www.samajalive.in
Monday, December 15, 2025
27.1 C
Bhubaneswar

କଂଗ୍ରେସ ଛାଡ଼ି ପାରନ୍ତି ଆଉ କିଛି ନେତା

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ କ୍ରାନ୍ତି ଦିବସ ପାଳନ କରୁଥିବାବେଳେ କିଛି ନେତା ଦଳ ଛାଡ଼ି ଥିଲେ। ତିନି ଦିନ ପରେ ଆଉ କିଛି ନେତା ଦଳ ଛାଡ଼ିବାକୁ ସଜବାଜ ହେଉଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି। କେଉଁ କାରଣ ପାଇଁ ଓ କେତେ ସଂଖ୍ୟାରେ ନେତା ଦଳ ଛାଡ଼ିବେ ଜଣାପଡି ନ ଥିବାବେଳେ ଏଥିରେ କିଛି ଯୁବ ଓ ଛାତ୍ର ନେତା ଥିବା ଜଣାପଡିଛି। ଏ ସମ୍ପର୍କରେ ଶୁକ୍ରବାର ସେମାନେ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି। ଦଳ ଛାଡ଼ିବାର କାରଣ ସମ୍ପର୍କରେ ସେମାନେ ସ୍ପଷ୍ଟ କରିବେ ବୋଲି ସୂଚନା ଦିଆଯାଇଛି। ଦଳୀୟ ଅନ୍ତଃକନ୍ଦଳକୁ ନେଇ ଅସନ୍ତୁଷ୍ଟ ନେତା ଦଳ ଛାଡୁଥିବା କୁହାଯାଉଛି।

ସୂଚନାଯୋଗ୍ୟ ଯେ ଗତ ମଙ୍ଗଳବାର ପୂର୍ବତନ ସାଂସଦ ରାଧାକାନ୍ତ ଦିଗଲ, ପୂର୍ବତନ ବିଧାୟକ ରବିନ୍ଦ୍ର କୁମାର ବେହେରା, ପୂର୍ବତନ ପିସିସି ମୂଖପାତ୍ର ଅଶୋକ ସାମଲ, ନିକୁଞ୍ଜ ପସାୟତ, ପୂର୍ବତନ ପିସିସି ସାଧାରଣ ସମ୍ପାଦକ(ସଂଗଠନ) ବିଶ୍ୱଜିତ ଦାସ, ଛାତ୍ର କଂଗ୍ରେସର ଜାତୀୟ ସଂଯୋଜକ ସୌମ୍ୟ ମିଶ୍ର, ବ୍ରହ୍ମପୁର ନଗର କଂଗ୍ରେସ ସଭାପତି ସୁଜୟ କୁମାର ଆଚାର୍ଯ୍ୟ, ଯୁବ କଂଗ୍ରେସ ନେତା ଅତୁଲ୍ୟ ପାଢ଼ୀ, କୃଷକ ସେଲ ନେତା ତାପସ ମିଶ୍ରଙ୍କ ସମେତ ବହୁ କର୍ମୀ ଦଳ ଛାଡିଥିଲେ। କଂଗ୍ରେସ ଦଳ ମୌଳିକ ନୀତି ଆଦର୍ଶରୁ ଦୂରେଇ ଯାଉଥିବା ଓ ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନ ଥିବା ସେମାନେ ଅଭିଯୋଗ କରିଥିଲେ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories