www.samajalive.in
Monday, December 15, 2025
15.1 C
Bhubaneswar

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ କୃମି ନାଶକ ଔଷଧ ସେବନ ନେଇ ତାଲିମ ଶିବିର ଆୟୋଜିତ

କଲମପୁର: କଲମପୁର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଦୁର୍ଗାମାଧବ ହାଇସ୍କୁଲ ପରିସରରେ କୃମି ନାଶକ ବଟିକା ସେବନ ନେଇ ଏକ ତାଲିମ ଶିବିର ଆୟୋଜିତ ହେଇଯାଇଛି । ଆୟୋଜିତ ଏହି ଶିବିରରେ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ ।  ବି.ଡି.ଓ ପ୍ରସନ୍ନ କୁମାର ପଟେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମହିଳା ଓ ଶିଶୁ ବିକାଶ ଅଧିକାରୀ ମନ୍ନ କୁମାରୀ ଲାମ୍ବା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବାଳ ଗୋପାଳ ତେଣ୍ଡକାରୀ, ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଦଳର ଡାକ୍ତର ଅମୂଲ୍ୟ କୁମାର ବେହେରା, ଡାକ୍ତର ଜ୍ୟୋର୍ତିମୟୀ ମହାନ୍ତି ପ୍ରମୁଖ ମଞ୍ଚାସୀନ ହେଇ କୃମି ନାଶକ ଔଷଧ ସେବନ ବିଧି ସମ୍ବନ୍ଧରେ ବୁଝାଇଥିଲେ ।  ଚଳିତ ମାସର ୧୨ ଏବଂ ୧୯ ତାରିଖ ଦିନ କୃମି ନାଶକ ଦିବ ପାଳନ କରାଯିବ ।

ଏହି ଦିନ ପ୍ରତ୍ୟେକ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ରରେ କୃମି ନାଶକ ଔଷଧ ପ୍ରଦାନ କରାଯିବ । ପ୍ରଥମ ଦିନ ଯେଉଁ ମାନେ କୃମି ନାଶକ ଔଷଧ ଖାଇବାରୁ ବଂଚିତ ହେବେ ସେମାନଙ୍କୁ ଦ୍ୱିତୀୟ ଦିନ ଅର୍ଥାତ ୧୯ ତାରିଖ ଦିନ ପ୍ରଦାନ କରାଯିବ । ୧ରୁ ୧୯ ବର୍ଷ ବୟସର ସମସ୍ତ ଶିଶୁ ଏବଂ ଯୁବକ ମାନେ ଏହି ଔଷଧ ଖାଇବେ । ୧ରୁ ୫ ବର୍ଷର ଶିଶୁଙ୍କୁ କୃମି ସିରଫ ଦିଆଯିବ ୬ରୁ ୧୯ ବର୍ଷର ବୟସର ଶିଶୁ ଓ ଯୁବକଙ୍କ ପାଇଁ ବଟିକା ଦିଆଯିବ ।  ଏହି ଔଷଧ ସେବନ ବିଦ୍ଧି ନେଇ ବ୍ଲକର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନେ ଯୋଗ ଦେଇ ତାଲିମ ଗ୍ରହଣ କରିଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ସ୍ୱାସ୍ଥ୍ୟ ଅଧିକାରୀ ହେମନ୍ତ କୁମାର ଶଗଡିଆ ଏହି ତାଲିମ ଶିବିରର ଆଭିମୁଖ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ । ବି.ପି.ଏମ ପ୍ରଶାନ୍ତ କୁମାର ପାଢୀ ଏହି ତାଲିମ ଶିବିର ଆୟୋଜନର ସମସ୍ତ ଦାୟିତ୍ୱ ସମ୍ପାଦିତ କରିଥିଲେ ।

- Advertisement -

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories