ସୁବର୍ଣ୍ଣପୁର ସେବା ସମବାୟ ସମିତିର ପରିଚାଳନା ପରିଷଦ ବୈଠକ

ବାଙ୍କୀ: ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନ ସୁବର୍ଣ୍ଣପୁର ସେବା ସମବାୟ ସମିତି ପରିଚାଳନା ପରିଷଦର ପ୍ରଥମ ବୈଠକ ଶୁକ୍ରବାର ଦିନ ସଭାପତି ତରୁଣ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସେବା ସମବାୟ ସମିତିର ସମ୍ପାଦିକା ସୁଚିସ୍ମିତା ଦାସ ସମସ୍ତ ଉପସ୍ଥିତ ପରିଚାଳନା ସମିତିର ନିର୍ଦେଶକ ମାନଙ୍କୁ ପରିଚାଳନା ପରିଷଦ ବୈଠକକୁ ସ୍ୱାଗତ ଜଣାଇ ସେବା ସମବାୟ ସମିତିର ବିବରଣୀ ପ୍ରଦାନ କରିଥିଲେ।

 

prayash

ଉପସଭାପତି ଅର୍ଣ୍ଣପୂର୍ଣ୍ଣା ଦାସ, ସଭ୍ୟ ପୂର୍ଣ୍ଣଚନ୍ଦ୍ର ଦଳେଇ,ସହଦେବ ସେଠୀ, ସାଇପ୍ରସାଦ ତ୍ରିପାଠୀ, ପ୍ରମୋଦ କୁମାର ଦାସ, ରେଣୁକା ବେହେରା, ଲିଲି ସ୍ୱାଇଁ, ସୁଧାଂଶୁ କୁମାର ସାହୁ, ଶରତ ଚନ୍ଦ୍ର ବେହେରା, କାହ୍ନୁଚରଣ ପଣ୍ଡା, ବିଶ୍ୱ ରଞ୍ଜନ ପଣ୍ଡା, ଭୁବନାନନ୍ଦ ପଣ୍ଡା, ଦୋଳଗୋବିନ୍ଦ ଦଳେଇ, ଲିଙ୍ଗରାଜ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଡିଇଓ ଦେବେନ୍ଦ୍ର ପଟ୍ଟନାୟକ ଓ ସମିତି କର୍ମଚାରୀ ସୁରେନ୍ଦ୍ର ନାଥ ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସମସ୍ତ ସଦସ୍ୟ ମାନଙ୍କୁ ସେବା ସମବାୟ ସମିତି ପକ୍ଷରୁ ଫୁଲତୋଡା ଓ ଉତ୍ତୋରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି। ସେବା ସମବାୟ ସମିତିର ବିକାଶରେ ସମସ୍ତ ନିର୍ଦ୍ଦେଶକଙ୍କ ସକ୍ରୀୟ ସହଯୋଗ ରହିବ ବୋଲି ସଭାପତି ଶ୍ରୀ ମହାପାତ୍ର ସମସ୍ତଙ୍କୁ ଆହ୍ୱାନ ଜଣାଇଛନ୍ତି।

kalyan agarbati

Comments are closed.