www.samajalive.in
Monday, December 15, 2025
16.1 C
Bhubaneswar

ଛୁଟି ମଂଜୁର ବିଲ ପାଇଁ ଲାଞ୍ଚ ନେବା ମାମଲା -ବୌଦ୍ଧ କୋଷାଗାରର ପୂର୍ବତନ ଆକାଉଣ୍ଟାଟ ଦଣ୍ଡିତ

ବୌଦ୍ଧ- : ଛୁଟି ମଂଜୁର ବିଲ ପାସ୍‌ କରାଇଦେବା ନେଇ ଲାଞ୍ଚ ନେବା ମାମଲାରେ ବିଚାର କରି ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ ସନ୍ତୋଷ କୁମାର ଜେନା ଅଭିଯୁକ୍ତ ପୂର୍ବତନ ବୌଦ୍ଧ କୋଷାଗାରର ଆକାଉଣ୍ଟାଟ ନାରାୟଣ ମଲିକଙ୍କୁ ୩ ବର୍ଷ କାରାଦଣ୍ଡାଦେଶ ଆଦେଶଦେବା ସହ ୫୦୦୦ ଟଙ୍କା ଜୋରିମୋନା ଆଦେଶ ଦେଇଛନ୍ତି । ଜରିମୋନା ଅନାଦେୟ ହେଲେ ଆଉ ୩ ମାସ ଜେଲ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଳେଖ ରହିଛି । ମାମଲାରୁ ପ୍ରକାଶ ଯେ, ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ଅବସରପ୍ରାପ୍ତ ପ୍ରଗତି ସହାୟକ ବ୍ରଜବିହାରୀ ମେହେର ନିଜର ଅବସରପରେ ଛୁଟି ମଂଜୁର ବିଲ ପାଇବା ପାଇଁ ବାରମ୍ବାର ବୌଦ୍ଧ କୋଷାଗାରକୁ ଆସୁଥିଲେ ସୁଧା ତାଙ୍କର ବିଲ ମଂଜୁର ହୋଇପାରୁନଥିଲା । ଏହି ବିଲ ପାସ୍‌ କରିବାକୁ କୋଷାଗାରର ଆକାଉଣ୍ଟାଟ ନାରାୟଣ ମଲିକ ୫ ହଜାର ଟଙ୍କା ଦାବି କରିଥିଲେ ।

ଏନେଇ ଶ୍ରୀ ମେହେର ବୌଦ୍ଧ ଭିଜିଲାନସର ଦ୍ୱାରସ୍ଥ ହୋଇଥିଲେ । ଗତ ୧୯.୧୦,୧୯ରେ ଏକାଉଣ୍ଡ ଶ୍ରୀ ମଲିକ ଅପରାହ୍ନ ୪ ଟା ସମୟରେ କୋଷାଗାର କାର୍ଯ୍ୟାଳୟ ଗେଟ ସମ୍ମୁଖରେ ଶ୍ରୀ ମେହେରଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କର୍ମଚରୀଙ୍କ ଦ୍ୱାରା ଧରାପଡିଥିଲେ । ଏନେଇ ଭିଜିଲାନ୍ସ ପକ୍ଷରୁ ବ୍ରହ୍ମପୁର ଭିଜିଲାନସ କେସ ନଂ ୨୮/୧୯ ରେ ମାମଲାରୁଜ କରି ତାଙ୍କୁ ଗିରଫ କରାଯାଇଥିଲା । ପରବର୍ତ୍ତୀ ସମୟରେ ମାମଲାଟି ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନସ ଜଜ୍‌ଙ୍କ ଅଦାଲତରେ ବିଚାର ହୋଇଥିଲା । ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନସ ଜଜ ମାମଲାକୁ ଗୁରୁବାର ଦିନ ବିଚାର କରି ପ୍ରମାଣ ଥିବା ନେଇ ଅଭିଯୁକ୍ତ ପୂର୍ବତନ ଏକାଉାଣ୍ଡ ନାରାୟଣ ମଲିକକୁ ୩ ବର୍ଷ କାରାଦଣ୍ଡାଦେଶ ଆଦେଶ ଦେବା ସହ ୫୦୦୦ ଟଙ୍କା ଜୋରିମୋନା ଆଦେଶ ପ୍ରଦାନ କରିଛନ୍ତି । ଜରିମୋନା ଅନାଦେୟ ହେଲେ ଆଉ ୩ ମାସ କାରାଦଣ୍ଡ ଭୋଗିବାକୁ ଆଦେଶ ଦେଇଛନ୍ତି । ମାମଲାକୁ ଭିଜିଲାନ୍ସ ଇନିସପେକ୍ଟର ପୌଲସ୍ତି ଛତ୍ରିଆ ତଦନ୍ତ ଭାର ନେଇଥିଲେ । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଭି,ଭି, ରାମଦାସ ମାମଲା ପରିଚାଳନା କରୁଥିଲେ ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories