www.samajalive.in
Sunday, December 7, 2025
26.1 C
Bhubaneswar

କାମ କରୁନି ଜିଓ ଇଣ୍ଟରନେଟ୍, ଗ୍ରାହକ ଅସନ୍ତୋଷ

ଫୁଲବାଣୀ: ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟଠାରେ ଲାଗିଥିବା ଜିଓ ଟାୱାର ସଠିକ୍ ଭାବେ ଇଣ୍ଟରନେଟ୍ ସେବା ଯୋଗାଇବାରେ ବିଫଳ ହୋଇଛି। କଥା ହେବା କଷ୍ଟକର ହୋଇ ପଡ଼ିଥିବାବେଳେ ଜିଓ ନେଟ୍ ସେବା ସମ୍ପୂର୍ଣ୍ଣ ଫେଲ୍ ମାରୁଛି। ଗତ କିଛିଦିନ ହେବ ଫିରିଙ୍ଗିଆ ବଜାରରେ ମଧ୍ୟ ଇଣ୍ଟରନେଟ୍ ଠିକ୍ ଭାବରେ ଚାଲୁ ନ ଥିବାବେଳେ ଗ୍ରାହକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପ୍ରତି ଜିଓ କର୍ତ୍ତୃପକ୍ଷ ମଧ୍ୟ କୌଣସି ଗୁରୁତ୍ବ ଦେଉନଥିବାରୁ ସାଧାରଣରେ ଗ୍ରାହକ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଜିଓ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କଲେ ଏଥିପ୍ରତି କୌଣସି ଗୁରୁତ୍ବ ଦେଉନାହାନ୍ତି। ଦିନର ଅଧିକାଂଶ ସମୟ ଠିକ୍ ଭାବରେ ଜିଓ ନେଟ୍ ଚାଲୁନାହିଁ। ବିଏସଏନଏଲ ସେବା ଫିରିଙ୍ଗିଆ ଅଞ୍ଚଳରେ ରହିଥିଲେ ମଧ୍ୟ ଅଧିକାଂଶ ଜିଓ ଗ୍ରାହକ ରହିଥିବାରୁ ସେମାନେ ବହୁ ଅସୁବିଧା ଭୋଗୁଛନ୍ତି। ତୁରନ୍ତ ଏହି ଜିଓ ନେଟ୍ ସେବାକୁ ଫିରିଙ୍ଗିଆରେ ଠିକ୍ ଭାବରେ ଯୋଗାଇ ଦେବାକୁ ଫିରିଙ୍ଗିଆ ଅଞ୍ଚଳବାସୀ ଦାବି କରିଛନ୍ତି। ଆଗାମୀ ଦିନରେ ଏହି ଜିଓ ସେବା ଠିକ୍ ଭାବରେ ଯୋଗାଇ ନ ଦେଲେ ବାଧ୍ୟହୋଇ ଆନ୍ଦୋଳନ କରିବେ ବୋଲି କିଛି ଜିଓ ଗ୍ରାହକଙ୍କ ସହ ଅଞ୍ଚଳବାସୀ ଦାବି କରିଛନ୍ତି।

 

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories