www.samajalive.in
Monday, December 15, 2025
27.1 C
Bhubaneswar

ଚୀନ ଉପରେ ୨୪୫% ଶୁଳ୍କ ଲଗାଇଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଆମେରିକା ଏବଂ ଚୀନ ମଧ୍ୟରେ ତାରିଫ ଯୁଦ୍ଧ ତୀବ୍ରତର ହେବାରେ ଲାଗିଛି। ଚୀନ ଉପରେ ୨୪୫% ତାରିଫ ଲାଗୁ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପୂର୍ବରୁ ଏହା ୧୪୫% ରହିଥିଲା। ମଙ୍ଗଳବାର ରାତିରେ ଟ୍ରମ୍ପ ଚୀନ ଉତ୍ପାଦ ଉପରେ ଆହୁରି ୧୦୦% ଶୁଳ୍କ ବୃଦ୍ଧି କରିଛନ୍ତି। ଯାହାଫଳରେ ଆମେରିକାକୁ ଚୀନ ରପ୍ତାନୀ କରୁଥିବା ଉତ୍ପାଦ ଉପରେ ୨୪୫% ଶୁଳ୍କ ଲାଗୁ କରାଯିବ।

ଦୁଇ ଦେଶ ମଧ୍ୟରେ ତାରିଫ ଯୁଦ୍ଧ ଚାଲିଥିବାବେଳେ ଚୀନ ଆମେରିକା ବିରୋଧରେ ଅର୍ଥନୈତିକ ଅବରୋଧ କଲା ଭଳି ପଦକ୍ଷେପ ନେଉଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି। ଚୀନ ଆମେରିକାକୁ ଗ୍ୟାଲିୟମ, ଜର୍ମାନିୟମ ଏବଂ ଆଣ୍ଟିମୋନୀ ଭଳି ଗୁରୁତ୍ଵପୂର୍ଣ୍ଣ ପଦାର୍ଥ ରପ୍ତାନୀ ଉପରେ କଟକଣା ଲାଗୁ କରିଛି। ଏସବୁ ପଦାର୍ଥ ଏରୋସ୍ପେଶ, ପ୍ରତିରକ୍ଷା ଏବଂ ସେମିକଣ୍ଡକ୍ଟର କ୍ଷେତ୍ର ପାଇଁ ଗୁରୁତ୍ଵପୂର୍ଣ୍ଣ। କିନ୍ତୁ ଚୀନ ନିକଟରେ ୬ଟି ବସ୍ତୁ ରପ୍ତାନୀ ଉପରେ କଟକଣା ଲାଗୁ କରିବା ଫଳରେ ବିଶ୍ଵବ୍ୟାପୀ ଏହାର ଅଭାବ ପରିଲକ୍ଷିତ ହୋଇଛି ବୋଲି ଆମେରିକା କହିଛି।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories