www.samajalive.in
Sunday, December 14, 2025
19.1 C
Bhubaneswar

ପରଦା ବଦଳାଇଥାଏ ଭାଗ୍ୟ

ଘର ଭିତରେ ସାଜସଜ୍ଜା ଜିନିଷ ରଖିଲେ ଗୃହର ସୌନ୍ଦର୍ଯ୍ୟ ବଢିଥାଏ। କିଛି ସାଜସଜ୍ଜା ବସ୍ତୁ ଘରେ ରଖିବା ଦ୍ୱାରା ତାହା ପରିବାର ଲୋକଙ୍କ ଭାଗ୍ୟରେ ଉନ୍ନତି ଆଣିଥାଏ। ସାଜସଜ୍ଜା ନିମନ୍ତେ ମୁଖ୍ୟ ଦ୍ରବ୍ୟ ହେଉଛି ଘରେ ଲଗାଯାଉଥିବା ପରଦା। ପରଦାକୁ ଆମେ କବାଟ, ଝରକା ଇତ୍ୟାଦିରେ ମୁଖ୍ୟତଃ ଲଗାଇଥାଉ। ଏହାର ରଙ୍ଗରୁ ବ୍ୟକ୍ତି ଜୀବନରେ ଅନେକ କିଛି ପରିବର୍ତ୍ତନ ଆସିଥାଏ। ଆସନ୍ତୁ ଜାଣିବା ଘରେ କେଉଁ ରଙ୍ଗର ପରଦା ଲଗାଇବା ଉଚିତ ..ଛୋଟ ପିଲାଙ୍କ କକ୍ଷ : ଛୋଟ ପିଲାଙ୍କ ଘରେ ସର୍ବଦା ଅଳ୍ପ ହାଲୁକା ରଙ୍ଗର ପରଦା ଲଗାଇବା ଉଚିତ। ହଳଦିଆ, ସବୁଜ, ଗୋଲାପୀ ଇତ୍ୟାଦି ରଙ୍ଗର ପରଦା ଲଗାନ୍ତୁ। ସବୁଜ ଓ ହଳଦିଆ ରଙ୍ଗ ଶାନ୍ତିର ପ୍ରତୀକ ଅଟେ। ଏହା ଛୁଆଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ରଖିଥାଏ। ପାଠପଢାରେ ମଧ୍ୟ ମନ ଲାଗିଥାଏ।
ନୂଆ ବିବାହ କରିଥିବା ବ୍ୟକ୍ତିଙ୍କ କକ୍ଷ : ଘରେ ଯେକୌଣସି ବ୍ୟକ୍ତି ନୂଆ ବିବାହ କରିଥିଲେ ତାଙ୍କ ଶୋଇବା କକ୍ଷରେ ଲାଲ, ବାଇଗଣୀ ରଙ୍ଗର ପରଦା ଲଗାନ୍ତୁ। ଏହାଦ୍ୱାରା ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଥାଏ। ପରସ୍ପର ପ୍ରତି ବିଶ୍ୱାସ ମଧ୍ୟ ବଢିଥାଏ।ପରିବାର ମୁଖ୍ୟଙ୍କ କକ୍ଷ : ପରିବାରର ମୁଖ୍ୟଙ୍କ ଘରେ ନାରଙ୍ଗୀ, ସବୁଜ ରଙ୍ଗର ପରଦା ଲଗାନ୍ତୁ। ସବୁଜ ରଙ୍ଗ ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି କରିଥାଏ। ଏବଂ ନାରଙ୍ଗୀ ରଙ୍ଗ ପରିବାର ମୁଖ୍ୟଙ୍କୁ ସଠିକ ବିଚାର କରିବା ଦିଗରେ ଅଗ୍ରସର କରିଥାଏ।
ଡାଇନିଂ କକ୍ଷ : ଘରର ଡାଇନିଂ କକ୍ଷ ପାଶ୍ୱର୍ରେ ସର୍ବଦା ପରଦା ଲଗାନ୍ତୁ। ମାଟିଆ ରଙ୍ଗର ପରଦାକୁ ସର୍ବଦା ଡାଇନିଂ ପାଖ ଝରକାରେ ଲଗାନ୍ତୁ। ଆଗ୍ନେୟ କୋଣରେ ମାଟିଆ ରଙ୍ଗର କିଛି ବସ୍ତୁ ରହିବା ଦ୍ୱାରା ଶୁଭ ହୋଇଥାଏ।ଅତିଥି କକ୍ଷ : ଅତିଥି କକ୍ଷରେ ସର୍ବଦା ହାଲୁକା ବାଦାମୀ ରଙ୍ଗ କିମ୍ବା କ୍ରିମ ରଙ୍ଗର ପରଦା ଲଗାନ୍ତୁ। ଏପରି କରିବା ଦ୍ୱାରା ଘରେ ସୁଖଶାନ୍ତି ବଜାୟ ରହିଥାଏ।
ପୂଜା କକ୍ଷ : ଘରର ପୂଜା କକ୍ଷକୁ ସର୍ବଦା ପରିଷ୍କାର ରଖିବା ଉଚିତ। ପୂଜା ଘରେ ସର୍ବଦା ହଳଦିଆ କିମ୍ବା ନାରଙ୍ଗୀ ରଙ୍ଗର ପରଦା ଲଗାନ୍ତୁ। ଏହା ଶୁଦ୍ଧତାର ପ୍ରତୀକ ଅଟେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories