www.samajalive.in
Wednesday, December 10, 2025
18.1 C
Bhubaneswar

ସତର୍କ! ଆସନ୍ତା ଦୁଇ ଦିନ ବନ୍ଦ ରହିବ ଇଣ୍ଟରନେଟ୍‍, ହୋଇପାରିବନି ବ୍ୟାଙ୍କ ଟ୍ରାଜାଂକ୍ସନ

ମସ୍କୋ : ଇଣ୍ଟରନେଟ୍‍ ବ୍ୟବହାରକାରୀଙ୍କ ପାଇଁ ଆସନ୍ତା ଦୁଇ ଦିନ କଷ୍ଟକର ରହିବ। କାରଣ ଆସନ୍ତା କାଲିଠାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ଇଣ୍ଟରନେଟ୍‍ ସେବା ବନ୍ଦ ରହିବ। ‘ରୁଷିଆ ଟୁଡେ’ରେ ପ୍ରକାଶିତ ରିପୋର୍ଟ ଅନୁସାରେ ଇଣ୍ଟରନେଟ ଉପଭୋକ୍ତାଙ୍କୁ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ନେଟୱର୍କ ସଂଯୋଗ ବିଚ୍ଛିନ୍ନ ହେବା ଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ିବ। ସୂଚନା ଅନୁସାରେ ଇଣ୍ଟରନେଟ୍‍ର ମୁଖ୍ୟ ସର୍ଭର ବା ମେନ୍‍ ଡୋମେନ୍‍ ସର୍ଭରକୁ ସଂଯୋଗ କରୁଥିବା ନେଟୱର୍କ ଇନଫାଷ୍ଟ୍ରକଚର ପ୍ରାୟ ୪୮ ଘଣ୍ଟା ବନ୍ଦ ରହିବ। ‘ଦ ଇଣ୍ଟରନେଟ୍‍ ଅଫ ଆସାଇଣ୍ଡ ଆଣ୍ଡ ନମ୍ବର୍ସ (ଆଇସିଏଏନ୍‍ଏନ୍‍)ରେ ୪୮ ଘଣ୍ଟା ପର୍ଯ୍ୟନ୍ତ ପରିଚାଳନା (ମେଣ୍ଟେନାସ) କାର୍ଯ୍ୟ ହେବ। ଏଥିରେ ଆଇସିଏଏନ୍‍ଏନ୍‍ ପକ୍ଷରୁ କିପ୍ଟୋଗ୍ରାଫିକ୍‍ କି’ ବଦଳା ଯିବ। ଏହା ଇଣ୍ଟରନେଟ୍‍ର ଆଡ୍ରେସ୍‍ ବୁକ୍‍ ବା ଡୋମେନ୍‍ ନେମ ସିଷ୍ଟମ୍‍ (ଡିଏନ୍‍ଏସ୍‍)କୁ ସୁରକ୍ଷା ଦେବ। ଆଇସିଏଏନ୍‍ଏନ୍‍ ପକ୍ଷରୁ କୁହାଯାଇଛି ଯେ ଦିନକୁ ଦିନ ସାଇବର ଆଟାକ୍‍ ବା ସାଇବର ଅପରାଧ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ଏହାକୁ ରୋକିବା ପାଇଁ କିପ୍ଟୋଗ୍ରାଫିକ୍‍ କି’କୁ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଛି। ଯୋଗାଯୋଗ ନିୟାମକ ପ୍ରାଧିକରଣ (ସିଆରଏ) ପକ୍ଷରୁ କୁହାଯାଇଛି ଯେ ସ୍ଥିର ଏବଂ ହ୍ୟାକ୍‍ରୁ ସୁରକ୍ଷିତ ଡିଏନ୍‍ଏସ୍‍ ସୁନିଶ୍ଚିତ କରିବା ପାଇଁ ବିଶ୍ୱବ୍ୟାପି ଇଣ୍ଟରନେଟ୍‍କୁ କିଛି ସମୟ ବନ୍ଦ କରିବାକୁ ପଡ଼ିବ। ଏହି ସମୟ ମଧ୍ୟରେ ସିଷ୍ଟମ ସିକ୍ୟୁରିଟି ଆକ୍ସେସନ୍‍କୁ ଏନାବଲ କରି ଇଣ୍ଟରେଟ୍‍ ସେବା ପ୍ରଦାନକାରୀ ସଂସ୍ଥା (ଆଇଏସ୍‍ପିଏସ୍‍)ମାନେ ନିଜ ଉପଭୋକ୍ତାଙ୍କୁ ଇଣ୍ଟରନେଟ୍‍ ସେବା ଯୋଗାଇ ପାରିବେ। କିନ୍ତୁ ମଝିରେ ମଝିରେ ଇଣ୍ଟରନେଟ୍‍ ସେବା ବ୍ୟାହତ ହେବ। ଫଳରେ ଏହି ସମୟ ମଧ୍ୟରେ ବ୍ୟାଙ୍କ ଲିଙ୍କ୍‍ ଓ ବ୍ୟାଙ୍କ ଟ୍ରାଜାଂକ୍ସନ ଫେଲ୍‍ ହେବା ଭଳି ସମସ୍ୟା ଦେଖାଯିବ।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories