ତି ଯେ ରାସ୍ତାର ଦୟନୀୟ ଅବସ୍ଥାନେଇ ମୁଁ ଜାଣି ସାରିଛି। ତୁରନ୍ତ ରାସ୍ତାର ମରାମତି ପାଇଁ ଆବଶ୍ୟକ ପଦକ୍ଷେପ ନେବି ବୋଲି ସେ ପ୍ରକାଶ କରିଛନ୍ତି।

Hot this week

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

Related Articles

Popular Categories