www.samajalive.in
Saturday, December 13, 2025
21.1 C
Bhubaneswar

ବିଦ୍ୟାଳୟସ୍ତରୀୟ ସୃଜନ କାର୍ଯ୍ୟକ୍ରମ

ଗଞ୍ଜାମ : ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ ଗୋଖରକୁଦା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ବିଦ୍ୟାଳୟ ସ୍ତରୀୟ ସୃଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ବ୍ଲକ ଶିକ୍ଷାଧିକାରୀ ଭାଗିରଥି ବେହେରା, ସମ୍ମାନିତ ଅତିଥି ଏବିଇଓ ତଥା ବିଆରସିସି ବିଜୟଚନ୍ଦ୍ର ବେହେରା, ପରିଚାଳନା କମିଟି ସଭାପତି ବିଜୟ କୁମାର ଜେନା, ପୁଇଁତୋଳା କ୍ଲଷ୍ଟର ସିଆରସିସି ବିପ୍ର ଚରଣ ସାହୁ, ପାଳିବନ୍ଧ ସିଆରସିସି ସୁରେନ୍ଦ୍ର ସେଠୀ, ରାଜପୁର ସିଆରସିସି ରବୀନ୍ଦ୍ର କୁମାର ସେଠୀ ପ୍ରମୁଖ ମଞ୍ଚାସିନ ଥିଲେ। ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ରଘୁନାଥ ସାହୁ, କୃଷ୍ଣ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଏବଂ ଶିକ୍ଷୟତ୍ରୀ ଝୁମିତା ବେହେରା, ପ୍ରମିଳା ଶବର ଓ ସୁଜ୍ଞାନୀ ସାହୁ ସହଯୋଗ କରିଥିଲେ। ଏହି ଅବସରରେ ୭୪ ଟି ଚିତ୍ର, ୧୩ ଗଳ୍ପ ଓ ୨୦ଟି କବିତା ସ୍ଥାନ ପାଇଥିଲା । ଯାହାକୁ ନେଇ ବ୍ଲକ ଶିକ୍ଷାଧିକାରୀ ବେହେରା ଖୁସିବ୍ୟକ୍ତ କରି ବିଦ୍ୟାଳୟୟ ଉନ୍ନତିକରଣ ପାଇଁ ୫୦୦୦ ଅର୍ଥରାଶି ପ୍ରାଦନ କରିବାକୁ ଘୋଷଣା କରିଛନ୍ତି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories