www.samajalive.in
Sunday, December 14, 2025
16.1 C
Bhubaneswar

ଶିଶୁଙ୍କୁ ଖୁଆନ୍ତୁ ନାହିଁ ମହୁ : ହୋଇପାରେ ଏପରି ସମସ୍ୟା

ସାଧାରଣତଃ ଛୋଟ ଶିଶୁମାନଙ୍କୁ ଅଧିକାଂଶ ସମୟରେ ଥଣ୍ଡା ଓ ଜ୍ୱର ହୋଇଥାଏ। ତେବେ ଏଥିରୁ ସୁରକ୍ଷା ପାଇଁ ଅଭିଭାବକ ପିଲାଙ୍କୁ ଡାକ୍ତରଙ୍କ ପାଖକୁ ନେବା ସହ କେତେକ ଘରୋଇ ଚିକିତ୍ସା ମଧ୍ୟ କରିଥାଆନ୍ତି। ତେବେ ଏ କ୍ଷେତ୍ରରେ ମହୁ ଏକ ଘରୋଇ ଉପଚାର ଭାବେ ବ୍ୟବହୃତ ହୋଇଥାଏ। ଅଭିଭାବକ ଶିଶୁକୁ ଥଣ୍ଡାରୁ ମୁକ୍ତ କରିବା ପାଇଁ ମହୁ ଖୁଆଇ ଥାଆନ୍ତି। ହେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଛୋଟ ଶିଶୁଙ୍କୁ ମହୁ ଦେବା ଅନୁଚିତ।
ଛୁଆଙ୍କୁ ମହୁ ଦେବା ପୂର୍ବରୁ ପ୍ରଥମେ ଏହା ଜାଣିବାକୁ ଚେଷ୍ଟା କରନ୍ତୁ ଯେ ମହୁ ଖାଇଲେ ଛୁଆଙ୍କ ଶରୀରରେ ଆଲର୍ଜି ହେଉଛି କି ନାହିଁ।
ବିଶେଷ କରି ୬ ମାସ ବା ୬ ମାସରୁ କମ୍‍ ବୟସର ଶିଶୁକୁ ମହୁ ଖାଇବାକୁ ଦେବା ଉଚିତ୍ ନୁହେଁ। ବିଶେଷଜ୍ଞଙ୍କ ମତରେ, ୯ ମାସରୁ ୧ବର୍ଷ ମଧ୍ୟରେ ଶିଶୁଙ୍କୁ ବେବି ଫୁଡ୍ ଖାଇବାକୁ ଦେଇପାରିବେ। ଏଥିସହିତ କାଶ ବା ଥଣ୍ଡା ହେଲେ, ଆପଣ ମହୁର ବ୍ୟବହାର ମଧ୍ୟ କରିପାରିବେ। ହେଲେ ଏହାକୁ ବ୍ୟବହାର କରିବା ପୂର୍ବରୁ ଏହାର ମାତ୍ରା ଏବଂ ଗୁଣବତ୍ତା ଉପରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ।

ବିଶେଷଜ୍ଞଙ୍କ କହିବା ଅନୁସାରେ, ଦୁଇ ବର୍ଷରୁ ଊର୍ଦ୍ଧ୍ବ ବୟସର ଶିଶୁଙ୍କ କଫ ସମସ୍ୟା ସୁଧାରିବା ପାଇଁ ସେମାନଙ୍କୁ ମହୁ ଖାଇବାକୁ ଦେଇ ପାରିବେ। ମହୁରେ ଥିବା ଚିକ୍କଣ ଅଂଶ ଗଳାକୁ ଯିବା ପରେ ଗଳାର ଶୁଖିଲାପଣକୁ ଦୂର କରିଥାଏ। ଏହା ବ୍ୟତୀତ ମହୁରେ ଆଣ୍ଟି-ଇନ୍ଫେକ୍ଟିଭ୍ ଗୁଣ ମଧ୍ୟ ରହିଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମହୁରେ ବହୁତ ଉପକାରୀ ଗୁଣ ଥିବା ସତ୍ତ୍ୱେ ଏଥିରେ ବ୍ୟାକ୍ଟେରିଆ ବା ଜୀବାଣୁ ମଧ୍ୟ ଥା’ନ୍ତି। ଯାହାକୁ କ୍ଲୋଷ୍ଟ୍ରିଡିଅମ୍‍ ବୋଟୁଲିନମ୍‍ କୁହାଯାଏ। ଏହି ବ୍ୟାକ୍ଟେରିଆ ଅନେକ ସମୟରେ ଫୁଡ୍ ପଏଜନ୍ର କାରଣ ମଧ୍ୟ ହୋଇଥା’ନ୍ତି। ତେବେ ବୟସରେ ବଡ଼ ଲୋକଙ୍କ କ୍ଷେତ୍ରରେ ଏହି ବ୍ୟାକ୍ଟେରିଆର କୌଣସି ପ୍ରଭାବ ପଡ଼ି ନଥାଏ। କାରଣ ବୟସ୍କମାନଙ୍କ ପାଚନ ତନ୍ତ୍ର ଅଧିକ ସୁଦୃଢ଼ ହେବା ଯୋଗୁଁ ଏହି ବ୍ୟାକ୍ଟେରିଆ ସେମାନଙ୍କର କୌଣସି କ୍ଷତି କରି ନଥାଏ। ହେଲେ ଏହି କାରଣରୁ ଛୋଟ ଛୁଆଙ୍କ ପାଇଁ ମହୁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।
ମହୁର ଅନେକ ଗୁଣ ରହିଥିଲେ ମଧ୍ୟ ୬ ମାସ ବା ତା’ଠାରୁ କମ୍‍ ବୟସର ଶିଶୁଙ୍କୁ କୌଣସି ରୋଗର ଘରୋଇ ଉପଚାର ପାଇଁ ମହୁ ଖାଇବାକୁ ଦିଅନ୍ତୁ ନାହିଁ। ଯଦି ଛୋଟ ଶିଶୁଙ୍କର ଥଣ୍ଡା, କଫ ବା ଜ୍ୱର ଦୀର୍ଘ ଦିନ ଧରି ରହୁଛି, ତେବେ ଏହାର ପ୍ରତିକାର ପାଇଁ ଶିଶୁ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories