୯ମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣା; ସମଗ୍ର ରାଜ୍ୟରେ ଆନ୍ଦୋଳନ ପାଇଁ ଚେତାବନୀ

ଫୁଲବାଣୀ: କନ୍ଧମାଳ ଜିଲା ସଦର ଥାନା ଅନ୍ତର୍ଗତ ଫୁଲବାଣୀ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ନିକଟ ଗଉଡପଡାଠାରେ ଗତ ମାସ ୧୭ ତାରିଖରେ ଜନୈକା ନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାରେ ପୁଲିସ୍‌ ଇତି ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ୧୦ଜଣଙ୍କୁ ଗିରଫ କରିଛି । ତେବେ ଏହି ଘଟଣାରେ ଆହୁରି ୮ ଜଣ ସଂପୃକ୍ତ ଥିବା ଅଭିଯୋଗ ହୋଇଛି । ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିବା ସହିତ ଆସନ୍ତା ୭ ଦିନ ମଧ୍ୟରେ ଏହି ମାମଲରେ ଅନ୍ୟ ମାନଙ୍କୁ ଗିରଫ କରିବା ସହିତ ବିଜେପି ଯୁବମୋର୍ଚ୍ଚା କନ୍ଧମାଳ ଏସ୍‌.ପିଙ୍କ ନିକଟରେ ଯେଉଁ ଦାବି ରଖିଛି ତାହା ପୂରଣ କରାନଗଲେ ଆଗାମୀ ଦିନରେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଓ ବିଧାନସଭା ପର୍ଯ୍ୟନ୍ତ ବିଜେପି ଯୁବମୋର୍ଚ୍ଚା ଦାବି ହାସଲ ପର୍ଯ୍ୟନ୍ତ ଆନ୍ଦୋଳନ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି ।

ଆଜି ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସାଧାରଣ ସଂପାଦକ ଓଁ ପ୍ରକାଶ ମିଶ୍ର , କନ୍ଧମାଳ ଜିଲା ଯୁବମୋର୍ଚ୍ଚା  ପ୍ରଭାରୀ ନାରାୟଣ କର୍ମୀ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଭୟ ପାତ୍ର , ଜିଲା ଯୁବମୋର୍ଚ୍ଚା ସଭାପତି ଗୋଲକ କହଁର , ଜିଲା ବିଜେପି ଉପସଭାପତି ରମେଶ ମହାନ୍ତି , ଅଜିତ୍‌ ପଟ୍ଟନାୟକ ,  ସୁଧାଂଶୁ ଗୁରୁ, ରାଜ୍ୟ ସଂଯୋଜକ ଅଭିଷେକ ସାମନ୍ତରାୟ ଓ ଯୁବନେତା ଜଗନ୍ନାଥ ସାହୁ ପ୍ରମୁଖ ପୀଡ଼ିତାଙ୍କ ପରିବାରକୁ ସାକ୍ଷାତ କରିବା ସହିତ ଘଟଣା ସମ୍ପର୍କରେ ପଚାରିବୁଝିଥିଲେ । ସେଠାରୁ ଫେର କନ୍ଧମାଳ ଏସ୍‌.ପିଙ୍କୁ ସାକ୍ଷାତ କରି ଘଟଣା ଉପରେ ଆଲୋଚନା କରିବା ସହିତ ଅନେକ ଦାବି ଏସ୍‌.ପିଙ୍କ ନିକଟରେ ରଖିଥିଲେ । ଦାବି ପ୍ରକାରେ , ଗତ ୧୭ ତାରିଖରେ ଘଟଣା ଘଟିଥିଲେ ମଧ୍ୟ କାହିଁକି ଦୀର୍ଘ ୨୦ ଦିନ ପରେ ମାମଲା ରୁଜୁ କରାଗଲା ବୋଲି ପ୍ରଶ୍ନ କରିବା ସହିତ ପୀଡ଼ିତାଙ୍କ ପରିବାର ପ୍ରଥମେ ସଦର ଥାନାକୁ ଯାଇ ଏତଲା ଦେଇଥିଲେ ମଧ୍ୟ ପୁଲିସ୍‌ କାହିଁକି ଏତଲା ଦେଇନଥିଲା ଓ ଏହାର ତଦନ୍ତ କରି ଏଥିରେ ସଂପୃକ୍ତ ପୁଲିସ୍‌ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଯେଉଁ ଅଧିକାରୀ ଅଭିଯୁକ୍ତ ମାନଙ୍କୁ ଖସାଇବା ଟାର୍ଗେଟ କରି ଏତଲା ଡାକିଛନ୍ତି ତାହାର ମଧ୍ୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ଏହି ପ୍ରତିନିଧି ମଣ୍ଡଳି ।

