Patra electronics

ବସନ୍ତ ମହାପାତ୍ରଙ୍କୁ ଗଙ୍ଗାଧର ସାହିତ୍ୟ ସମ୍ମାନ

ନର୍ଲା:ଆଜି ନର୍ଲାରୋଡ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟର ପ୍ରକୋଷ୍ଠରେ ପ୍ରକୃତି କବି, ସ୍ବଭାବ କବି, ଓଡିଶା ସାହିତ୍ୟ ଜଗତର ତାରକା ସ୍ବର୍ଗତ ଗଙ୍ଗାଧର ମେହେରଙ୍କ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଅଛି। କତଳ ମଣ୍ଡଳ ସାଂସ୍କୃତିକ ଅନୁଷ୍ଠାନ ନର୍ଲାର ଆୟୋଜନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ସାହିତ୍ୟ ପ୍ରେମୀ, ସାଧକ, ବୁଦ୍ଧିଜୀବୀ ଆଦି ବହୁ ମାତ୍ରାରେ ଯୋଗଦାନ କରିଥିଲେ। ପ୍ରଦୀପ କୁମାର ନାଏକଙ୍କ ସଭାପତିତ୍ବରେ ଆୟୋଜିତ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିବେକ ସେନାର ସଭାପତି ଡ.ଶିବରାମ ନାୟକ, ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ସାହିତ୍ୟିକ ବିରଞ୍ଚି ନାରାୟଣ ମୁଣ୍ଡ, ସମ୍ମାନିତ ଅତିଥି ଭାବରେ ବସନ୍ତ କୁମାର ମହାପାତ୍ର, ପ୍ରଧାନ ଶିକ୍ଷକ ବିଶ୍ବମ୍ବର ଭୋଇ,ହରେକୃଷ୍ଣ ଭୋଇ ପ୍ରମୁଖ ମଞ୍ଚାସୀନ ହୋଇ ଅମ୍ଲାନ ପ୍ରତିଭା ଗଙ୍ଗାଧର ସାହିତ୍ୟଚର୍ଯ୍ୟାର ଆଲୋଚନା କରିଥିଲେ। ଗଙ୍ଗାଧର ସାହିତ୍ୟରେ ଆଧ୍ୟାତ୍ମିକତା ସଂପର୍କରେ ବିଷଦ୍ ଆଲୋଚନା କରିଥିଲେ ସାହିତ୍ୟିକ ସୁବାସ ଚନ୍ଦ୍ର ବରାଡ ସେହିପରି ଜାତୀୟତାବାଦୀ ଓ ପ୍ରକୃତି ବିଷୟରେ ଅଧ୍ୟାପକ ସରୋଜ କୁମାର ଜେନା ଏବଂ ଗଙ୍ଗାଧରଙ୍କ ରଚନାରେ ନାରୀ ସଂପର୍କରେ ସାମ୍ବାଦିକ ମନୋଜ କୁମାର ଷଡ଼ଙ୍ଗୀ ବିଷଦ୍ ଆଲୋଚନା କରିଥିଲେ।

 

ଏହି କାର୍ଯ୍ୟକ୍ରମରେ କବିତା ପାଠ କରିଥିଲେ କବିଗଣ। କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ମଧୁସୂଦନ ରାଉତ, ମୋହନ କୁମାର ଭଟ୍ଟ, କୁମୁଦ ନାଏକ, ଲକ୍ଷ୍ମଣ ବାଗ, ପ୍ରମୋଦ ପରିଡା, ରାମଚନ୍ଦ୍ର ପରିଡା, ମେଦିନୀଧର ଜାନୀ, କବି ଅରୁଣ କୁମାର ପ୍ରଧାନୀ। ମଞ୍ଚ ସଂଯୋଜନା କରିଥିଲେ ବରିଷ୍ଠ ଶିକ୍ଷକ ଓ ସାହିତ୍ୟିକ ତପନ କୁମାର ଭୋଇ। ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ତଥା କବି ବସନ୍ତ କୁମାର ମହାପାତ୍ରଙ୍କୁ ଗଙ୍ଗାଧର ସାହିତ୍ୟ ସମ୍ମାନ ୨୦୨୨ ପ୍ରଦାନ କରାଯାଇଥିଲା। କବିତା ପାଠୋତ୍ସବରେ ପ୍ରତ୍ୟେକ କବିଙ୍କ କବିତାରେ ଗଙ୍ଗାଧରଙ୍କ ସାହିତ୍ୟର କୃତୀତ୍ବ ସ୍ଥାନ ପାଇଥିବାକୁ ନେଇ ଉପସ୍ଥିତ ସାହିତ୍ୟ ପ୍ରେମୀ ଉଚ୍ଚ ପ୍ରଶଂସା କରିଥିଲେ। ଗିରିଧାରୀ ଗୌଡ, ଅଧ୍ୟକ୍ଷ ମୋହନ କୁମାର ପୁଟେଲ, ଅଧ୍ୟାପିକା ବାସନ୍ତୀ ସାହୁ, ଶିକ୍ଷୟତ୍ରୀ ଶିଲା ପ୍ରହରାଜ ପ୍ରମୁଖ କବିତା ପାଠ କରିଥିଲେ।

Comments are closed.