www.samajalive.in
Saturday, December 13, 2025
27.1 C
Bhubaneswar

ଆମେରିକାରେ ‘ମାଇକେଲ’ ପ୍ରଳୟ; ୬ ମୃତ

ୱାଶିଂଟନ : ଆମେରିକାର ଦକ୍ଷିଣପୂର୍ବ ରାଜ୍ୟ ଫ୍ଲୋରିଡ଼ାରେ ଗୁରୁବାର ସାମୁଦ୍ରିକ ଝଡ଼ ‘ମାଇକେଲ’ ଭୟଙ୍କର ବିପର୍ଯ୍ୟୟ ସୃଷ୍ଟି କରିଛି। ଏଥିରେ ବହୁ ଧନ ଜୀବନ କ୍ଷୟୟକ୍ଷତି ଘଟିଛି। ଝଡ଼ରେ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ କେତେକ ସ୍ଥାନର ଲୋକଙ୍କ ବାସଭବନ ଭାଙ୍ଗି ମାଟିରେ ମିଶିଯାଇଛି। ଏହି ସାମୁଦ୍ରିକ ଝଡ଼ ଏବେ ଭର୍ଜିନିଆ ପୂର୍ବାଞ୍ଚଳ ଅତିକ୍ରମ କରି ଆଟଲାଣ୍ଟିକ୍‍ ମୁହାଁ ହୋଇଛି। ତେବେ ‘ମାଇକେଲ’ ପ୍ରଭାବରେ ମେକ୍ସିକୋ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ମେକ୍ସିକୋ ପୂର୍ବତଟବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ଘର ଭାଙ୍ଗିଯାଇଥିବା ବେଳେ ଗଛ ଉପୁଡ଼ି ପଡ଼ିଛି। ସମୁଦ୍ର ମଧ୍ୟରେ ବହୁ ଡଙ୍ଗା ଓ ଯନ୍ତ୍ରଚାଳିତ ବୋଟ ଉଲଟି ପଡ଼ିଛି। ଗାଡ଼ିମଟର ଓଲଟି ରାସ୍ତା କଡ଼ରେ ପଡ଼ିଥିବା ଦେଖିବାକୁ ମିଳିଛି। ଫଳରେ ବିଦ୍ୟୁତ୍‍ ସରବରାହ ବ୍ୟାହତ ହୋଇଛି। ସାଧାରଣ ପରିବହନ ବ୍ୟବସ୍ଥା ବନ୍ଦ ହୋଇଯାଇଛି।  ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ସହର ତଳବର୍ତ୍ତୀ ଅଞ୍ଚଳ ଗଡ଼ିକ ଜଳମଗ୍ନ ହୋଇ ରହିଛି । ଫ୍ଲୋରିଡ଼ା ଗଭର୍ଣ୍ଣର ରିକ୍‍ ସ୍କଟ୍‍ କହିଛନ୍ତି ଯେ ମାଇକେଲ ସାମୁଦ୍ରିକ ଝଡ଼ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ରାସ୍ତାଘାଟ ସଫା କରି ଗାଡ଼ିମଟର ଚଳାଚଳକୁ ସ୍ୱଭାବିକ କରିବା ପାଇଁ ଉଦ୍ଧାରକାରୀ ଦଳ ମୁତୟନ ହୋଇଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଝଡ଼ ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ସାହଯ୍ୟ ଯୋଗାଇ ଦେବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଫ୍ଲୋରିଡ଼ା ନ୍ୟାସନାଲ ଗାର୍ଡ଼ର ୨୦୦୦ରୁ ଅଧିକ ସୈନ୍ୟ ଉଦ୍ଧାର ଅଭିଯାନରେ ମୁତୟନ ହୋଇଛନ୍ତି। ସୂଚନା ଅନୁସାରେ ଝଡ଼ରେ ଗାଡ଼ସଡେନ୍‍ କାଉଣ୍ଟିରେ ୪, ଜର୍ଜିଆରେ ଜଣେ, ଇତ୍ତର କାରୋଲିନାରେ ଜଣଙ୍କ ମୃତ୍ୟୁ ଘଟିଛି। ବୁଧବାର ଅପରାହ୍ଣରେ ମାଇକେଲ ଫ୍ଲୋରିଡ଼ା ସ୍ପର୍ଶ କରିଥିଲା। ମାଇକେଲକୁ ୪ ନମ୍ବର ବିପଦ ଶ୍ରେଣୀଭୁକ୍ତ କରାଯାଇଥିଲା। ଏହାକୁ ଆମେରିକାର ଶତାବ୍ଦିର ସବୁଠୁ ବଡ଼ ଝଡ଼ ବୋଲି କୁହାଯାଉଛି।

Hot this week

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

Related Articles

Popular Categories