www.samajalive.in
Sunday, December 14, 2025
17.1 C
Bhubaneswar

ପ୍ରଭାତ ବିଶ୍ୱାଳଙ୍କ ୩.୯୨ କୋଟି ଟଙ୍କାର ସମ୍ପତି ଜବତ କଲା ଇଡି

ଭୁବନେଶ୍ୱର :  ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କ ୩ କୋଟି ୯୨ ଲକ୍ଷ ୨୦ ହଜାର ଟଙ୍କାର ସମ୍ପତ୍ତି ପ୍ରବର୍ତନ ନିର୍ଦେଶାଳୟ ବା ଇଡି ଜବତ କରିଛି।  ବେଆଇନ କଳା ଧନ କାରବାର ଆଇନ ଅନୁଯାୟୀ ତାଙ୍କର ଏହି ସମ୍ପତ୍ତି ଜବତ କରାଯାଇଛି ।
ପ୍ରଭାତ ରଂଜନ ବିଶ୍ୱାଳଙ୍କର ଏସବିଆଇ କଟକ ଶାଖାରେ ଥିବା ୨୫ ଲକ୍ଷ ଟଙ୍କା ଆଟାଚ୍ ହୋଇଛି। ଅଣ ବ୍ୟାଙ୍କିଙ୍ଗ୍ ସଂସ୍ଥା ଜରିଆରେ ଟଙ୍କା ଆଦାୟ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେହିପରି ଉତର ପ୍ରଦେଶର ନୋଏଡାରେ ଥିବା ମିଡିଆ ଗୁରୁ କନସଲଟାଣ୍ଟସ ପ୍ରାଇଭେଟ ଲିମିଟେଡର ସମ୍ପତ୍ତି ମଧ୍ୟ ଜବତ କରାଯାଇଛି । ଏହି କଂପାନି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ସହିତ କିମ୍ବା ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆରେ ତାଲିକାଭୁକ୍ତ ନୁହେଁ। ଏନଏସଇଆଇ ଏବଂ ଏହିପରି ସର୍ବସାଧାରଣ ଜମା ସଂଗ୍ରହ କରିବାକୁ ଅନୁମତିପ୍ରାପ୍ତ ନୁହେଁ।
୨୦୦୨ରେ ହୋଇଥିବା ଏତଲା ଆଧାରରେ ଏହି ମାମଲାର ଅନୁସନ୍ଧାନ ଆରମ୍ଭ ହୋଇଥିଲା । ଓଡ଼ିଶାର କ୍ରାଇମ ବ୍ରାଞ୍ଚ ଇକୋନୋମିକ୍ ଅଫେନ୍ସ ୱିଙ୍ଗ (ଇଓଡବ୍ଲୁ) ଦ୍ୱାରା ଚାର୍ଜସିଟ୍ ଦାଖଲ ହୋଇଥିଲା  ସିବିଆଇ ଦ୍ୱାରା ଦାଖଲ ହୋଇଥିବା ଚାର୍ଜସିଟ୍ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories