www.samajalive.in
Monday, December 15, 2025
15.1 C
Bhubaneswar

ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି ବୈଠକ

ବାଙ୍କୀ : ବାଙ୍କୀ ଉପଜିଲ୍ଲାପାଳଙ୍କ ସମ୍ମିଳନୀ ପ୍ରକୋଷ୍ଠରେ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ଉପଖଣ୍ଡ ସ୍ତରୀୟ ୭୬ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।  କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚଳିତ ସ୍ୱାଧୀନତା ଦିବସ ପାଳନ ପାଇଁ ସରକାରୀ ସ୍ତରରେ ଯେଉଁ ପ୍ରକାର ନିଷ୍ପତ୍ତି ଗ୍ରହଣ କରାଯିବ ସେହି ଅନୁକ୍ରମରେ ପାଳନ କରାଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ବୈଠକରେ ନିଷ୍ପତ୍ତି ଅନୁଯାୟୀ ସ୍ୱାଧୀନତା ଦିବସ ଦିନ ସକାଳ ୪ଟା ୩୦ମିନିଟରୁ ୫ଟା ୩୦ମିନିଟ୍ ମଧ୍ୟରେ ବାଙ୍କୀ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ବାଙ୍କୀ ସହର ମଧ୍ୟରେ ରାମଧୂନ ପ୍ରଚାର କରାଯିବ । ପ୍ରତ୍ୟୁଷରୁ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରଭାତଫେରି, ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନରେ ସକାଳ ୭ଟା ୩୦ମିନିଟ୍ ମଧ୍ୟରେ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟ ସମାପନ ହେବା ପାଇଁ ଆଲୋଚନା ହୋଇଛି । ପୂର୍ବାହ୍ନ ୯ଟା ୧୫ମିନିଟରେ ସ୍ଥାନୀୟ କଚେରୀ ପଡିଆରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ। ଉତ୍ସବରେ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମିଳିତ ପ୍ୟାରେଡରେ ଅଭିଭାଦନ ଗ୍ରହଣକରିବେ । ଏହି ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ। ସେହିପରି ହାଇସ୍କୁଲ, +୨ ଓ +୩ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବ।

ବୈଠକରେ ବାଙ୍କୀ ବିଡିଓ ତଥା ବାଙ୍କୀ ଏନଏସି ନିର୍ବାହୀ ଅଧିକାରୀ ଯୋଗେଶ୍ୱର ନାୟକ, ସହକାରୀ ଜିଲ୍ଲାପାଳ ଦେବେନ୍ଦ୍ର ଖଟୁଆ, ଡାକ୍ତର ପଦ୍ମଲୋଚନ ପଣ୍ଡା, ବିଭିନ୍ନ ବିଭାଗୀୟ ଅଧିକାରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ବୁଦ୍ଧିଜିବୀ, ଗଣମାଧ୍ୟମ ପ୍ରତିନିଧି, ଓକିଲ, ପୁଲିସ ପ୍ରଶାସନିକ ଅଧିକାରୀ ଓ ସମାଜସେବୀ ଯୋଗ ଦେଇଥିଲେ। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାଳିଚରଣ ତ୍ରିପାଠୀ ପ୍ରସ୍ତୁତି ବୈଠକକୁ ପରିଚାଳନା କରିଥିଲା ବେଳେ ବାଙ୍କୀ ତହସିଲଦାର ସତ୍ୟରଞ୍ଜନ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ପରିଚାଳନାରେ ବିଭିନ୍ନ ବିଭାଗର ନିଷ୍ପତ୍ତି ସହଯୋଗକୁ କାର୍ଯ୍ୟକାରୀ କରିବା ପାଇଁ ଉପଜିଲ୍ଲାପାଳ ସମସ୍ତ ବିଭାଗକୁ ସୂଚନା ପ୍ରଦାନ ପାଇଁ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଦିନ ବାଙ୍କୀ ଡାକ୍ତରଖାନାରେ ରୋଗୀଙ୍କୁ ଫଳବଣ୍ଟନ ଓ ଉପଖଣ୍ଡ ଉପକାରାଗାରରେ ଥିବା କଏଦୀ ମାନଙ୍କୁ ସାକ୍ଷାତ କରିବା ସହିତ ଫଳବଣ୍ଟନ କରିବାର କାର୍ଯ୍ୟକ୍ରମ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। କୌଣସି କାରଣରୁ କିମ୍ବା ବର୍ଷା ପ୍ରଭାବରେ କଚେରୀ ପଡିଆ ସକାଳେ ଜଳ ପ୍ଲାବିତ ହେଲେ ଏହି କାର୍ଯ୍ୟକ୍ରମ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories