ବଣାଇଁ : ଆମ ଓଡ଼ିଶା ମାଟିର ଝିଅ ଶ୍ରୀମତି ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ମହାମହିମ ରାଷ୍ଟ୍ରପତି ଭାବେ ଶପଥଗ୍ରହଣ କରିଛନ୍ତି। ଓଡ଼ିଶା ବାସୀଙ୍କ ପାଇଁ ଆଜି ଏକ ଐତିହାସିକ ଦିନ। ଏହି ଅବସରରେ ଆଜି ଭାରତୀୟ ଜନତା ପାର୍ଟି , ବଣାଇଁ ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ଅନିଲ୍ ବାର୍ଲାଙ୍କ ନେତୃତ୍ବରେ ବଣାଇଁ ମୁଖ୍ୟ ରାସ୍ତାରେ କାର୍ୟ୍ୟ କର୍ତ୍ତା ମାନେ ଏକ ବିଜୟ ଉତ୍ସବ ଶୋଭାଯାତ୍ରା ବାହାରି, ହାତରେ ଜାତୀୟ ପତାକା ଧରି ପାରମ୍ପରିକ ଲୋକ ନୃତ୍ୟ ତାଳେ ତାଳେ ନୃତ୍ୟ ପରିବେଷଣ କରିବା ସହ ବାଣ ଫୁଟାଇ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ରେ ପହଞ୍ଚିଥିଲେ ଏବଂ ମହାମହିମ ରାଷ୍ଟ୍ରପତିଙ୍କ ଏକ ଫଟୋଚିତ୍ର ଉପଜିଲ୍ଲପାଳଙ୍କୁ ପ୍ରଦାନ କରିଛନ୍ତି।
Popular Categories



