www.samajalive.in
Saturday, December 13, 2025
27.1 C
Bhubaneswar

ତିତଲି ପ୍ରଭାବ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର

ଆରଡି : ସାମୁଦ୍ରିକ ବାତ୍ୟା ତିତଲି ପ୍ରଭାବରେ ଭଦ୍ରକ ଜିଲ୍ଲାରେ ଗୁରୁବାର ମଧ୍ୟରାତ୍ରରୁ ଲାଗି ରହିଛି ଝଡ ବର୍ଷା। ତାହାସହ ସମୁଦ୍ର ଅଶାନ୍ତ ଯୋଗୁ ମାଡି ଆସୁଛି ଉଚ୍ଚ ଜୁଆର ଢେଉ। ଯାହାଫଳରେ ସମୁଦ୍ର ମୁହାଣ ନିକବର୍ତ୍ତୀ ତଥା ଭଦ୍ରକ ଜିଲା ନଇକୂଳିଆ ଅଞ୍ଚଳ ଭାବେ ପରିଚିତ ଆରଡି, ନାନ୍ଦପୁର, ଓଳଗ ଓ ସୁନ୍ଦରପୁର ପଞ୍ଚାୟତର ୨୫ଟି ଗାଁର ଲୋକ ଏବେ ଆତଙ୍କିତ ହୋଇ ପଡିଛନ୍ତି। ଅନ୍ୟପଟେ ଏହି ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ବୈତରଣୀ ଓ ସାଳନ୍ଦୀ ନଦୀ ଉଚ୍ଚ ଜୁଆର ଢେଉରେ ଫୁଲିବାରେ ଲାଗିଛି । ଏପରିକି ପାଲଟପୁର, ଶୀତଳପୁର, ମୁଆଁ, ବୋଡକ, ଷାଠିବାଙ୍କୁଡା, ଅମୃତମଣୀ, ଦୋହରାପାଟଣା ଓ ସୁନ୍ଦରପୁର ଗାଁର ଲୋକମାନେ ନଈବନ୍ଧକୁ ଜଗି ରହିଛନ୍ତି। କିଛିଦିନ ତଳେ ଷାଠିବାଙ୍କୁଡା ଗାଁ ନିକଟରେ ଧସି ଯାଇଥିବା ନଦୀବନ୍ଧରେ ଜଳସେଚନ ବିଭାଗ ପକ୍ଷରୁ ବାଲି ବସ୍ତା ପକାଯିବା ସହିତ ଯେପରି ସାମ୍ଭାବ୍ୟ ବନ୍ୟା ପରିସ୍ଥିତ ଦେଖାଗଲେ ଘାଇ ନହେବ ସେଥିପାଇଁ କଡା ପଦକ୍ଷପ ନିଆଯାଇଥିବା ବିଭାଗୀୟ ଏସଡିଓ ଭୁବନାନନ୍ଦ ମହାନ୍ତି ପ୍ରକାଶ କରିଛନ୍ତି। ସେହିପରି ଆଖଣ୍ଡଳମଣି-କୁଆଖିଆ ଜାତୀୟ ରାଜପଥର ବୋଡକ ନିକଟରେ ୬୦ଫୁଟ ରାସ୍ତା ନଦୀ ମଧ୍ୟକୁ ଢଳି ରହିଥିବାରୁ ଭୟରେ ଲୋକମାନେ ଯାତାୟତ କରୁନଥିବା ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି। ଏପରି ସ୍ଥିତ ଅନୁଧ୍ୟାନ ଲାଗି ପୂର୍ବତନ ଜିଲା ପରିଷଦ ସଭ୍ୟ ତଥା ଜିଲା ଜୀବନ ବିନ୍ଦୁର ସଂଯୋଜକ ଅଜୟ ନାୟକ କ୍ଷେତ୍ର ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକମାନଙ୍କ ଠାରୁ ସମସ୍ୟା ବାବଦରେ ପଚାରି ବୁଝିଥିଲେ। ତାହାସହ ଷାଠିବାଙ୍କୁଡ ଠାରେ ବୈତରଣୀ ନଦୀବନ୍ଧ ନିକଟକୁ ଯାଇ ମରାମତି କରାଯାଉଥିବା କାର୍ଯ୍ୟ ବୁଲି ଦେଖିଥିଲେ। ଏପରିକି ଶ୍ରୀ ନାୟକ ତାଙ୍କର ପ୍ରତିକ୍ରୟାରେ ଜଳସେଚନ ବିଭାଗ ଏହି ବନ୍ଧର ସ୍ଥାୟୀ ମରାମତି କରୁନଥିବାରୁ ପ୍ରତିବର୍ଷ ବର୍ଷାଋତୁରେ ବାରମ୍ବାର ଏପରି ସମସ୍ୟା ଦେଖା ଦେବା ସହ ବନ୍ୟା ସମୟରେ ବହୁ ଧନଜିବନ କ୍ଷତି ଘଟୁଛି ବୋଲି ପ୍ରକାଶ କରିଥିଲେ। ଅନ୍ୟପଟେ ନଦୀବନ୍ଧ ଓ ଜାତୀୟରାଜପଥର ରାସ୍ତା ପାଖାପାଖି ହୋଇଥିବାରୁ ବିଗତ ୭ବର୍ଷ ମଧ୍ୟରେ ଏହି ରାସ୍ତାର ୪୦ଭାଗ ନଦୀଗର୍ଭରେ ଲିନ୍ନ ହେଲାଣି। ଉଭୟ ବିଭାଗର ସମ୍ବନୟ ଅଭାବ ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହେଉଥିବା ଶ୍ରୀ ନାୟକ ପ୍ରକାଶ କରିଥିଲେ।

Hot this week

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

Related Articles

Popular Categories