www.samajalive.in
Sunday, December 14, 2025
23.1 C
Bhubaneswar

ଅଗଷ୍ଟ ୧ ରେ ସମ୍ବଲପୁରୀ ପୋଷାକ ପିନ୍ଧିବେ ସମସ୍ତ ସରକାରୀ କର୍ମଚାରୀ – ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଗଲା ସୂଚନା

ସମ୍ବଲପୁର,  – ପ୍ରତି ବର୍ଷ ଅଗଷ୍ଟ ୧ ତାରିଖରେ ସ୍ୱର୍ଗତ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ସ୍ମୃତି ଉଦ୍ଦେଶ୍ୟରେ ‘ସମ୍ବଲପୁରୀ ଦିନ’ ମହା ଆଡମ୍ବରରେ ପାଳନ କରାଯାଇ ଆସୁଛି । ସ୍ୱର୍ଗତ ବହିଦାରଙ୍କ ଜନ୍ମ ବାର୍ଷିକୀ କୁ ସ୍ମରଣ କରିବା ଏବଂ ତାଙ୍କର ସମ୍ବଲପୁରୀ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ରହିଥିବା ଅବଦାନ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସମ୍ବଲପୁର ଜିଲା ପ୍ରଶାସନ ତରଫରୁ ଆଗାମୀ ଅଗଷ୍ଟ ୧ ତାରିଖ ଦିନ ଜିଲାର ସମସ୍ତ କର୍ମଚାରୀ ମାନଙ୍କୁ ‘ସମ୍ବଲପୁରୀ ପୋଷାକ’ ପରିଧାନ କରିବା ନିମନ୍ତେ ପରାମର୍ଶ ଦିଆଯାଇଛି । ଏହି ସଂକ୍ରାନ୍ତରେ ବରଗଡ ଜିଲା ପ୍ରଶାସନ ପକ୍ଷରୁ ସମ୍ବଲପୁରୀ ପୋଷାକ ପରିଧାନ ସର୍ମ୍ପକରେ ବୁଧବାର ଚିଠି ଜାରି ହେବା ପରେ ସମ୍ବଲପୁର ଜିଲା ପ୍ରଶାସନ ତରଫରୁ ଚିଠି ସଂଖ୍ୟା ୧୬୪ / ତା. ୨୮-୦୭-୨୦୨୨ ଜାରି କରାଯାଇ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ସୂଚିତ କରାଯାଇଥିବାର ଜିଲା ସୂଚନା ଓ ଲୋକ ସର୍ମ୍ପକ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ସମ୍ବଲପୁରୀ ଦିନ ପାଳନ କରୁଥିବା ଅନୁଷ୍ଠାନ ‘ସମ୍ବଲପୁରୀ ଏକତା ମଞ୍ଚ’ ଓ ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ସମ୍ବଲପୁର ଜିଲା ପ୍ରଶାସନକୁ ସମ୍ବଲପୁରୀ ପୋଷାକ ପରିଧାନ ନିମନ୍ତେ ପରାମର୍ଶ ଜାରି କରିବାକୁ ଅନୁରୋଧ କରାଯାଇଥିଲା । ୨୦୧୨ ମସିହାରେ ଗୁରୁ ସତ୍ୟନାରାୟଣ ବହିଦାର ଙ୍କ ୧୦୦ ତମ ଜନ୍ମ ବାର୍ଷିକୀ ଅଗଷ୍ଟ ୧ ରେ ଆରମ୍ଭ ହୋଇଥିବା ‘ସମ୍ବଲପୁରୀ ଦିନ’ କାର୍ଯ୍ୟକ୍ରମ ଏବେ ସାରା ବିଶ୍ୱରେ ପରିଚିତ । ବିଗତ ବର୍ଷ ଗୁଡିକରେ ଅଗଷ୍ଟ ୧ ତାରିଖରେ ପଶ୍ଚିମ ଓଡିଶାର ସାଂସଦ ମାନେ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ସଂସଦର କାର୍ଯ୍ୟରେ ଯୋଗ ଦେଇ ସାରା ଦେଶକୁ ‘ସମ୍ବଲପୁରୀ ଦିନ’ ର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହି ଦିବସକୁ ପଶ୍ଚିମ ଓଡିଶାବାସୀ ସମ୍ବଲପୁରୀ ବସ୍ତ୍ର, ଖାଦ୍ୟ, ସଙ୍ଗୀତ ଓ ନୃତ୍ୟର ଆସରରେ ବହୁ ଆଡମ୍ବରରେ ପାଳନ କରି ଆସୁଛନ୍ତି ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories