www.samajalive.in
Monday, December 15, 2025
15.1 C
Bhubaneswar

ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ବିକ୍ଷୋଭ ଶୋଭାଯାତ୍ରା 

ଆଠଗଡ :  ଆଠଗଡ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ କଖଡିର ଝିଅ ତଥା ବିଜେବି କଲେଜର ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ସଂପୃକ୍ତ ଦୋଷୀଙ୍କୁ ଦଣ୍ଡବିଧାନ କରି ରୁଚିକାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ଆଠଗଡ କଂଗ୍ରେସ ପକ୍ଷରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । କଖଡିଠାରୁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ନେତୃତ୍ୱରେ ବାହାରିଥିବା ଏହି ବାଇକ ଶୋଭାଯାତ୍ରାରେ ଶତାଧିକ କଂଗ୍ରେସ ନେତା ଓ କର୍ମୀ ଆଠଗଡ ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲେ । ରୁଚିକା ମହାନ୍ତିଙ୍କର ଆତ୍ମହତ୍ୟା ପୂର୍ବରୁ ଲେଖା ପତ୍ରରେ ତାଙ୍କୁ ବରିଷ୍ଠ ଶ୍ରେଣୀର ୩ଜଣ ଛାତ୍ରୀ ନିୟମିତ ରାଗିଂ କରିବାରୁ ତାହା ସହି ନପାରି ସେ ଆତ୍ମହତ୍ୟା କରୁଛନ୍ତି ବୋଲି ଉଲ୍ଲେଖ କରିଥିବାରୁ ତାଙ୍କର ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇଛି। ତଥାପି ଘଟଣା ଘଟିବାର ୨୫ଦିନ ବିତିଯାଇଥିବା ପରେ ମଧ୍ୟ ପୁଲିସ ରାଗିଂ ଅଭିଯୁକ୍ତ ଛାତ୍ରୀଙ୍କୁ ଚିହ୍ନଟ କରିବା ଓ ଧରିବାରେ ବିଫଳ ହୋଇଛି ଅଥବା ପୁଲିସ କୌଣସି ଚାପରେ ରହିଥିବା ପୂର୍ବତନ ବିଧାୟକ ଶ୍ରୀ ରଥ ଅଭିଯୋଗ କରିଥିଲେ।

ଆୟୋଜିତ ପ୍ରତିବାଦ ସଭାରେ ଉଦ୍‍ବୋଧନ ଦେଇ ଆଠଗଡ ଅଞ୍ଚଳର ଗୋଟିଏ ଝିଅ ଏପରି ଦୁଃଖଦ ମୃତ୍ୟୁବରଣ କରିଥିବାବେଳେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଚୁପ ବସିଥିବାରୁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଘଟଣାକୁ ଗୁରୁତ୍ୱ ଦେଉନଥିବାରୁ ଶ୍ରୀ ରଥ ତୀବ୍ର ସମାଲୋଚନା କରିଥିଲେ। ସଂପ୍ରତି ରାଜ୍ୟରେ ଅନ୍ୟାୟ, ଅନୀତି, ନାରୀ ନିର୍ଯ୍ୟାତନା, ଦୁର୍ନୀତି ଓ ଭ୍ରଷ୍ଟାଚାର ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ରାଜ୍ୟର ମୁଖିଆ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ନବୀନଙ୍କ ସ୍ଲୋଗାନ ଗାଁ କୁ କାମ, ମାଆକୁ ସମ୍ମାନ ଆଜି କୁଆଡେ ଗଲା ବୋଲି ଶ୍ରୀ ରଥ ପ୍ରଶ୍ନ ଉଠାଇଥିଲେ। ରୁଚିକା ମହାନ୍ତିଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବା ଓ ରାଜ୍ୟରେ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ରାଗିଂ ବନ୍ଦ କରିବା ପାଇଁ କଂଗ୍ରେସ ପକ୍ଷରୁ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଉପଜିଲ୍ଲାପାଳ ଦୀପ୍ତିମୟୀ ବେହେରାଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା। ତେବେ ଯଦି ରୁଚିକାଙ୍କ ପରିବାରକୁ ନ୍ୟାୟ ନମିଳେ ଆଗାମୀ ଦିନରେ  ବ୍ୟାପକ  ଆନ୍ଦୋଳନ କରିବା ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଶ୍ରୀ ରଥ ଚେତାଇ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଆଠଗଡ ବ୍ଲକ କଂଗ୍ରେସ ସଭାପତି ସୁଦର୍ଶନ ସାହୁ, ତିଗିରିଆ ବ୍ଲକ କଂଗ୍ରେସ ସଭାପତି, ଆଠଗଡ ମହିଳା କଂଗ୍ରେସ ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ, ନଗରପାଳ ପ୍ରାର୍ଥୀନୀ ଅରୁପମା ଭକ୍ତା, ଯୁବକଂଗ୍ରେସ ଜିଲ୍ଲା ଉପସଭାପତି ମନୋରଞ୍ଜନ ପଟ୍ଟନାୟକ, ଆଠଗଡ ଯୁବକଂଗ୍ରେସ ସଭାପତି ବିକ୍ରମ ରାୟ ସାମନ୍ତ, ସଂପାଦକ ପ୍ରଶାନ୍ତ ବେହେରା, ବରିଷ୍ଠ କଂଗ୍ରେସ ନେତା ବାଞ୍ଛାନିଧି ପ୍ରଧାନ, ସୁନିଲ ସୁତାର, ସଚ୍ଚିଦାନନ୍ଦ ପଣ୍ଡା, ରଜନୀ ଜେନା, ବାବୁଲି ପାତ୍ର, ବିପିନ ମହାପାତ୍ର, ଅଶୋକ ତ୍ରିପାଠୀ, ଯୁବ କଂଗ୍ରେସ ନେତା ଶ୍ରୀତମ ଦାସ, ବିଶାଲ ପରିଡା, ଅବିନାଶ ପ୍ରଧାନ, ଦେବବ୍ରତ ଦାସ ଓ ସମ୍ବିତ ଦଳାଇଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories