ପିପିଲିରେ କେନ୍ଦ୍ରୀୟ ଟିମ୍‍ର କ୍ଷେତ୍ର ପରିଦର୍ଶନ

ପିପିଲି:କେନ୍ଦ୍ର ସରକାରଙ୍କ ଏକ ପ୍ରତିନିଧି ମଣ୍ଡଳୀ ଶୁକ୍ରବାର ପିପିଲି ବ୍ଲକ ଗସ୍ତ କରି ବିଭିନ୍ନ ସରକାରୀ ଯୋଜନାର ବାସ୍ତବ ରୂପରେଖ ପରିଦର୍ଶନ କରିବା ସହ ସରକାରଙ୍କ ଜନକଲ୍ୟାଣ ମୂଳକ ପ୍ରକଳ୍ପ ଦ୍ୱାରା ସାଧାରଣ ଜନତା କିଭଳି ଉପକୃତ ହେଉଛନ୍ତି ତାହାକୁ ଅନୁଧ୍ୟାନ କରିଥିଲେ।
କେନ୍ଦ୍ର ସରକାରଙ୍କ ଜାହାଜ ଚଳାଚଳ ବିଭାଗର ଡେପୁଟି ଡାଇରେକ୍ଟର ଜେନେରାଲ ଡ଼ଃ ରଉତ ପଣ୍ଡୁରାଙ୍ଗ କେ. ଓ ବିଭାଗୀୟ ବୈଜ୍ଞାନିକ ରବିନ୍ଦ୍ର ଆର୍‍. ଭଟ୍ଟେ ଶୁକ୍ରବାର ପିପିଲିର ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ନୂଆଗୋଡି ଗ୍ରାମ ସ୍ଥିତ ଅମ୍ରିତ ସରୋବରକୁ ପରିଦର୍ଶନ କରିଥିଲେ। ସେଠାକାର ଉନ୍ନୟନମୂଳକ କାର୍ଯ୍ୟକୁ ଉଭୟେ ବୁଲି ଦେଖିବା ସହ ବୃକ୍ଷରୋପଣ କରିଥିଲେ। ଏହାପରେ ନୂଆଗୋଡି ପ୍ରକଳ୍ପ ଉପ୍ରା ବିଦ୍ୟାଳୟର ସ୍ୱଚ୍ଛତା ସଂପର୍କରେ ଅନୁଧ୍ୟାନ ସହ ବାଲିଗାଁ ସ୍ଥିତ ଭକ୍ତ ଦାସିଆ ପୀଠ ପରିଦର୍ଶନ କରିଥିଲେ।

prayash

ପିପିଲି ଆର୍‍ଡବ୍ଲ୍ୟୁଏସ୍‍ଏସ୍‍ କାର୍ଯ୍ୟାଳୟ ପରିସରରେ ହୋଇଥିବା ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପ, ପିପିଲି ପୌରାଞ୍ଚଳରେ ହୋଇଥିବା ରୁଫ୍‍ ଟପ୍‍ ହାର୍ଭେଷ୍ଟିଙ୍ଗ ଷ୍ଟ୍ରକ୍‍ଚର, ହାଟସାହି ପଞ୍ଚାୟତରେ ପିଏମ୍‍ଏମ୍‍ଏସ୍‍ୱାଇ ଯୋଜନାରେ ହୋଇଥିବା ୩ଟି ମତ୍ସ୍ୟଚାଷ ପ୍ରକଳ୍ପକୁ ସେମାନେ ବୁଲି ଦେଖିଥିଲେ। ପରେ ପିପିଲି ବ୍ଳକ ପରିସରରେ ମିଶନ ଶକ୍ତି କାଫେରେ ସେମାନେ ମଧ୍ୟାହ୍ନ ଭୋଜନ କରିଥିଲେ। ଏହି କେନ୍ଦ୍ରୀୟ ଟିମ୍‍ର ଗସ୍ତ ସମୟରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତିଶଙ୍କର ମହାପାତ୍ର, ପିପିଲି ବିଡିଓ ରଶ୍ମିତା ନାଥ, ଡେଲାଙ୍ଗ ବିଡିଓ ଦିଲିପ କୁମାର ଷଡଙ୍ଗୀ, ସତ୍ୟବାଦୀ ବିଡିଓ କ୍ଷୀରୋଦ କୁମାର ବେହେରା, ପୁରୀ ସଦର ବିଡିଓ ସମ୍ବିତ ଶତପଥୀ, ପିପିଲି ବ୍ଲକ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ, ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ, ତେଇସିପୁର ସରପଞ୍ଚ ରଶ୍ମିତା ସେନାପତୀ ପ୍ରମୁଖ ଉପସ୍ଥିତ ଥିଲେ।

kalyan agarbati

Comments are closed.