www.samajalive.in
Monday, December 15, 2025
17.1 C
Bhubaneswar

+୨ କଳା ପରୀକ୍ଷା ଫଳ ; ଛାତ୍ରୀଙ୍କ କୃତିତ୍ୱ ଅଧିକ

ଆଠଗଡ :  ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର +୨ କଳା ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି । ଆଠଗଡ ସହରର ଗୋପବନ୍ଧୁ ବିଜ୍ଞାନ କଲେଜରେ ପରୀକ୍ଷା ଦେଇଥିବା ୨୪୪ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୨୪ଜଣ ଅର୍ଥାତ୍‍ ୯୨.୬୨ପ୍ରତିଶତ ସଫଳତା ହାର ରହିଛି । ସେହିପରି ଗୋପବନ୍ଧୁ ମହିଳା କନିଷ୍ଠ ମହାବିଦ୍ୟାଳୟରେ ୧୭୭ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୫୦ଜଣ ଅର୍ଥାତ୍‍ ୮୪.୭୫ପ୍ରତିଶତ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି । ଗୋପବନ୍ଧୁ ବିଜ୍ଞାନ କଲେଜରେ ପାସ କରିଥିବା ୨୨୬ଜଣଙ୍କ ମଧ୍ୟରୁ ୧୫୨ଜଣ ପ୍ରଥମ ଶ୍ରେଣୀରେ, ୩୬ଜଣ ଦ୍ୱିତୀୟ ଶ୍ରେଣୀରେ ଏବଂ ୩୮ଜଣ ତୃତୀୟ ଶ୍ରେଣୀର ଉତ୍ତୀର୍ଣ୍ଣ ହୋଇଥିବାବେଳେ ୧୮ଜଣ ଅକୃତକାର୍ଯ୍ୟ ହୋଇଥିବା କଲେଜ ଅଧ୍ୟକ୍ଷ ଡଃ ଲୋକନାଥ ସାହୁଙ୍କ ସୁତ୍ରରୁ ପ୍ରକାଶ । କଲେଜର ଛାତ୍ରୀ ପ୍ରତିକ୍ଷା ମିଶ୍ର ୫୨୧ନମ୍ବର ରଖି କଲେଜ ଟପ୍ପର ହୋଇଥିବାବେଳେ। ସୋମାଲିକା ବାରିକ ଓ ସୁବ୍ରତ ରଣା ୫୧୭ନମ୍ବର ଲେଖାଏଁ ରଖି ଯୁଗ୍ମ ୨ୟ ସ୍ଥାନ ଏବଂ ସାଇ ସୁମେଧା ସାହୁ ୫୧୫ନମ୍ବର ରଖି କଲେଜରେ ୩ୟ ସ୍ଥାନ ଅଧିକାର କରିଛନ୍ତି । ଏହି କଲେଜରେ ଧନ୍ଦାମୂଳକ ଶିକ୍ଷାର +୨ ପରୀକ୍ଷାରେ ୨୦ଜଣ ପରୀକ୍ଷା ଦେଇଥିବାବେଳେ ପ୍ରଥମ ଶ୍ରେଣୀରେ ଜଣେ, ୨ୟ ଶ୍ରେଣୀରେ ୪ଜଣ ଏବଂ ୩ୟ ଶ୍ରେଣୀରେ ୯ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଛାତ୍ରୀ ହରପ୍ରିୟା ସାହୁ ୪୬୭ନମ୍ବର ରଖି ୧ମ ସ୍ଥାନ ଅଧିକାର କରିଛନ୍ତି।
ସେହିପରି ଗୋପବନ୍ଧୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍ତୀର୍ଣ୍ଣ ହୋଇଥିବା ମୋଟ ୧୫୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୫ଜଣ ୧ମ ଶ୍ରେଣୀରେ, ୪୧ଜଣ ୨ୟ ଶ୍ରେଣୀ ଓ ୪୪ଜଣ ୩ୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ରଙ୍କ ସୁତ୍ରରୁ ପ୍ରକାଶ । ଏହି କଲେଜର ଛାତ୍ରୀ ମନସ୍ମିନୀ ଖୁଣ୍ଟିଆ ୫୨୧ ନମ୍ବର ରଖି କଲେଜରେ ପ୍ରଥମ ସ୍ଥାନ ଅଧିକାରୀ କରିଥିବାବେଳେ ଶୁଭଶ୍ରୀ ବେଉରା ୫୦୩ ଏବଂ ମଧୁସ୍ମିତା ସାମଲ ୫୦୦ ନମ୍ବର ରଖି ଯଥାକ୍ରମେ ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା କଲେଜ ସୁତ୍ରରୁ ଜଣାପଡିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories