ପତିକୁ ହତ୍ୟା ଅଭିଯୋଗରେ ପତ୍ନୀ ଅଟକ

ପାତ୍ରପୁର : ଜରଡା ଥାନା ଆନ୍ଧ୍ର ସୀମାନ୍ତ ଆମ୍ବପୁର ପଞ୍ଚାୟତ ମହାଦେଇପୁର ଗ୍ରାମ ନିକଟରେ ପତିକୁ ପତ୍ନୀ ହତ୍ୟା କରିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତକ ଜଣକ ହେଲେ ଅଲିଗା ଜଟିଆ ଓରଫ ରାଜୁ(୫୦)। ଘର  କାଞ୍ଚିଲି, ଥାନା କମା ବାଞ୍ଜୁରୀ ଏବଂ ପତ୍ନୀଙ୍କ ନାମ ହେମ ଶବର (ଦମୟନ୍ତି)। ଘର ତେମ୍ବୁରା,  କାଞ୍ଚିଲି ଥାନା, ଆନ୍ଧ୍ରପ୍ରଦେଶ ବୋଲି ଜଣାପଡିଛି। ଉଭୟେ ପତି ପତ୍ନୀ ଗତ କିଛି ବର୍ଷ ହେଲା ପଡୋଶୀ ଆନ୍ଧ୍ରରେ ରହୁଥିବାବେଳେ ନିୟମିତ ଓଡ଼ିଶାର ବିଭିନ୍ନ ଗ୍ରାମକୁ ଆସି ଠାକୁର ଦର୍ଶନ ପାଇଁ  ଯିବାକୁ କହି ଲୋକଙ୍କୁ ଅର୍ଥ ମାଗି ଫେରୁଥିଲେ। ତେବେ ଗତ ଚାରି ପାଞ୍ଚ ଦିନ ହେଲା ଉଭୟେ ମହାଦେଇପୁର ଗ୍ରାମକୁ ଆସି ବୁଲି ସନ୍ଧ୍ୟା ହେଲେ ଯାତ୍ରୀବିଶ୍ରାମ ଗାରରେ ରହୁଥିଲେ। ତେବେ ଉଭୟେ ମଦ୍ୟପାନ କରିବା ସହିତ ନିୟମିତ ଝଗଡା କରୁଥିବା ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି। ତେବେ ଗୁରୁବା ଭୋର ସମୟରେ ମହାଦେଇପୁର ଗ୍ରାମର ପୂର୍ବଦିଗରେ ଥିବା ରାସ୍ତାରେ ସବୁଦିନ ଭଳି ଝଗଡା କରୁଥିଲେ। ସକାଳ ଆଠଟା ବେଳେ ଗ୍ରାମର ଲୋକମାନେ ଜମିକୁ ଚାଷ କରିବା ପାଇଁ ଯିବା ବେଳେ ଜଟିଆଙ୍କ ମୃତଦେହ ପଡିଥିବା ଦେଖିବା ପରେ ଖବର ପ୍ରଚାରିତ ହୋଇଥିଲା । ଜରଡା ଥାନା ଅଧିକାରୀ ଭବାନନ୍ଦ ପ୍ରଧାନ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରି ଥିଲେ। ତେବେ ମୃତକଙ୍କ ବେକରେ ଗାମୁଛା ଭିଡି ହୋଇ ରହିଥିବା ବେଳେ ପତ୍ନୀଙ୍କ ଦେଖା ମିଳିନଥିଲା। ଯାହାକୁ ନେଇ ଥାନା ଅଧିକାରୀ ହତ୍ୟା କରିଥିବା ଆଶଙ୍କା କରିବା ସହିତ ମୃତ ଦେହ ଛାଡି ଚାଲି ଯାଇଥିବା ପତ୍ନୀଙ୍କୁ ତାଙ୍କଗ୍ରାମରୁ  ଧରି ଆଣି ଥିଲେ। ତେବେ ମହିଳାଜଣକ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହେବାସହ ମାରପିଟ ହେବାପରେ ପତିଙ୍କ ମୃତ୍ୟୁ ଯୋଗୁଁ ଭୟରେ ଚାଲି ଯାଇଥିବାପୁଲିସକୁ କହିଥିବା ଜଣା ଯାଇଛି। ପୁଲିସ ତାଙ୍କ ଘର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ଏକ ମୋକଦ୍ଦମା ରୁଜୁ କରିଛି । ହେମକୁ ଅଟକ ରଖି ପଚରା ଉଚୁରା କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି। ଘଟଣା ସ୍ଥଳରେ ଫରେନସିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

kalyan agarbati

Comments are closed.