prayash

ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉପରୋକ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହିବା ସହିତ ସାମ୍ବାଦିକ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହିତ ଯେଉଁ ଭିଡିଓ ଭାଇରାଲ୍‌ ହେଉଛି ସେଥିରେ ୧୭ ରୁ ୧୮ ଜଣଥିଲେ ମଧ୍ୟ ପୁଲିସ୍‌ ମାତ୍ର ୧୦ ଜଣକୁ ଗିରଫ କରିଛି କିନ୍ତୁ ପୀଡ଼ିତା ଜଣକ ନାବାଳିକା ଥିଲେ ମଧ୍ୟ ଏ ଦିଗରେ ପୁଲିସ୍‌ ସଂପୂର୍ଣ୍ଣଭାବେ ନୀରବ ରହି କେବଳ ନାମକୁ ମାତ୍ର କିଛି ମାମଲା ରୁଜୁକରିଛି ବୋଲି ଅଭିଯୋଗ କରିଛନ୍ତି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ । ସେହିଭଳି ଅନ୍ୟମାନେ ଖୋଲାଖୋଲି ବୁଲୁଥିଲେ ମଧ୍ୟ ସେଥିରେ ଜଣେ ସରକାରୀ କର୍ମଚାରୀ ଓ ଅନ୍ୟଜଣେ ଅନ୍ୟ ଏକ ଦଳର ନେତା ଥିବା ଯୋଗୁଁ ପୁଲିସ୍‌ ସେମାନଙ୍କୁ ହାତ ମାରିପାରୁନାହିଁ ବୋଲି ଅଭିଯୋଗ କରିଛନ୍ତି ଉକ୍ତ ସାମ୍ବାଦିକ ସମ୍ମିଳନୀରେ । ସେହିଭଳି କନ୍ଧମାଳ ଜିଲାରେ ପୁଲିସର ତାଲିବାନୀ ଶାସନ ଚାଲିଛି ବୋଲି ଯୁବମୋର୍ଚ୍ଚା  ଅଭିଯୋଗ କରିବା ସହିତ ଘଟଣା ଘଟିବାର ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଏନେଇ ଏସ୍‌.ପି ସଂପୂର୍ଣ୍ଣ ଭାବେ ତଥ୍ୟ ଦିଆଯାଉନଥିବା ଆଜି ପ୍ରତିନିଧି ମଣ୍ଡଳି ଆଲୋଚନା ବେଳେ ଜାଣିବାକୁ ପାଇଥିଲେ ବୋଲି ଉକ୍ତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।

ଏସ୍‌.ପିଙ୍କୁ ସଂପୂର୍ଣ୍ଣଭାବେ ଅନ୍ଧାରରେ ରଖି ଏହି ଘଟଣାର ତଦନ୍ତ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ଯୁବମୋର୍ଚ୍ଚା କର୍ମକର୍ତ୍ତା । ତୁରନ୍ତ ଉକ୍ତ ଘଟଣାରେ ହତ୍ୟା ମାମଲା ରୁଜୁକରିବା ସହିତ ଏହି ମାମଲାର ତଦନ୍ତ ଅଧିକାରୀଙ୍କ ବଦଳାଇବାକୁ ମଧ୍ୟ ଦାବି କରିଛି ଯୁବମୋର୍ଚ୍ଚା । ମାମଲାରେ ଜଣେ ବରିଷ୍ଠ ଅଧିକାରୀଙ୍କୁ ତଦନ୍ତଦାୟିତ୍ୱ ଦେବା ସହିତ ଏହି ଘଟଣାକୁ କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ ପାଇଁ ମଧ୍ୟ ଦାବି କରିଛି ବିଜେପି ଯୁବମୋର୍ଚ୍ଚା । ପୀଡ଼ିତାଙ୍କ ପରିବାରକୁ ଏତଲା ଡାକିଥିବା ପୁଲିସ୍‌ ଅଧିକାରୀଙ୍କ ବିରୁଦ୍ଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଅନ୍ୟପକ୍ଷରେ ଏହି ଘଟଣାରେ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ଦାବି କରି ଗତ ଦିନରେ ଏବିଭିପି ପକ୍ଷରୁ ଯେଉଁ ଶୋଭାଯାତ୍ରା ଓ ବିକ୍ଷୋଭ କରାଯାଇଥିଲା ସେଥିରେ ସଂପୃକ୍ତ ଥିବା ଛାତ୍ରନେତା ମାନଙ୍କୁ ଯେଉଁ ପୁଲିସ୍‌ ଅଧିକାରୀ ଧମକ ଦେଇ ଶୋଭଯାତ୍ରା ବନ୍ଦ କରିବା ପାଇଁ ବାଧ୍ୟ କରୁଥିଲେ ତାହାର ମଧ୍ୟ ବିଧିବଦ୍ଧ ଭାବେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି ଯୁବମୋର୍ଚ୍ଚା ।

ପୀଡ଼ିତାଙ୍କ ପରିବାର ବୟାନ୍‌ ପ୍ରକାରେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ  ବୋଲି କହିଛି ଯୁବମୋର୍ଚ୍ଚା । ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବା କୁହାଯାଇ ଥିଲେ ମଧ୍ୟ ହତ୍ୟା କରିବା ପରେ ଅଭିଯୁକ୍ତ ମାନେ ମାମଲାକୁ ରଫାଦଫା କରିବା ପାଇଁ ଝୁଲାଇ ଦେଇଥିଲେ ଓ ଝୁଲନ୍ତା ସମୟରେ ଉଦ୍ଧାର ବେଳେ ପୀଡ଼ିତା ଜଣକ ରକ୍ତାତ ଥିବା ଏହା ଅନେକ ଦିଗକୁ ସନ୍ଦେହ କରିଥିଲେ ମଧ୍ୟ ପୁଲିସ୍‌ ଏ ଦିଗରେ ନିରବ ରହିବା ପଛରେ କ’ଣ କାରଣ ବୋଲି ପ୍ରଶ୍ନ କରିଛି ଯୁବମୋର୍ଚ୍ଚା । ପ୍ରକାଶଯେ , ଏହି ଘଟଣାରେ ବିଭିନ୍ନ ମହଲରେ ଦାବି ପରେ ସଦର ପୁଲିସ୍‌ ବର୍ତ୍ତମାନ ସୁଦ୍ଧା ୧୦ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ମଧ୍ୟ ସେଭଳି ଆଖି ଦୃଶିଆ ଦଫା ଲଗାଇବାକୁ କାହିଁକି କୁଣ୍ଠାବୋଧ କରୁଛି ତାହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ବିଜେପି ଯୁବମୋର୍ଚ୍ଚାର ପ୍ରତିନିଧି ମଣ୍ଡଳି ।

kalyan agarbati

Comments are closed.