www.samajalive.in
Saturday, December 6, 2025
14.1 C
Bhubaneswar

ହସ୍ପିଟାଲରେ ଏୟାର ହୋଷ୍ଟେସ୍‌ଙ୍କୁ ଯୌନ ନିର୍ଯ୍ୟାତନା !

ନୂଆଦିଲ୍ଲୀ: ହରିୟାଣା ଗୁରୁଗ୍ରାମରେ ଚାଞ୍ଚଲ୍ୟ । ଏୟାର ହୋଷ୍ଟେସଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଗୁରୁଗ୍ରାମରେ ଥିବା ଏକ ଘରୋଇ ହସ୍ପିଟାଲକୁ ଜଣେ ଏୟାର ହୋଷ୍ଟେସ୍ ଚିକିତ୍ସା ପାଇଁ ଆସିଥିଲେ। ଏହି ସମୟରେ ହସ୍ପିଟାଲର ଜଣେ କର୍ମଚାରୀ ତାଙ୍କୁ ଯୌନ ନିର୍ଯ୍ୟାତନା ଆଣିଥିବା ସେ ଅଭିଯୋଗ କରିଛନ୍ତି। ଏ ନେଇ ସେ ପୁଲଚିସକୁ ମଧ୍ୟ ଜଣାଇଛନ୍ତି। ପୁଲିସ୍ ହସ୍ପିଟାଲର ସିସି ଟିଭି କ୍ୟାମେରାକୁ ଯାଞ୍ଚ କରୁଛି। ପୀଡିତାଙ୍କ କହିବାନୁଯାୟୀ ସେ ଭେଣ୍ଟିଲେଟରରେ ଥିବା ସମୟରେ ତାଙ୍କ ସହ ଏଭଳି ଘୃଣ୍ୟ କାର୍ଯ୍ୟ କରାଯାଇଛି। ସେପଟେ ଏହି ଘଟଣାକୁ ନେଇ ତଦନ୍ତ ଚାଲିଥିବା କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ଏପରିକି ହସ୍ପିଟାଲ ପକ୍ଷରୁ ଏକ ଚିଠି ମଧ୍ୟ ଜାରି କରାଯାଇଛି। ପୁଲିସକୁ ପୂର୍ଣ୍ଣ ସହଯୋଗ କରାଯାଉଥିବା ସେଥିରେ ଉଲ୍ଲେଖ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories