www.samajalive.in
Wednesday, December 10, 2025
16.1 C
Bhubaneswar

ପାରା ଏସୀୟ କ୍ରୀଡ଼ା : ରୌପ୍ୟ ଜିତିଲେ ଜୟନ୍ତୀ ,୨ ପଦକ ନିଶ୍ଚିତ କଲେ ପ୍ରମୋଦ

ଭୁବନେଶ୍ୱର : ଇଣ୍ଡୋନେସିଆର ଜାକର୍ତ୍ତାରେ ଚାଲିଥିବା ଏସୀୟ ପାରା କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଆ ପ୍ରତିଯୋଗୀ ଗୁରୁବାର ଚମତ୍କାର ପ୍ରଦର୍ଶନ କରିଛନ୍ତି। ଧାବିକା ଜୟନ୍ତୀ ବେହେରା ୨ ଦିନ ତଳେ ବ୍ରୋଞ୍ଜ୍‍ ପଦକ ଜିତିଥିବା ବେଳେ ଗୁରୁବାର ରୌପ୍ୟ ପଦକ ଜିତି ନୂତନ ଇତିହାସ ସୃଷ୍ଟି କରିଛନ୍ତି। ଓଡ଼ିଆ ବ୍ୟାଡ୍‍ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ୨ଟି ପଦକ ନିଶ୍ଚିତ କରିଛନ୍ତି। ଏଥିସହିତ ଏସୀୟ ପାରା କ୍ରୀଡ଼ାରେ ଓଡ଼ିଆ ପ୍ରତିଯୋଗୀମାନେ ୪ଟି ପଦକ ହାସଲ କରିବା ନିଶ୍ଚିତ ହୋଇଛି।
ଗୁରୁବାର ଟି-୪୭ ମହିଳା ୪୦୦ ମିଟର ଦୌଡ଼ରେ ଜୟନ୍ତୀ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ଜୟନ୍ତୀ ୪୦୦ ମିଟର ଦୌଡ଼କୁ ୫୯.୭୧ ସେକେଣ୍ଡରେ ଅତିକ୍ରମ କରି ୨ୟ ସ୍ଥାନରେ ରହି ରୌପ୍ୟପଦକ ହାସଲ କରିଛନ୍ତି। ଚୀନ୍‍ର ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଲି ଲୁ ୫୮.୩୯ ସେକେଣ୍ଡ ସହ ପ୍ରଥମ ଓ ଜାପାନର ସିଗ୍‍ମୋଟୋ ସିଓ ୫୯.୭୪ ସେକେଣ୍ଡ ସହ ୩ୟ ସ୍ଥାନ ହାସଲ କରିଥିଲେ। ଜୟନ୍ତୀ ଭାରତର ପ୍ରଥମ ମହିଳା ଭାବେ ଏସୀୟ ପାରା କ୍ରୀଡ଼ାରେ ଦୌଡ଼ରେ ରୌପ୍ୟପଦକ ଜିତିଛନ୍ତି। ପୂର୍ବରୁ ଜୟନ୍ତୀ ୨୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ଜିତିଥିଲେ। ବ୍ୟାଡ୍‍ମିଣ୍ଟନରେ ପ୍ରମୋଦ ଭଗତ ୨ଟି ପଦକ ନିଶ୍ଚିତ କରିଛନ୍ତି। ପାରା ବ୍ୟାଡ୍‍ମିଣ୍ଟନ ଏସ୍‍ଏଲ-୩ ବିଭାଗରେ ପ୍ରତିନିଧିତ୍ୱ କରୁଥିବା ପ୍ରମୋଦ ଉଭୟ ସିଙ୍ଗଲ୍‍ସ ଓ ଡବଲ୍‍ସ ସେମିଫାଇନାଲକୁ ଉନ୍ନୀତ ହୋଇଥିବାରୁ ପଦକ ନିଶ୍ଚିତ ହୋଇଛି। ଗୁରୁବାର ସିଙ୍ଗଲ୍‍ସ କ୍ୱାର୍ଟରଫାଇନାଲରେ ପ୍ରମୋଦ ୨୧-୧୬ ଓ ୨୧-୧୯ ଗେମ୍‍ରେ ଭାରତର ବିକ୍ରମ ଉମେଶ କୁମାରଙ୍କୁ ପରାସ୍ତକରି ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଡବଲ୍‍ସ ବିଭାଗରେ ପ୍ରମୋଦ-ମନୋଜ ସରକାର ଯୋଡ଼ି ମାଲେସିଆର ମହମ୍ମଦ ହଜୁରି ଅବଦୁଲ ମାଲେକ୍‍-ମହମ୍ମଦ ଜାଫର ଯୋଡ଼ିକୁ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଶୁକ୍ରବାର ଉଭୟ ସେମିଫାଇନାଲ ମ୍ୟାଚ ଖେଳାଯିବ। ପୂର୍ବରୁ ପ୍ରମୋଦ ୨୦୧୪ ଦକ୍ଷିଣ କୋରିଆର ଇଞ୍ଚିଅନ ଏସୀୟ ପାରା କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଜିତିଥିଲେ।

Hot this week

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

Related Articles

Popular Categories