www.samajalive.in
Sunday, December 14, 2025
23.1 C
Bhubaneswar

ବିଦ୍ୟାର୍ଥୀଙ୍କୁ ଗଣିତ ପଢାଇଲେ ଉପଜିଲ୍ଲାପାଳ

ଆଠଗଡ :  ଆଠଗଡର ସର୍ବପୁରାତନ ବିଶ୍ୱନାଥ ବିଦ୍ୟାପୀଠରେ ମେଧାଶକ୍ତି ବୃଦ୍ଧି ଲାଗି ସ୍ୱତନ୍ତ୍ର ଭାବେ ମନୋନୀତ ବିଶ୍ୱନାଥ ବିଦ୍ୟାପୀଠ ଓ ସରକାରୀ ବାଳିକା ହାଇସ୍କୁଲର ୩୦ ଛାତ୍ରଛାତ୍ରୀଙ୍କୁ ସୋମବାର ଉପଜିଲ୍ଲାପାଳ ଗଣିତ ପଢାଉଥିବା ଦେଖିବାକୁ ମିଳିଥିଲା । ଏହି ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିବା କଟକ ଜିଲ୍ଲାପାଳ ଡଃ ଭବାନୀ ଶଙ୍କର ଚୟନୀଙ୍କର ମାନସ ପ୍ରସୂତ ସୁପର-୩୦ ଲକ୍ଷ୍ୟ ହାସଲ ପାଇଁ ସେହି ମନୋନୀତ ୩୦ଜଣ ବିଦ୍ୟାର୍ଥୀଙ୍କୁ ସ୍ୱତନ୍ତ୍ର ଭାବେ ଶିକ୍ଷାଦାନ କରାଯାଇ ଆଗାମୀ ମାଟ୍ରିକ ପରୀକ୍ଷାରେ ସେମାନେ କିପରି ଏ-୧ ଗ୍ରେଡ ପାଇବେ ସେ ଦିଗରେ ଧ୍ୟାନ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ଗଣିତରେ ବିଶାରଦ ଥିବା ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ସୋମବାର ସ୍କୁଲକୁ ଏକ ବୈଠକରେ ଯୋଗଦେବାକୁ ଯାଇଥିବା ଅବସରରେ ସେହି ୩୦ ବିଦ୍ୟାର୍ଥୀଙ୍କୁ ଗଣିତ ପାଠ ପଢାଇଥିଲେ । ଗଣିତ ପାଠ ପଢିଲା ବେଳେ ସୁତ୍ର ଓ ଧାରାକୁ ସର୍ବାଧିକ ଗୁରୁତ୍ୱ ଦେଲେ ଗଣିତ ପାଠ ସହଜ ଲାଗିବ ବୋଲି ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ ପିଲାମାନଙ୍କୁ ବୁଝାଇଥିଲେ ।

ଏହା ପୂର୍ବରୁ ବିଶ୍ୱନାଥ ବିଦ୍ୟାପୀଠର ବରିଷ୍ଠ ଶିକ୍ଷୟିତ୍ରୀ ଉଷାରାଣୀ ପତିଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ଯୋଗଦେଇ ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ ବିଦ୍ୟାଳୟର ଚାଲୁ ରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏଥି ସହିତ ଜିଲ୍ଲାପାଳ ଡଃ ଚୟନୀ ବିଦ୍ୟାଳୟରେ ବିଦ୍ୟୁତ ସମସ୍ୟା ଦୂର ଏବଂ ସେ ବାବଦରେ ଖର୍ଚ୍ଚ କମାଇବା ଉଦ୍ଦେଶ୍ୟରେ ସୌରଶକ୍ତିରୁ ବିଦ୍ୟୁତ ଉତ୍ପାଦନ କରିବା ଲାଗି ଲକ୍ଷ୍ୟ ରଖି ସେ ଦିଗରେ କାର୍ଯ୍ୟ କରିବା ପାଇଁ ଏକ ଘରୋଇ ସଂସ୍ଥାର ଯନ୍ତ୍ରୀ ଡମ୍ବରୁଧର କରଙ୍କୁ ସୋମବାର ସ୍କୁଲକୁ ପଠାଇଥିଲେ। ଶ୍ରୀ କର ସୌରଶକ୍ତି ପ୍ରକଳ୍ପ ପାଇଁ ଆକଳନ କରିବା ପରେ ଏଠାରେ ମୋ ସ୍କୁଲ ଅଭିଯାନ ଅନୁଦାନରେ ପ୍ରକଳ୍ପ ସ୍ଥାପନ ଲାଗି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହି ବୈଠକରେ ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ, ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀକାନ୍ତ ବେହେରା, ପୂର୍ବତନ ଅଧ୍ୟକ୍ଷ ବିଜୟ କୁମାର ସାହୁ, ମୋ ସ୍କୁଲ ଅଭିଯାନ କମିଟି ସଭ୍ୟ ତଥା ଶିକ୍ଷାବିତ୍‍ ତ୍ରିଲୋଚନ ଦାଶ, ଉଦୟନାଥ ଶତପଥୀ, ସୁଧୀରଞ୍ଜନ ଦାଶ, କ୍ଷୀରୋଦ ଚନ୍ଦ୍ର ମିଶ୍ର, ଶିକ୍ଷକ କାଶିନାଥ ସାହୁ ଓ ମୃତ୍ୟୁଞ୍ଜୟ ରଥ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories