www.samajalive.in
Sunday, December 7, 2025
15.1 C
Bhubaneswar

ଜଲନ୍ଧର ଇଞ୍ଜିନିୟରିଂ କଲେଜରୁ ଏକେ ୪୭ବନ୍ଧୁକ ଜବତ୍‍: ୩ଛାତ୍ର ଗିରଫ

ଜଲନ୍ଧର : ଗୁଇନ୍ଦା ପୁଲିସ, ସିଆରପିଏଫ ଓ ଜମ୍ମୁ କାଶ୍ମୀର ପୁଲିସର ମିଳିତ ଚଢାଉରେ ଜଲନ୍ଧର ଶାହପୁରସ୍ଥିତ ଏକ ଇଞ୍ଜିନିୟରିଂ କଲେଜର ଛାତ୍ରାବାସରୁ ୩ଜଣ ଛାତ୍ରଙ୍କ ସମେତ ଏକେ ୪୭ ବନ୍ଧୁକ ଜବତ ହୋଇଛି। ଧରା ପଡ଼ିଥିବା ୩ଜଣ ଛାତ୍ର କାଶ୍ମୀର ମୁସଲମାନ ସମ୍ପ୍ରଦାୟର ବୋଲି ଜଣା ପଡ଼ିଛି। କାଶ୍ମୀରର ଆତଙ୍କବାଦୀ ସଂଗଠନ “ଆସାର ଗଜବତ-ଉଲ-ହିନ୍ଦ’ର ସଦସ୍ୟ ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣା ପଡ଼ିଛି। ଦୀପାବଳୀରେ ଏହି ୩ଜଣ ଛାତ୍ର ପଞ୍ଜାବରେ ବଡ଼ ଧରଣର ହିଂସାକାଣ୍ଡ କରିବା ଉଦ୍ଦେଶ୍ୟରେ ଏହି ଅସ୍ତ୍ରଶସ୍ତ୍ର ଆଣିଥିବା ଆଶଙ୍କା କରାଯାଉଛି। ଏହି ଘଟଣା ପରେ ପଞ୍ଜାବର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆଯାଇଛି। ଗିରଫ ହୋଇଥିବା ୩ ଛାତ୍ରଙ୍କ ନିକଟରୁ ଇଟାଲୀ ନିର୍ମିତ ପିସ୍ତଲ, ୨ମ୍ୟାଗାଜିନ୍‍, ୨ ଏକେ ୪୭ବନ୍ଧୁକ ଜବତ ହୋଇଛି।
ବୁଧବାର ସକାଳେ ଜମ୍ମୁ ପୁଲିସ ସହାୟତାରେ ଜଲନ୍ଧର ପୁଲିସ ଇଞ୍ଜିନିୟରିଂ କଲେଜର ଛାତ୍ରାବାସ ଉପରେ ଚଢାଉ କରିଥିଲେ। ସେଠାରେ ବି-ଟେକ(ସିଭିଲ) ଇଞ୍ଜିନିୟରିଂ ଜହିଦ ଗୁଲଜାରଙ୍କ କୋଠରୀରୁ ପୁଲିସକୁ ୨ଟି ଏକେ-୪୭ ବନ୍ଧୁକ ସମେତ ଏକାଧିକ ଅସ୍ତ୍ର ଓ ବିସ୍ଫୋରକ ଦ୍ରବ୍ୟ ମିଳିଥିଲା। ଜହିଦଙ୍କ ପରିବାରବର୍ଗ ଶ୍ରୀନଗନ ନିକଟସ୍ଥ ଅବନ୍ତିପୋରା ଅନ୍ତର୍ଗତ ରାଜପୋରା ଅଞ୍ଚଳରେ ବାସ କରନ୍ତି। ଜହିଦଙ୍କ ସମତେ ପୁଲିସ ମହମ୍ମଦ ଇଦରୀଶ ଓ ୟୁସୁଫ ରଫିକ ବଟ୍ଟଙ୍କୁ ମଧ୍ୟ ଗିରଫ କରିଛି। ଇଦରିସ ପୁଲବାମା ନିବାସୀ ହୋଇଥିବାବେଳେ ୟୁସୁଫ ନୁରପୁରା ନିବାସୀ ଅଟନ୍ତି।
ବିଗତ ଦିନରେ କାଶ୍ମୀର ଛାତ୍ର ତଥା ପଲିଟେକନିକ କଲେଜରେ ପାଠ୍ୟରତ ଗାଜୀ ଅହମଦ ମାଲିକଙ୍କ ସହ ଆତଙ୍କବାଦୀ ସଂଗଠନର ସମ୍ପର୍କର ଖୁଲାସା ହୋଇଥିଲା। ଉକ୍ତ ଯୁବକଙ୍କୁ ପଚରାଉଚରା କରାଯିବା ପରେ ଜମ୍ମୁ କାଶ୍ମୀର ପୁଲିସକୁ ହସ୍ତାନ୍ତର କରାଯାଇ ଥିଲା। ଶ୍ରୀନଗର ପିଡିପି ବିଧାୟକଙ୍କ ଘରୁ ୭ଟି ରାଇଫେଲ ନେଇ ଫେରାର ହୋଇଯାଇ ଥିବା ପୁଲିସ ଏସପିଓ ଆଦୀଲ ବସିରଙ୍କ ସହ ମାଲିକଙ୍କ ଘନିଷ୍ଠ ସମ୍ପର୍କ ଥିଲା। ପରେ ବସିର ହିଜବୁଲ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ଖବର ମିଳିଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories