www.samajalive.in
Sunday, December 14, 2025
19.1 C
Bhubaneswar

ମାଓବାଦୀଙ୍କ ଶହୀଦ ସପ୍ତାହ : ୧୨ଟି ରୁଟରେ ସରକାରୀ ବସ ଚଳାଚଳ ବନ୍ଦ

ଜୟପୁର : ମାଓବାଦୀ ମାନେ ଶହୀଦ ସପ୍ତାହ ପାଳନ କରୁଥିବାରୁ କୋରାପୁଟ ଜିଲାରେ ହାଇଆଲର୍ଟ ଜାରି କରାଯାଇଛି। ଜୟପୁର- ମାଲକାନଗିରି ବସ୍ ସେବା ସଂପୁଣ୍ଣ ବନ୍ଦ ହୋଇଯାଇଛି । ଜୟପୁର ଜୋନର ପାଖା ପାଖି ୧୨ଟି ରୁଟରେ ଓ ବିଜୟନଗରମ ଜୋନରୁ ୩ଟି ରୁଟରେ ବସ ଚଳାଚଳ ସମ୍ପୁଣ୍ଣ ବନ୍ଦ କରାଯାଇଛି । ଅବିଭକ୍ତ କୋରାପୁଟ ଜିଲାରେ ୩୪ ରୁ ଅଧିକ ସରକାରୀ ବସ ଚଳାଚଳକୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରାଯାଇଛି। ୨୭ ତାରିଖ ରାତ୍ରରୁ ସରକାରୀ ବସ୍ ଚଳାଚଳ ପ୍ରଭାବିତ ହୋଇଛି। ଯାହାଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

ଗୁରୁବାରଠାରୁ ମାଓବାଦୀଙ୍କ ଶହୀଦ ସପ୍ତାହ ଆରମ୍ଭ ହୋଇଥିବାରୁ ସୁରକ୍ଷା ଦୃଷ୍ଟିରୁ ସରକାରୀ ବସ ବନ୍ଦ କରାଯାଇଛି। ମାଲକାନଗିରି ଜିଲା ରୁଟରେ ୨୦ଟି ସରକାରୀ ବସ୍ ବନ୍ଦ ରଖାଯାଇ ଥିବା ବେଳେ ପାରଳାଖେମୁଣ୍ଡି- ଫୁଲବାଣି ରୁଟରେ ୪ଟି ବସ୍ ବନ୍ଦ କରାଯାଇଛି । କୋଟିଆ ରୁଟରେ ୨ଟି, ପାର୍ବତୀପୁରମ୍ ରୁଟରେ ଗୋଟିଏ, କାଶିପୁର ଦୁଇଟି, ଭଦ୍ରାଚଳମ ଦୁଇଟି, ଗୁଣୁପୁର ଦୁଇଟି ଓ ଭାୟା ରାୟଗଡା ଦେଇ ଯାଉଥିବା ବ୍ରହ୍ମପୁର, ଭଞ୍ଜନଗର ଓ ଭୁବନେଶ୍ୱରକୁ ଯାଉଥିବା ୮ଟି ବସକୁ ସଂମ୍ପୁଣ୍ଣ ବନ୍ଦ କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାଯାଇଛି । ମାଲକାନଗିରି ଜିଲା ମୋଟୁ ଠାରୁ ବିଶାଖାପାଟଣା ଦୁଇଟି, ସେହିପରି ଏହି ଜିଲାରୁ ଆନ୍ଧ୍ର ପ୍ରଦେଶ ଯାଉଥିବା ୬ଟି ବସ୍ ବନ୍ଦ କରାଯାଇଛି । ବ୍ରହ୍ମପୁର, ଭୁବନେଶ୍ୱର ଠାରୁ କୋରାପୁଟ- ମାଲକାନଗିର ପାଇଁ ଆସୁଥିବା ୧୫ଟି ବସ, ଭବନାପାଟଣାରୁ-ମୋଟୁ ଦୁଇଟି ବସ ବନ୍ଦ ରହିଛି । ଇନ୍ଦ୍ରାବତୀ- ଚିତ୍ରକୋଣ୍ଡା ରୁଟ ରେ ୨ଟି , କାଶିପୁର ଭାୟା ଦଶମନ୍ତପୁର ରୁଟ ରେ ୨ଟି, ଭବାନିପାଟଣା- ମାଲକାନଗିରି, ନିଳାଦ୍ରିନଗର, ଫୁଲବାଣି ରୁଟ ମଧ୍ୟରେ ଏପରି ଭାବେ ୩୫ ରୁଟ ରେ ୪୦ ରୁ ଅଧିକ ସରକାରୀ ଗାଡି ବନ୍ଦ ହୋଇଛି ।

- Advertisement -

ଏହିସବୁ ବସକୁ ଆସନ୍ତା ୩ ତାରିଖ ପଯ୍ୟନ୍ତ ବନ୍ଦ କରାଯାଇଥିବା ବିଭାଗ ତରଫରୁ ସୂଚନା ଦିଆଯାଇଛି । ମାଓବାଦୀମାନେ ଯେପରି କୌଣସି କାଣ୍ଡ ନଘଟାଇ ପାରିବେ ସେ ନେଇ ଜିଲା ପୋଲିସ ତରଫରୁ ସୁରକ୍ଷାକୁ କଡାକଡି କରାଯାଇଥିବା ଜଣାଯାଇଛି । ଜିଲାର ନାରାୟଣପାଟଣା, ବନ୍ଧୁଗାଁ, ବୈପାରିଗୁଡା, ପଟାଙ୍ଗି ଅଂଚଳରେ ସୁରକ୍ଷା ବାହନୀ ତରଫରୁ ତିକ୍ଷ୍ଣ ନଜର ରଖାଯାଇଛି । ମାଓବାଦୀ ଅଂଚଳରେ ଥିବା ଥାନା ଗୁଡିକର ସୁରକ୍ଷା କୁ କଡା କଡି କରାଯାଇଛି । ଅପରପକ୍ଷରେ ମାଓବାଦୀ ମାନେ ଶହୀଦ ସପ୍ତାହକୁ ସମର୍ଥନ ଜଣାଇବାକୁ ବ୍ୟାନରେ ଓ ପୋଷ୍ଟର ମାଧ୍ୟମରେ ଅନୁରୋଧ କରିଛନ୍ତି ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories