www.samajalive.in
Monday, December 15, 2025
15.1 C
Bhubaneswar

ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ସମ୍ମିଳନୀ

ବାଙ୍କୀ : ବାଙ୍କୀ-ଡମପଡା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନରେ କାର୍ଯ୍ୟ କରୁଥିବା ପ୍ରାୟ ୭୬ଗୋଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କର ଏକ ସମ୍ମିଳନୀ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଚର୍ଚ୍ଚିକା ନୋଡାଲ ବିଦ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ବ୍ଲକ ଶିକ୍ଷାଧିକାରୀ ନରେନ୍ଦ୍ର କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ବିଆରସିସି ଗଦାଧର ପ୍ରଧାନ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅଶୋକ କୁମାର ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ବେହେରା ପ୍ରମୁଖ ଯୋଗଦେଇ ପ୍ରଧାନ ଶିକ୍ଷକ ମାନଙ୍କର ବିଦ୍ୟାଳୟ ପରିଚାଳନାର ଗୁରୁ ଦାୟିତ୍ୱ, ପଞ୍ଚାୟତିରାଜ ବିଭାଗକୁ ବିଦ୍ୟାଳୟର ସମସ୍ତ ଆସବାବପତ୍ର ହସ୍ତାନ୍ତର, ବିଦ୍ୟାଳୟ ପରିଦର୍ଶନ ଓ ଅନୁଧ୍ୟାନ, ବିଦ୍ୟାଳୟକୁ ଅସୁଥିବା ସରକାରୀ ଅନୁଦାନର ବିନିଯୋଗ ରିପୋର୍ଟ ପ୍ରଦାନ, ବିଭିନ୍ନ ଆସବାବ ପତ୍ରର ନଥିକରଣ ସୂଚନା ଅଧିକାର ଆଇନରେ ତଥ୍ୟ ପ୍ରଦାନ, ପାଠାଗାର ପୁସ୍ତକ ସମ୍ପର୍କିତ ଆଲୋଚନା, ମଧ୍ୟାହ୍ନ ଭୋଜନ ପରିଚାଳନା, ପ୍ରାଥମିକ ବିଦ୍ୟାଳୟର ଭାଷାଜ୍ଞାନ ଓ ସଂଖ୍ୟା ସମ୍ପର୍କିତ ପଠନ ପଦ୍ଧତି ଓ କୌଶଳ ପ୍ରଶିକ୍ଷଣ ସମ୍ପର୍କରେ ବିଧିବଦ୍ଧ ଭାବେ  ଆଲୋଚନା କରାଯାଇଥିଲା। ସମଗ୍ର ଶିକ୍ଷା ପ୍ରଣାଳୀରେ ଗୁଣାତ୍ମକ ଶିକ୍ଷା ପ୍ରତି ଶିକ୍ଷକ ମାନେ ଯତ୍ନଶୀଳ ଓ ସହଯୋଗୀ ପ୍ରତି ଧ୍ୟାନ ରହିବା ପାଇଁ ବ୍ଲକ ଶିକ୍ଷାଧିକାରୀ ପ୍ରାଧାନ୍ୟ ଦେଇଥିଲେ । ଆକାଉଣ୍ଟାଟ ନିରଞ୍ଜନ ମହାଭୋଇ, ଏମଆଇଏସ ଦିପକ କୁମାର ନାୟକ, ହିମାଂଶୁ ମହାପାତ୍ର, ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଆଲୋଚନାରେ ସହଯୋଗ କରିଥିଲେ। ସିଆରସିସି ଦିଲ୍ଲିପ କୁମାର ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲା ବେଳେ ସିଆରସିସି ତପନ କୁମାର ରାମ ଧନ୍ୟବାଦ ଦେଇଥିଲେ। ସମ୍ମିଳନୀରେ ୯ଟି ସାଧନ କେନ୍ଦ୍ରର ସମସ୍ତ ସାଧନ ସଂଯୋଜକ ଉପସ୍ଥିତ ଥିଲେ । ଚର୍ଚ୍ଚିକା ନୋଡାଲ ଆଞ୍ଚଳିକ ସାଧନ କେନ୍ଦ୍ରର ସଞ୍ଜୋଜକ ତପନ କୁମାର ରାମ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories