ଠାକୁରମୁଣ୍ଡା: ବେଆଇନ କାଠ ଚାଲାଣ ବେଳେ କାଠ ଗାଡ଼ି ଜବତ ହେବା ସହ ଜଣଙ୍କୁ ଗିରଫ କରାଯାଇଛି। ଏପରି ଘଟଣା ସାମ୍ନାକୁ ଆସିଛି ମୟୁରଭଂଜ ଜିଲ୍ଲାର ସାତକୋଶିଆ ରେଞ୍ଜ ଅଞ୍ଚଳରୁ । ଗତକାଲି ବିଳମ୍ବିତ ରାତିରେ ସାତକୋଶିଆ ରେଞ୍ଜର ଜାମୁନଣ୍ଡା ଗାଁ ପାଖରୁ ଏକ ପିକଅପ ଭ୍ୟାନ ଯୋଗେ ୮ଟି କାଠଗଣ୍ଡି ଚୋରାଚାଲାଣ ବେଳେ ଗୋଟିଏ ପିକଅପ ଭ୍ୟାନ ଏବଂ ଗୋଟିଏ କାର ସହିତ ଜଣକୁ ଗିରଫ କରିଛି ବନ ବିଭାଗ ।
ତେବେ ଏମାନେ ଏକ ପିକଅପ ଭ୍ୟାନରେ ଚୋରା ଚାଲାଣ କରୁଥିବା ସମୟରେ ଏକ କାରରେ ଚୋରା ଚାଲାଣ କରୁଥିବା ବେଳେ ସାତକୋଶିଆ ରେଞ୍ଜର ଅଧିକାରୀ କୌଣସି ସୂତ୍ରରୁ ଖବର ପାଇ ଏକ ଟିମ୍ ସହିତ ଚଢ଼ାଉ କଲାବେଳେ ଜାମୁନୋଣ୍ଡା ଗାଁ ନିକଟରୁ ଗାଡ଼ି ସହିତ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ସେଠାରେ ଦୌଡ଼ି ପଳେଇ ଥିବା ବନବିଭାଗ ପକ୍ଷରୁ ସୂଚନା । ତେବେ ଚଢ଼ାଉ ବେଳେ ବନାଞ୍ଚଳ ଅଧିକାରୀ ରବିନ୍ଦ୍ର କୁମାର ମହାନ୍ତ ଫରେଷ୍ଟର ଗିରିଜାନନ୍ଦ ଦଳେଇ, ଫରେଷ୍ଟ ଗାଡ ସନୋତ୍ ମହାନ୍ତ ଓ ଅନ୍ୟ ବନକର୍ମଚାରୀ ଉପସ୍ଥିତ ଥିଲେ। ଏ ଅଞ୍ଚଳରୁ ବିଭିନ୍ନ ସମୟରେ ଚୋରା କାଠ ଚାଲାଣ ନେଇ ଅଭିଯୋଗ ଆସୁଥିବା ବେଳେ ଆଜି ବନ ବିଭାଗ କାଠ ଚାଲାଣ କାରୀକୁ ଧରିବାରେ ସକ୍ଷମ ହୋଇଛି ।
ବେଆଇନ କାଠ ଚାଲାଣ ; ଗାଡ଼ି ଜବତ, ଜଣେ ଗିରଫ
Popular Categories



