www.samajalive.in
Sunday, December 7, 2025
26.1 C
Bhubaneswar

ଜାପାନରେ ଫାଶୀରେ ଝୁଲିଲା ୭ ଜଣଙ୍କ ହତ୍ୟାକାରୀ

ଟୋକିଆ – ୭ ଜଣ ନୀରିହ ଲୋକଙ୍କୁ ହତ୍ୟା କରିଥିବା ଦୁର୍ବୃତ । ୨୦୦୮ ମସିହାରେ ତୋମହିର କାଟୋ ନାମକ ବ୍ୟକ୍ତି ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଗାଡି ମଡାଇ ୩ ଜଣଙ୍କୁ ହତ୍ୟା କରିଥିଲା । ଏହାପରେ ସେ ଗାଡିରୁ ଓହ୍ଲାଇ ୪ ଜଣଙ୍କୁ ଛୁରି ଭୁଷି ହତ୍ୟା କରିଥିଲା । ଏହା ଘଟଣାରେ ଦୋଷୀକୁ ମୃତ୍ୟୁଦଣ୍ଡ ବ୍ୟତୀତ ଅନ୍ୟ କିଛି ପନ୍ତା ନଥିଲା ବୋଲି ଜାପାନପର ଜଷ୍ଟିସ୍‌ ମନିଷ୍ଟକ ୟୋଶିହିସା ଫୁରୁକାଓ୍ୱା କହିଛନ୍ତି ।

ଟୋକିଓରେ ଥିବା ଡିଚେନସନ୍‌ ସେଣ୍ଟରେ ହତ୍ୟାକାରୀ ତୋମୋହିରୋ କାଟୋକୁ ଫାଶୀ ଦଣ୍ଡ ଦିଆଯାଇଛି । ୨୦୦୮ ମସିହାର ଜୁନ୍‌ ୮ ତାରିଖରେ ଟୋକିଓରେ ଥିବା ଅକିହବାରା ଇଲୋକ୍ଟ୍ରୋନିସ୍‌ ସପିଂ ଅଞ୍ଚଳରେ ଏହି ଦୁର୍ବୃତ ଟ୍ରକକୁ ଦ୍ରୁତ ଗତିରେ ଆଣି ଲୋକଙ୍କ ଉପରେ ମଡାଇ ଦେଇଥିଲା । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ।

- Advertisement -

ଏହାପରେ ସେ ଗାଡିରୁ ବାହାରି ଛୁରି ଭୁଷି ୪ ଜଣଙ୍କୁ ହତ୍ୟା କରିଥିଲା । ଏହି ଘଟଣାରେ ଅନ୍ୟ ୧୦ ଜଣ ଗୁରୁତର ହୋଇଥିଲେ । ଘଟଣାସ୍ଥଳରୁ ପୁଲିସ ତାକୁ ଗିରଫକରିଥିଲା । ଏହା ପୂର୍ବରୁ କାଟୋ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଲୋକଙ୍କୁ ହତ୍ୟା କରିବ ବୋଲି ଉଲ୍ଲେଖ କରିଥିଲା । ପରେ ସେ ଅଦାଲତରେ ହତ୍ୟା ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ ଭୁଲ୍‌ ମାଗିଥିଲା । ମାତ୍ର ଅଦାଲତ ୨୦୧୧ ମସିହାରେ କାଟୋକୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିଲେ । ୨୦୧୫ ମସିହାରେ ସୁପ୍ରିମକୋର୍ଟରେ କାଟୋ କରିଥିବା ଆବେଦନ ନାକଚ ହୋଇଯାଇଥିଲା । ୨୦୨୨ ମସିହା ଜୁଲାଇ ମାସରେ ହତ୍ୟାକାରୀ କାଟୋକୁ ଫାଶୀ ଦଣ୍ଡ ଦିଆଯାଇଛି ।

ଆମେରିକା ସହ ଜାପାନରେ ସହଜରେ ମୃତ୍ୟୁଦଣ୍ଡ ଦିଆଯାଏ ନାହିଁ । ମାତ୍ର ଏବେ ଜାପାନ ସରକାରଙ୍କ ଦ୍ୱାରା କରାଯାଇଥିବା ଏକ ସର୍ବେକ୍ଷଣରେ ଲୋକମାନେ ମୃତ୍ୟୁ ଦଣ୍ଡକୁ ସମର୍ଥନ କରୁଛନ୍ତି ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories