www.samajalive.in
Saturday, December 13, 2025
26.1 C
Bhubaneswar

ସରକାରୀ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ବିରୋଧରେ ଦସ୍ତଖତ ଅଭିଯାନ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ସମ୍ବଲପୁର – ଓଡିଶା ସରକାରୀ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ବିରୋଧରେ ଦସ୍ତଖତ ଅଭିଯାନ ସହିତ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଗୁରୁବାର ସମ୍ବଲପୁର ଜିଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ସରକାରୀ କର୍ମଚାରୀ ମାନଙ୍କ ଭଳି କାର୍ଯ୍ୟ କରି ଆସୁଥିବା ବେଳେ ସେମାନେ ସରକାରୀ ସୁବିଧାରୁ ବଞ୍ôଚତ ରହିଛନ୍ତି । ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କୁ ସର୍ବନିମ୍ନ ପାଉଣା (ଓଆରଏସପି ୨୦୧୭) ଅନୁଯାୟୀ ମିଳୁ ନାହିଁ । ଚୁକ୍ତିଭିତ୍ତିକ କାର୍ଯ୍ୟର ୬ ବର୍ଷ ବିତିଯିବା ସତ୍ୱେ କୌଣସି ପ୍ରକାରର ପଦୋନ୍ନତି, ବରିଷ୍ଠତା, ଦରମାରେ ବୃଦ୍ଧି, ଅବସରକାଳୀନ ସୁବିଧା, ସରକାରୀ ଆବାସ କିମ୍ବା ଆବାସ ପାଇଁ ଭତ୍ତା ଆଦି କୌଣସି ପ୍ରକାରର ସୁବିଧା ଦିଆଯାଉ ନାହିଁ ।

ଏଣୁ ଓଡିଶା ଚୁକ୍ତିଭିତ୍ତିକ ନିଯୁକ୍ତି ଆଇନ ୨୦୧୩ କୁ ସମ୍ପୁର୍ଣ୍ଣ ରୂପେ ଉଠାଇବା, ପଦୋନ୍ନତି, ବରିଷ୍ଠତା, ଦରମାରେ ବୃଦ୍ଧି, ଅବସରକାଳୀନ ସୁବିଧା ଆଦି ୨୦୧୭ର ଆଇନ ଅନୁଯାୟୀ ପ୍ରଦାନ କରିବା ଏବଂ ୧ ଜାନୁଆରୀ ୨୦୧୬ ମସିହାରୁ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ବର୍ଦ୍ଧିତ ଦରମା ଲାଗୁ କରିବା ପାଇଁ ମହାସଂଘ ପକ୍ଷରୁ ଦାବି କରାଯାଇଛି । ମହାସଂଘର ଜିଲା ସଭାପତି ଦେବୀ ପ୍ରସନ୍ନ କାନୁନଗୋ ଓ ସମ୍ପାଦକ ଆଶିଷ କୁମାର ବେହେରା ଙ୍କ ନେତୃତ୍ୱରେ ସଦସ୍ୟ ଓ ସଦସ୍ୟା ମାନେ ଆଜି ପୂର୍ବାହ୍ନରେ ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ଦସ୍ତଖତ ଅଭିଯାନ ମଧ୍ୟ କରିବା ପରେ ଜିଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories