www.samajalive.in
Sunday, December 7, 2025
16.1 C
Bhubaneswar

ବ୍ରହ୍ମପୁର ଏବଂ ତିରୁପତିରେ ଆଇଜରର ସ୍ଥାୟୀ କ୍ୟାମ୍ପସ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ : ଓଡ଼ିଶାର ବ୍ରହ୍ମପୁର ଏବଂ ଆନ୍ଧ୍ରପ୍ରଦେଶର ତିରୁପତି ଠାରେ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ (ଆଇଜର)ର ଦୁଇଟି ନୂତନ ସ୍ଥାୟୀ କ୍ୟାମ୍ପସ ପ୍ରତିଷ୍ଠା କରାଯିବ। ବୁଧବାର ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଇଜର କ୍ୟାମ୍ପସ ପ୍ରତିଷ୍ଠା ଏବଂ ପରିଚାଳନା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଏଥିପାଇଁ ୩୦୭୪.୧୨ କୋଟି ଟଙ୍କା (ଅଣ-ପୁନଃପୌନିକ : ୨୩୬୬.୪୮ କୋଟି ଟଙ୍କା ଏବଂ ପୁନଃପୌନିକ: ୭୦୭.୬୪ କୋଟି ଟଙ୍କା) ଖର୍ଚ୍ଚ ହେବ। ପ୍ରତ୍ୟେକ ଆଇଜରରେ ସପ୍ତମ ସିପିସିର ୧୪ତମ ସ୍ତରରେ ଦୁଇଟି ରେଜିଷ୍ଟ୍ରାର ପଦବୀ ସୃଷ୍ଟି ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି।

ବିବରଣୀ : ମୋଟ ୩୦୭୪ କୋଟି ଟଙ୍କାର ଆନୁମାନିକ ବ୍ୟୟ ମଧ୍ୟରୁ ନିମ୍ନଲିଖିତ ବିବରଣୀ ଅନୁଯାୟୀ ଏହି ସଂସ୍ଥାନର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ଲାଗି ୨୩୬୬.୪୮ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଉଭୟ ଆଇଜର ୧,୧୭,୦୦୦ ବର୍ଗମିଟର କ୍ଷେତ୍ରରେ ନିର୍ମିତ ହେବ ଏବଂ ପ୍ରତ୍ୟେକ ଆଇଜରରେ ୧୮୫୫ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ସମ୍ପୂର୍ଣ୍ଣ ଭିତିଭୂମି ସୁବିଧା ରହିବ। ଡିସେମ୍ବର ୨୦୨୧ ସୁଦ୍ଧା ଏହି ସଂସ୍ଥାନଗୁଡ଼ିକର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ଶେଷ ହେବ।

- Advertisement -

ଏହି ଦୁଇଟି ଆଇଜରରେ ସ୍ନାତକ ଏବଂ ସ୍ନାତକୋତର, ପିଏଚଡି ଏବଂ ସମନ୍ୱିତ ପିଏଚଡି ସ୍ତରରେ ଉଚ୍ଚ ମାନର ବିଜ୍ଞାନ ଶିକ୍ଷା ପ୍ରଦାନ କରାଯିବ। ଉଭୟ ସଂସ୍ଥାନ ବିଜ୍ଞାନର ଅଗ୍ରଣୀ କ୍ଷେତ୍ରରେ ଗବେଷଣା କାର୍ଯ୍ୟ କରିବେ। ଆଇଜର ଶ୍ରେଷ୍ଠ ବୈଜ୍ଞାନିକ ପ୍ରତିଭା ଫାକଲ୍ଟି ଭାବେ ଭାରତକୁ ଜ୍ଞାନ ଅର୍ଥବ୍ୟବସ୍ଥା ଦିଗରେ ନେଇଯିବାରେ ସହାୟକ ହେବ ଏବଂ ଭାରତରେ ବୈଜ୍ଞାନିକ ମାନବ ଶକ୍ତିର ଦୃଢ଼ ଭିତିଭୂମି ପ୍ରସ୍ତୁତ କରିବ। ସୂଚନାଯୋଗ୍ୟ ଯେ ୨୦୧୫ରେ ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଅଧିନିୟମ, ୨୦୧୪ ଅନୁଯାୟୀ ଆଇଜର ତିରୁପତି ପ୍ରତିଷ୍ଠା କରାଯାଇଥିଲା। ଅନ୍ୟପକ୍ଷରେ ଆଇଜର ବ୍ରହ୍ମପୁରର ପ୍ରତିଷ୍ଠା ୨୦୧୬ରେ ହୋଇଥିଲା। ୨୦୧୫ରେ ନିଜ ବଜେଟ ଅଭିଭାଷଣରେ କେନ୍ଦ୍ର ଅର୍ଥମନ୍ତ୍ରୀ ଏହାର ପ୍ରତିଷ୍ଠା ଲାଗି ଘୋଷଣା କରିଥିଲେ। ଉଭୟ ସଂସ୍ଥାନ ଏବେ ଅସ୍ଥାୟୀ କ୍ୟାମ୍ପସରେ ଚାଲୁଛି।

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories