www.samajalive.in
Saturday, December 13, 2025
27.1 C
Bhubaneswar

ବାରିପଦା-ମାଣତ୍ରୀ : ୨ଟି ସେତୁ ନିର୍ମାଣ ପ୍ରକ୍ରିୟା ଆରମ୍ଭ

ବଡ଼ସାହି : ମୟୂରଭଞ୍ଜ (ଆର୍‍ ଆଣ୍ଡ୍‍ ବି) ଡ଼ିଭିଜନ ଅଧୀନରେ ବାରିପଦା-ପ୍ରତାପପୁର-ବଡ଼ସାହି-ମାଣତ୍ରୀ(ବିପିବିଏମ୍‍) ନୂତନ ରାସ୍ତା ପରିକଳ୍ପନା କରାଯାଇଛି। ଏଥିପାଇଁ ସମସ୍ତ ସର୍ଭେ ଅଟକଳ ଅନୁମୋଦନ କାର୍ଯ୍ୟ ଶେଷ ହୋଇଥିବା ବେଳେ ଷ୍ଟେଟ୍‍ ପ୍ଲାନରେ ୨ଟି ଉଚ୍ଚସେତୁ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି। ନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପଣ୍ଡାଙ୍କ କହିବାନୁଯାୟୀ ଏହି ରାସ୍ତାର ୧୫.୩୦୦କିମି ପ୍ରତାପପୁର ନିକଟରେ ବୁଢ଼ାବଳଙ୍ଗ ନଦୀ ଉପରେ ୧୭କୋଟି ୩୪ଲକ୍ଷ ୬୬ହଜାର ଟଙ୍କା ବ୍ୟୟ ଅଟକଳରେ ଏକ ସେତୁ ନିର୍ମାଣ ହେବ। ଯାହାର ଟେଣ୍ଡର ସରିଥିବା ବେଳେ ଏଗ୍ରିମେଣ୍ଟ୍‍ ହେବାକୁ ବାକି ଅଛି। ସେହିପରି ଉକ୍ତ ରାସ୍ତାର ୧୪.୯୦୦କିମି ଉରା ନାଳ ଉପରେ ୧୧କୋଟି ୪୭ଲକ୍ଷ ୯୭ହଜାର ଟଙ୍କା ବ୍ୟୟ ଅଟକଳରେ ଅନ୍ୟତମ ଉଚ୍ଚସେତୁ ନିର୍ମାଣ ହେବ। ଯାହାର ବୁଝାବଣା ଶେଷ ହୋଇଛି। ୨୦୧୯ ଅକ୍ଟୋବର ୪ତାରିଖ ମଧ୍ୟରେ ଏହାର ନିର୍ମାଣ ଶେଷ ଅବଧି ରହିଛି। ବାରିପଦା ଷ୍ଟେସନବଜାର ଠାରୁ ମାଣତ୍ରୀ ପର୍ଯ୍ୟନ୍ତ ଏହି ନୂତନ ରାସ୍ତା ପରିକଳ୍ପନା ହୋଇଥିବା ବେଳେ ପୂର୍ବରୁ କାଉଚି ପୋଲ ଦେଇ ବୁଲାଣିଆ ରାସ୍ତାରେ ୨ବର୍ଷ ଧରି ଜନସାଧାରଣ ଯା’ଆସ କରୁଥିଲେ। ବର୍ତ୍ତମାନ ୨ଟି ପୋଲ ନିର୍ମାଣ ସହିତ ନୂତନ ରାସ୍ତା ହେଲେ ୩କିମି ରାସ୍ତା ଦୂରତା କମିବା ସାଙ୍ଗକୁ ପ୍ରତାପପୁର ଗ୍ରାମ ଦେଇ ବିପଦ ସଙ୍କୁଳ ଭାବେ ଯାତାୟତ କରିବାରୁ ଜନସାଧାରଣ ବର୍ତ୍ତିବେ। ଏହି ରାସ୍ତାର ବାରିପଦା ପାଖରୁ ୫କିମି ରାସ୍ତା ପ୍ରଶସ୍ତି କରଣ ହୋଇସାରିଥିବା ବେଳେ ପତାପପୁରରୁ ଆରପଟ୍ଟା ପର୍ଯ୍ୟନ୍ତ ମଧ୍ୟ ପ୍ରଶସ୍ତିକରଣ ସରିଛି। ବଡ଼ସାହି ଛକ ପାଖରୁ ମାଣତ୍ରୀ ହୋଇ ନରଣଗାଁ ପର୍ଯ୍ୟନ୍ତ ନାବାର୍ଡ଼ ସହାୟତାରେ ୨୫କୋଟି ଟଙ୍କାରେ ପ୍ରଶସ୍ତି କରଣ ପାଇଁ ଏଗ୍ରିମେଣ୍ଟ ସରିଥିବା ବେଳେ ବାରିପଦା ଷ୍ଟେସନ ବଜାର ପାଖରୁ ୧କିମି ରାସ୍ତା ୧କୋଟି ୨୪ଲକ୍ଷ ୭୪ହଜାର ଟଙ୍କା ଅଟକଳରେ ଉନ୍ନତିକରଣ ପାଇଁ ବୁଝାବଣା ସରିଛି। ବର୍ଷା ଋତୁ ପରେ ପୋଲ ଓ ରାସ୍ତା କାର୍ଯ୍ୟ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ରାସ୍ତା ନିର୍ମାଣ ପରେ ବାରିପଦା-ମାଣତ୍ରୀ ୪୦କିମି ସିଧାସଳଖ ରାସ୍ତା ଖୋଲିଯିବ। ପୂର୍ବରୁ ଭାୟା ଡୁକୁରା ଓ ବେତନଟୀ ହୋଇ ଜନସାଧାଣ ଯାତାୟତ କରୁଥିବା ବେଳେ ୨ବର୍ଷ ହେବ କାଉଚି ପୋଲ ଦେଇ ବିକଳ୍ପ ରାସ୍ତାରେ ଯିବା ଆସିବା କରୁଥିଲେ। ତେବେ ଆରପଟ୍ଟା ପାଖରୁ ବଡ଼ସାହି ୪କିମି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ପାଇଁ ଅଟକଳ ମଞ୍ଜୁର ନହେବା ନେଇ ଜନ ଅସନ୍ତୋଷ ଦେଖାଦେଇଛି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories