ପାତ୍ରପୁର : ପାତ୍ରପୁର ବ୍ଳକ ତୁରିବୁଡି ଡାକ୍ତରଖାନାରେ ଥିବା ଇନଭରର୍ଟର ଚୋରୀ ନେଇ ପୁଲିସରେ ଅଭିଯୋଗ ହୋଇଛି । ଡାକ୍ତରଖାନାରେ କାର୍ଯ୍ୟରତ ଫାର୍ମାସିଷ୍ଟ ପୂର୍ଣ୍ଣଚନ୍ଦ୍ର ଭଟ୍ଟ ଚୋରୀ ସମ୍ପର୍କରେ ଜରଡା ଥାନାରେ ଏତଲା ଦେଇଛନ୍ତି । ରବିବାର ସକାଳେ ଫାର୍ମାସିଷ୍ଟ ଜଣକ ଡାକ୍ତର ଖାନା ଖୋଲିବାକୁ ଯାଇଥିବା ବେଳେ ପ୍ରବେଶ ପଥର ଗ୍ରୀଲ ତାଲା ଭାଙ୍ଗିଥିବା ଜାଣିବାକୁ ପାଇଲେ। ଏହା ଦେଖି ସନ୍ଦେହ କରି ଭିତରକୁ ଦେଖିବା ବେଳେ ଇନଭରର୍ଟର ନଥିବା ଜାଣିବାକୁ ପାଇ ଖାରିଆଗୁଡା ଫାଣ୍ଡିରେ ଖବର ଦେଇଥିଲେ। ଫାଣ୍ଡି ପୋଲିସ ପହଁଚିବା ସହ ଇନଭେଟେର ନଥିବା ଜାଣିବାକୁ ପାଇଥିଲେ।ଏହା ପରେ ଜରଡ। ଥାନାରେ ଏତଲା ଦେଇଛନ୍ତି।
Popular Categories



