www.samajalive.in
Tuesday, December 9, 2025
15.1 C
Bhubaneswar

ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଅଭିଭାବକଙ୍କ ବୈଠକ

ରେଙ୍ଗାଲି:ରେଙ୍ଗାଲି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଏବଂ ଅଭିଭାବକଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ରମଣୀକାନ୍ତ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ନୂତନ ଭାବରେ ଯୋଗଦାନ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପରିଚୟ ପ୍ରଦାନ କରାଯାଇଥିଲା। ଏହାପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ଉପରେ ଆଲୋଚନା କରାଯାଇ ଏକାଡେମିକ୍ ବାର୍ତ୍ତା ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ସାମୟିକ ପରୀକ୍ଷାର ପରିଣାମ, ମୋ ସ୍କୁଲ ଅଭିଯାନ ଉପରେ ଆଲୋଚନା କରାଯାଇ ସ୍କୁଲର ଉନ୍ନତିକରଣ କାର୍ଯ୍ୟ ସଂକ୍ରାନ୍ତରେ ବିଚାର ବିମର୍ଶ କରାଯାଇଥିଲା। ଅଭିଭାବକମାନେ ଶିକ୍ଷା ସମ୍ବନ୍ଧିତ ନିଜ ନିଜର ମତ ସ୍କୁଲରେ ଥିବା ଅଭିମତ ବାକ୍ସରେ ଲିଖିତ ଆକାରରେ ଦେବାର ବ୍ୟବସ୍ଥା ରହିଛି ବୋଲି ବୈଠକରେ ଅବଗତ କରିଥିଲେ। ବୈଠକରେ ରମେଶ ମାହାଣାଙ୍କୁ ଅଭିଭାବକ କମିଟିର ସଭାପତି ରୂପେ ମନୋନୀତ କରାଯାଇଥିଲା। ସ୍କୁଲରେ ଯୋଗ ଶିକ୍ଷା ପ୍ରଦାନର ବ୍ୟବସ୍ଥା କରିବାକୁ ଅଭିଭାବକମାନଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଶିକ୍ଷୟିତ୍ରୀ ରଞ୍ଜିତା ପ୍ରଧାନ ବୈଠକ ପରିଚାଳନା କରିଥିଲେ ଏବଂ ସୁସ୍ମିତା ବୋଷ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories