www.samajalive.in
Saturday, December 6, 2025
26.1 C
Bhubaneswar

ଖାଇଛନ୍ତି କି ବିଟ୍‍ ଇଟିଲି ; ଜାଣନ୍ତୁ ପ୍ରସ୍ତୁତି ଶୈଳୀ

ବିଟ୍‍ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏହା ଶରୀରରେ ରକ୍ତର ଅଭାବ ଥିଲେ ଓ ମୋଟାପଣ ବୃଦ୍ଧି ହେଉଥିଲେ,ବିଟ୍‍ ଇଟିଲି ଖାଇବା ଦ୍ୱାରା ଖୁବ ଲାଭଦାୟକ ହୋଇଥାଏ। ଏହା କେବଳ ଖାଇବାକୁ ସ୍ୱାଦିଷ୍ଟ ନୁହେଁ, ଏହାର ପ୍ରସ୍ତୁତି ମଧ୍ୟ ଖୁବ ସହଜ। ଏଥିରେ କ୍ୟାଲୋରୀର ମାତ୍ରା ଖୁବ କମ ଥାଏ। ଏଥିରେ ମୁଖ୍ୟତଃ ପୋଟାସିୟମ, ଭିଟାମିନ ଏ, ଆଇରନ ଓ ଆଣ୍ଟି-ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଛି। ଜାଣନ୍ତୁ କିଭଳି ଏହାକୁ ପ୍ରସ୍ତୁତ କରିବେ।
ଆବଶ୍ୟକ ସାମଗ୍ରୀ
ଭଜା ଯାଇଥିବା ସୁଜି – ୨କପ
ପାଣି – ଆବଶ୍ୟକ ପରିମାଣରେ
ସ୍ୱାଦ ଅନୁଯାୟୀ – ଲୁଣ
ଦହି – ୧କପ
ବିଟ୍‍ -୧ଟି
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ସୁଜି, ଲୁଣ, ଦହି ଓ ୧କପ ପାଣିକୁ ମିଶାଇ ଦିଅନ୍ତୁ। ଏହାକୁ ଭଲ ଭାବେ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ୧୦ ମିନିଟ୍‍ ରଖି ଦିଅନ୍ତୁ। ବିଟ୍‍ ର ଚୋପା ଛଡାଇ ଏହାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏହାକୁ ପେଷି ଏକ ପାତ୍ରକୁ କାଢନ୍ତୁ। ଏହାକୁ ପୂର୍ବରୁ ପ୍ରସ୍ତୁତ କରିଥିବା ସୁଜି ମିଶ୍ରଣରେ ଭଲ ଭାବେ ମିଶାଇ ଦିଅନ୍ତୁ। ମିଶ୍ରଣ ଅଧିକ ବହଳିଆ ହୋଇଥିଲେ ସାମାନ୍ୟ ପାଣି ମିଶାନ୍ତୁ। ଏହାପରେ ଗ୍ୟାସରେ ଇଟିଲି ଛାଞ୍ଚ ବସାଇ ଏହାର ଖୋପରେ ତେଲ ଲଗାଇ ଏହି ମିଶ୍ରଣକୁ ଢାଳନ୍ତୁ। ଢାଙ୍କୁଣୀ ଦେଇ ୧୨ ରୁ ୧୪ ମିନିଟ୍‍ ଗ୍ୟାସରେ ବସାଇ ପ୍ରସ୍ତୁତ ପରେ ଏକ ପାତ୍ରକୁ କାଢନ୍ତୁ ବିଟ୍‍ ଇଟିଲି। ଏହାକୁ ସକାଳର ଜଳଖିଆ, ଦିନ ଓ ରାତି ଭୋଜନରେ ମଧ୍ୟ ଖାଇପାରିବେ।

 

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories