ଚାଷୀ ପଞ୍ଜିକରଣ ଲାଗି ମହିଳା ସ୍ୱୟଂ ଗୋଷ୍ଠିଙ୍କୁ ଦାୟିତ୍ବ ; ଦଲାଲ ଗୋଷ୍ଠିର ଚକ୍ରାନ୍ତ ଅଭିଯୋଗ

ମାଲକାନଗିରି :  ଚଳିତ ଖରିପ ଋତୁରେ ଧାନମଣ୍ଡି ପରିଚାଳନା ନିମନ୍ତେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ବିରୋଧରେ ଦଲାଲଗୋଷ୍ଠି ଚକ୍ରାନ୍ତ ଚଳାଇଥିବା ଅଭିଯୋଗ ହୋଇଛି । ତେବେ ଲ୍ୟାମ୍ପସରେ ଅଭିଯୋଗ ଶୂନ୍ୟ ହୋଇଥିବା ଦେଖା ଦେଇଛି । ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ତରଫରୁ ମହିଳାଙ୍କୁ ସଶକ୍ତିକରଣ କରିବା ନିମନ୍ତେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ଧାନମଣ୍ଡି ପରିଚାଳନା ଦେବାର ବ୍ୟବସ୍ଥା ରହିଛି । ତେବେ ମହିଳା ଗୋଷ୍ଠି ଧାନମଣ୍ଡି ପରିଚାଳନା କଲେ ଦଲାଲ ଗୋଷ୍ଠିର ପ୍ରକୃତ ମୁଖା ପଦାକୁ ଆସୁଛି । ଯଦ୍ୱାରା ମହିଳା ସ୍ୱୟଂ ସହାୟକ ଗୋଷ୍ଠିକୁ ଦଲାଲ ଗୋଷ୍ଠି ମାନେ ବାରମ୍ବାର ମିଥ୍ୟା ଅଭିଯୋଗ ଆଣୁଥିବା ବେଳେ ନିରୀହ ଜନତାଙ୍କୁ ଢାଲ କରି ପଛରେ ରହି ଚକ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି। ଜିଲ୍ଲାରେ ସମୁଦାୟ ୬୫ଟି ସ୍ଥାନରେ ଧାନମଣ୍ଡି ଖୋଲୁଥିବା ବେଳେ ଚଳିତ ବର୍ଷ ତିନୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ଚାଷୀପଞ୍ଜିକରଣ ନିମନ୍ତେ ଦାୟିତ୍ୱ ଦିଆ ଯାଇଛି।  ୮ଟି ଲ୍ୟାମ୍ପସ ଚାଷୀ ପଞ୍ଜିକରଣ କାର୍ଯ୍ୟ କରୁଛନ୍ତି। ତେବେ ୮ଟି ଲ୍ୟାମ୍ପସରେ କୌଣସି ଅଭିଯୋଗ ହେଉ ନଥିବାବେଳେ ତିନୋଟି ସ୍ୱୟଂ ସହାୟକ ଗୋଷ୍ଠିଙ୍କ ବିରୁଦ୍ଧରେ ଚକ୍ରାନ୍ତକାରୀ ଦଲାଲ ମାନେ ଅନେକ ମିଥ୍ୟା ଅଭିଯୋଗ ଆଣିଥିବା ଦେଖାଯାଉଛି।

prayash

ପ୍ରକୃତରେ ବର୍ଷ ବର୍ଷ ଧରି ଲ୍ୟାମ୍ପସ କର୍ତ୍ତୃପକ୍ଷ  ଦଲାଲ ମାନଙ୍କୁ ସୁଯୋଗ ଦେଇ ଆସୁଛନ୍ତି। ବର୍ତ୍ତମାନ ହଠାତ୍ ଏହି ବ୍ୟବସ୍ଥା ମହିଳା ସ୍ୱୟଂ ସହାୟକ ଗୋଷ୍ଠି ହାତକୁ ଯିବା ଫଳରେ ଦଲାଲ ମାନଙ୍କ ପ୍ରକୃତ ମୁଖା ପଦାକୁ ଆସୁଛି। ଯଦ୍ୱାରା ଦଲାଲ ମାନେ ମହିଳା ସ୍ୱୟଂ ସହାୟକ ଗୋଷ୍ଟି ନାମରେ ବିଭିନ୍ନ ମିଥ୍ୟା ଅଭିଯୋଗ କରି ମଣ୍ଡି ବ୍ୟବସ୍ଥାରୁ ଦୁରେଇ ରଖିବା ନିମନ୍ତେ ହୀନ ପ୍ରୟାସ ଜାରି ରଖିଛନ୍ତି। ତେବେ ଜିଲ୍ଲା ପ୍ରଶାସନ ଯଦିଓ ସମସ୍ତ ଅଂଚଳରେ କଡା ନଜର ରଖିଛନ୍ତି ତଥାପି ଦଲାଲ ଗୋଷ୍ଠି ଏପର୍ଯ୍ୟନ୍ତ କେବଳ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ବିରୋଧରେ ଅଭିଯୋଗ ଆଣିଥିବା ବେଳେ ଆଠଟି ଲ୍ୟାମ୍ପସ ମଧ୍ୟରୁ କୌଣସି ଲ୍ୟାମ୍ପ ବିରୋଧରେ  ଅଭିଯୋଗ ଆସୁ ନଥିବା ଏହା ସ୍ପଷ୍ଟ ହୋଇଛି ବୋଲି ମାଲକାନଗିରି ବ୍ଲକ ଉପାଧ୍ୟକ୍ଷ ନିରଂଜନ ହାଲଦାର ପ୍ରକାଶ କରିଛନ୍ତି । ତାଙ୍କ କହିବା ଅନୁସାରେ ଏଭଳି ଚକ୍ରାନ୍ତକାରୀ ଦଲାଲ ମାନଙ୍କ ଅଭିଯୋଗକୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ନ ଦେଇ ସମସ୍ତ ଧାନ ମଣ୍ଡିକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠିକୁ ଦିଆଗଲେ ଜିଲ୍ଲାର ମଣ୍ଡି ବ୍ୟବସ୍ଥା ଦଲାଲ ମୁକ୍ତ ହୋଇ ପାରିବ। ଏହା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠିଙ୍କ ଆର୍ଥିକ ମାନଦଣ୍ଡର ବିକାଶ ହୋଇ ପାରିବ ବୋଲି ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥଙ୍କୁ ଯୋଗାଯୋଗ କରିବାରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

kalyan agarbati

Comments are closed.