www.samajalive.in
Tuesday, December 9, 2025
16.1 C
Bhubaneswar

ବନ୍ଦ ପଥର ଖାଦାନ ପୁଣି ଚାଲୁ କରିବା ନିଷ୍ପତ୍ତି ପ୍ରତିବାଦରେ ବୌଦ୍ଧରେ ଖରଭୁଇଁ ଗ୍ରାମ୍ୟ କମିଟି ପକ୍ଷରୁ ଶୋଭାଯାତ୍ରା

ବୌଦ୍ଧ : ପ୍ରାୟ ବର୍ଷକତଳେ ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁଠାରେ ଥିବା ପଥର ଖାଦାନ ଓ କ୍ରସର ଗୁଡିକୁ ନେଇ ଗ୍ରାମବାସୀଙ୍କ ଆପତ୍ତି ପରେ ୨୦୨୧ ମସିହା ଜୁଲାଇ ୧୨ ତାରିଖରେ ତହସିଲଦାରଙ୍କ କାର୍ୟ୍ୟାଳୟରେ ତହସିଲଦାର, ଉପଜିଲାପାଳଙ୍କ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ୧୬ ଜୁଲାଇରେ ଅତିରିକ୍ତ ଜିଲାପାଳ, ଉପଜିଲାପାଳ, ତହସିଲଦାର, ବିଡିଓ ଓ ଅତିରିକ୍ତ ତହସିଲଦାର ପ୍ରମୁଖଙ୍କ ସହ ଖରଭୂଇଁ ଗ୍ରାମରେ ଗ୍ରାମବାସୀଙ୍କ ଆଲୋଚନା ହୋଇଥିଲା। ସେ ସମୟରେ ଏନେଇ ହରଭଙ୍ଗା ପଞ୍ଚାୟତ ସମିତି ବୈଠକ ମଧ୍ୟ ଦୀର୍ଘମାସ ହେବ ହୋଇନପାରି ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ୧୩ ସେପ୍ଟେମ୍ବର ରେ ଜିଲାପାଳଙ୍କ ସହ ଆଲୋଚନା ପରେ ୨୫ ସେପ୍ଟେମ୍ବର ସମସ୍ତଙ୍କ ଉପସ୍ଥିତିରେ ଆଲୋଚନାରେ ଜିଲାପାଳଙ୍କ ନିର୍ଦେଶକ୍ରମେ ସବୁଦିନ ପାଇଁ ଖରଭୂଇଁଠାରେ ଥିବା କ୍ରସର ଓ ପଥର ଖାଦାନ ଗୁଡିକ ବନ୍ଦ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ନିକଟରେ ପୁଣିଥରେ ଏହି ପଥର ଖାଦାନ ଓ କ୍ରସର ଗୁଡିକ ଚାଲୁକରିବା ପାଇଁ ଅନୁମତି ପ୍ରଦାନ କରିଥିବା ସୂଚନା ଖବରକାଗଜରୁ ଯାଣି ଅତିରିକ୍ତ ଜିଲାପାଳଙ୍କ ସମେତ ଉପଜିଲାପାଳ, ତହସିଲଦାର ହରଭଙ୍ଗା ପ୍ରମୁଖଙ୍କ ନିକଟକୁ ପ୍ରତିବାଦ ପତ୍ର ପ୍ରଦାନ କରାଯାଇଛି। ଯେଉଁ ଜିଲାପାଳ ବାରମ୍ବାର ଆଲୋଚନାପରେ ବନ୍ଦ ନିର୍ଦେଶ ଦେଲେ ସେହି ଜିଲାପାଳ ପୁଣିଥରେ ବିନା ଆଲୋଚନାରେ ଲୋକଙ୍କ ସହମତି ବିନା କ୍ରସର ଓ ପଥର ଖାଦାନ ଚଲାଇବାକୁ ଅନୁମତି ପ୍ରଦାନ କରିବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ପଥର ଖାଦାନ ଯୋଗୁଁ ଅଞ୍ଚଳର ପରିବେଶ ଜୈବ ବିବିଧତା ଓ ଚାଷ ବାସ ଉପରେ ଗଭୀର ପ୍ରଭାବ ପକାଇବା ସହ କୀଡନୀ ଓ ଚର୍ମରୋଗ ବ୍ୟାପକ ହେବାରେ ଲାଗିଛି। ସବୁଠୁ ବଡକଥା ଗ୍ରାମବାସୀଙ୍କ ଦାବୀପରେ ସଂପୃକ୍ତ ଲିଜଧାରୀମାନେ ପ୍ରାୟ ୧୬କୋଟି ଟଙ୍କାର ଅତ୍ୟଧିକ ଖଣିଜଦ୍ରବ୍ୟ ଲୁଟକରିଥିବା ସମ୍ପର୍କରେ ସ୍ବୀକାର କରିବା ସହ ଫାଇନ ଆକାରରେ ପଡିଛି। ଏ ଯାବତ ଉକ୍ତ ଅର୍ଥ ଅନାଦେୟ ଥିବାବେଳେ ସେହି ଠକ ସଂସ୍ଥାଗୁଡିକ ଦ୍ୱାରା ପୁନଃ କ୍ରସର ଓ ପଥର ଖାଦାନ ଚାଲୁକରିବା ନିଷ୍ପତ୍ତି ଅତ୍ୟନ୍ତ ଦୁଃଖଦାୟକ।

ଏଣୁ ଆଜି ଖରଭୂଇଁ ଗ୍ରାମ୍ୟ କମିଟି ପକ୍ଷରୁ ତୁରନ୍ତ ବନ୍ଦଥିବା ପଥରଖାଦାନ ଓ କ୍ରସରଗୁଡିକ ଚାଲିବା ପାଇଁ ଦେଇଥିବା ନିର୍ଦେଶକୁ ପ୍ରତ୍ୟାହାର ଦାବୀରେ ସ୍ଥାନୀୟ ରାମେଶ୍ୱର ମନ୍ଦିର ଠାରୁ ପ୍ରାୟ ୩୦୦ରୁ ଉର୍ଦ୍ଧ ଗ୍ରାମବାସୀଙ୍କ ଏକ ଶୋଭାଯାତ୍ରା ଆସି ଜିଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା। ଏହି ପ୍ରତିବାଦ ସଭାରେ ଏ.ଆଇ.ଓ୍ବାଇ.ଏଫର ଜାତୀୟ ଉପସଭାପତି ଅବକାଶ ସାହୁ, ଗ୍ରାମ୍ୟ କମିଟି ସଭାପତି ଅକ୍ଷୟ ନାୟକ ,ସମ୍ପାଦକ ହୃଦାନନ୍ଦ ଦେହୁର, ତିଳୋତ୍ତମା କଁହର, ଲକ୍ଷ୍ମୀ ପୃଷ୍ଟି, ସୁନୀତା ପ୍ରଧାନ, ଶଶାଙ୍କ ପୃଷ୍ଟି, ଅନୀଲ କୁମାର ପ୍ରଧାନ, ଅରବିନ୍ଦ ଭୋକ୍ତା, ଗୀତା ପ୍ରଧାନ ,କୌଶଲ୍ୟା ବଗର୍ତ୍ତୀ, ଲକ୍ଷ୍ମୀ ରଣା ପ୍ରମୁଖଙ୍କ ନେତୃତ୍ବରେ ଏକ ପ୍ରତିବାଦ ସଭା ଆୟୋଜନ କରିବା ସହ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରାଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା ଏବଂ ତୁରନ୍ତ ଅନୁମତିପତ୍ର ପ୍ରତ୍ୟାହାର ନିମିତ୍ତ ଦାବୀ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories