www.samajalive.in
Sunday, December 7, 2025
26.1 C
Bhubaneswar

ନାରୀ ସୁରକ୍ଷା ଦାବିରେ କଂଗ୍ରେସର ମଶାଲ ଶୋଭାଯାତ୍ରା

ଆଠଗଡ: ରାଜ୍ୟରେ ହେଉଥିବା ନାରୀ ନିର୍ଯାତନା, ଗଣଦୁଷ୍କର୍ମ, ହତ୍ୟା, ନିଖୋଜ ଶିଶୁ ଓ ମହିଳାଙ୍କୁ ଖୋଜିବା, ସୁରକ୍ଷା ଓ ନ୍ୟାୟ ଦେବା ଦାବିରେ ଆଠଗଡ କଂଗ୍ରେସର ପକ୍ଷରୁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବିଜେପି ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳତା ଓ ଅଗଣତାନ୍ତ୍ରିକ କାର୍ଯ୍ୟକ୍ରମ ବିରୋଧରେ ଏହି ମଶାଲ ଶୋଭାଯାତ୍ରା ଆୟୋଜନ କରାଯାଇଛି।
ମଙ୍ଗଳବାର ସନ୍ଧ୍ୟା ୫ଟାରେ ଆଠଗଡ଼ ଦଳୀୟ କାର୍ଯ୍ୟାଳୟଠାରେ ଶତାଧିକ କଂଗ୍ରେସ କର୍ମକର୍ତ୍ତା, ମହିଳା, ଯୁବକ ଓ ଛାତ୍ର କର୍ମୀ ଏକତ୍ରିତ ହୋଇ ମଶାଲ ଶୋଭାଯାତ୍ରା ମାଧ୍ୟମରେ ସହର ପରିକ୍ରମା କରି ନୂତନ ବସ୍ ଷ୍ଟାଣ୍ଡ ଠାରେ ପ୍ରତିବାଦ ସଭା କରିଥିଲେ। ଏହି ଶୋଭାଯାତ୍ରାରେ ଆଠଗଡ଼ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ସୁଦର୍ଶନ ସାହୁ, ପିସିସି ସଭ୍ୟ ଅକ୍ଷୟ କୁମାର ତୁଙ୍ଗ ମସାମନ୍ତ, କାଉନସିଲର ତଥା ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ମନୋରଞ୍ଜନ ପଟ୍ଟନାୟକ, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି କିଶୋର କୁମାର ସାମନ୍ତରାୟ, ଆଠଗଡ଼ ଯୁବ କଂଗ୍ରେସ ସଭାପତି ବିକ୍ରମ ରାୟ ସାମନ୍ତ, ବରିଷ୍ଠ କଂଗ୍ରେସ ନେତା କିରଣ ବିହାରୀ ଖଟୁଆ, ସୋମନାଥ ଭକ୍ତା, ସଚ୍ଚିଦାନନ୍ଦ ପଣ୍ଡା, ସଂଗ୍ରାମ ପାତ୍ର, ଭାସ୍କର ଚନ୍ଦ୍ର ମିଶ୍ର, ଅଶୋକ କୁମାର ଦାଶ, ତ୍ରିଲୋଚନ ବେହେରା, କୈଳାଶ ସାହୁ, ମିନିଷ୍ଟର ପ୍ରଧାନ, ପ୍ରଫୁଲ୍ଲ ସାହୁ, ଗଦାଧର ରାଉତ, ପ୍ରକାଶ ପୁହାଣ, ଯୁବ ନେତା ଶିରିଶ ଚନ୍ଦ୍ର ଧଳ, ସଂଗ୍ରାମ ବେହେରା, ସମ୍ବିତ ଦଳାଇ, ପ୍ରଶାନ୍ତ ବେହେରା, ସୂର୍ଯ୍ୟକାନ୍ତ ସେଠି ଆଦି ସାମିଲ ହେବା ସହ ପ୍ରତିବାଦ ସଭାରେ ଉଦବୋଧନ ଦେଇ ବିଜେପି ସରକାରକୁ ତୀବ୍ର ନିନ୍ଦା କରିଥିଲେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories