ଦିଲ୍ଲୀରେ ୨୨ ବର୍ଷୀୟା ଯୁବତୀଙ୍କୁ ମଙ୍କିପକ୍ସ – ଦେଶର ରାଜଧାନୀରେ ପଞ୍ଚମ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ – ଦିଲ୍ଲୀରେ ଜଣେ ୨୨ ବର୍ଷୀୟା ଯୁବତୀ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ଲୋକନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଶୁକ୍ରବାରରେ ମହିଳାଙ୍କୁ ରକ୍ତ ପରୀକ୍ଷଣରୁ ମଙ୍କିପକ୍ସ ହୋଇଥିବା କଥା ସ୍ପଷ୍ଟ ହୋଇଥିଲା ।
Delhi reports 5th monkeypox patient
A patient was admitted in LNJP & her sample tested positive for monkeypox y’day. At present, 4 patients are admitted, 1 discharged. Total 5 cases have yet been reported here. Team of doctors is treating her: Dr Suresh Kumar, MD LNJP hospital pic.twitter.com/8mzmTB23Y2
— ANI (@ANI) August 13, 2022
ଲୋକନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲ୍ରେ ସମସ୍ତ ୫ ଜଣ ଆକ୍ରାନ୍ତଙ୍କୁ ଚିକିତ୍ସା କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ଠିକ୍ ହୋଇ ଘରକୁ ଫେରିଥିବା ବେଳେ ୪ ଜଣଙ୍କ ଚିକିତ୍ସା ଚାଲିଛି । ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଥିବା କଥା ଚିକିତ୍ସା କରୁଥିବା ଡାକ୍ତର ସୁରେଶ କୁମାର ସୂଚନା ଦେଇଛନ୍ତି ।
Comments are closed.