ନୂଆଦିଲ୍ଲୀ: ହାସ୍ୟାଭିନେତା ତଥା ବିଜେପି ନେତା ରାଜୁ ଶ୍ରୀବାସ୍ତବ ବୁଧବାର ହୃଦ୍ଘାତର ଶିକାର ହୋଇଛନ୍ତି। ଜିମ୍ରେ ବ୍ୟାୟାମ କରୁଥିବା ସମୟରେ ହଠାତ୍ ସେ ଚେତାଶୂନ୍ୟ ହୋଇ ପଡ଼ି ଯାଇଥିଲେ। ଏହାପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ତାଙ୍କ ଭାଇ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ସେ ହୃଦଘାତର ଶିକାର ହୋଇଛନ୍ତି।
ରାଜୁ ଶ୍ରୀବାସ୍ତବ ଜଣେ ବିଜେପି ନେତା ତଥା ଉତ୍ତରପ୍ରଦେଶ ଚଳଚ୍ଚିତ୍ର ବିକାଶ ପରିଷଦର ଅଧ୍ୟକ୍ଷ। ନୋଏଡାଠାରେ ଏକ ଫିଲ୍ମ ସିଟି ପ୍ରତିଷ୍ଠା କରିବାରେ ସେ ଉତ୍ତରପ୍ରଦେଶ ସରକାରଙ୍କ ତରଫରୁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।



