ପଠନ, ଲିଖନ ଓ ଆବୃତ୍ତି ଶିଶୁ ଲେଖକ କର୍ମଶାଳା
ଗଞ୍ଜାମ: ଗଞ୍ଜାମ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ଭାଷା ଓ ସାହିତ୍ୟକୁ ନେଇ ପଠନ, ଆବୃତ୍ତି ଓ ଲିଖନ, ବିଦ୍ୟାଳୟ ସ୍ତରୀୟ ଶିଶୁ ଲେଖକ କର୍ମଶାଳା ଆୟୋଜିତ ହୋଇଯାଇଛି। ହୁମ୍ମା ପ୍ରଳଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ହୁମ୍ମା କ୍ଲଷ୍ଟରରେ ଆୟୋଜିତ କାର୍ଯକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୀତାରାମ ପରିଡା ସଭାପତିତ୍ୱ କରିଥିଲେ। ଗଞ୍ଜାମ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗିରଥି ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ. ଓସେପl ଅତିରିକ୍ତ ନିର୍ଦେଶକ ତଥା ମୋ ସ୍କୁଲ ପ୍ରୋଗ୍ରାମ ଅଫିସର ଅବିନାଶ ଶତପଥୀ, ବିଜୟ ଚନ୍ଦ୍ର ବେହେରା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ମହେଶ୍ୱର ବେହେରା ପ୍ରଧାନ ଶିକ୍ଷକ, ଲଡ଼ୁ କିଶୋର ମୁଦୁଲି, ରବୀନ୍ଦ୍ର ସେଠି, ମହେଶ ବେହେରା, ଦେବହରୀ ବେହେରା, ପ୍ରକାଶ ଚନ୍ଦ୍ର ବେହେରା, ସୁରେନ୍ଦ୍ର ସେଠୀ, ରମେଶ ଚନ୍ଦ୍ର ବେହେରା, ସୂର୍ଯ୍ୟ ନାୟକ, ନରସିଂହ ବେହେରା, ପ୍ରିୟଙ୍କା ମହାପାତ୍ର, ଦାମୋଦର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁଲତା ଶତପଥୀ ଓ ଶିକ୍ଷୟତ୍ରୀ ଉର୍ବଶୀ ଜେନା, ସୋନାଲି ବିଶ୍ୱାଳ, ବିଜୟଲକ୍ଷ୍ମୀ ଦେଇ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ଏବଂ ବିଦ୍ୟାଳୟ ପରିସରରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Comments are closed.