www.samajalive.in
Monday, December 15, 2025
16.1 C
Bhubaneswar

ଏକାଠି କାମ କଲେ ସଫଳତା ମିଳି ପାରିବ

ଫୁଲବାଣୀ :ମାଆ ନାରାୟଣୀଙ୍କ ଯାତ୍ରା ସମ୍ମିଳନୀ କକ୍ଷରେ ଭାରତୀୟ ମଜଦୁର ସଂଘର ୬୮ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ପ୍ରତିଷ୍ଠା ଦିବସରେ ଫୁଲବାଣୀ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରମିକମାନେ ସେମାନଙ୍କ ନ୍ୟାର୍ଯ୍ୟ ଦାବୀ ହାସଲ ଦିଗରେ ଏକାଠି କାମ କଲେ ସଫଳତା ମିଳି ପାରିବ ବୋଲି ସୂଚନା ଦେଇଥିଲେ। ଶ୍ରମିକମାନଙ୍କ ମଙ୍ଗଳ ନିମନ୍ତେ ପୌରାଧ୍ୟକ୍ଷା ଭାବରେ ତାଙ୍କର ତରଫରୁ ଯାହା ସହାୟତା ଆବଶ୍ୟକ ହୁଏ ସେଥିପାଇଁ ସେ ଯୋଗାଇଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ନିଜ ବକ୍ତବ୍ୟରେ କହିଥିଲେ।

ଅନ୍ୟତମ ଅତିଥି ଭାବରେ ଜିଲ୍ଲା ଶ୍ରମ ଅଧିକାରୀ ତେଜକୁମାର ବାଗେ ଜିଲାରେ ପଞ୍ଜୀକୃତ ହୋଇଥିବା ଶ୍ରମିକଙ୍କ ସଂଖ୍ୟା ଏକ ଲକ୍ଷ ଦଶ ହଜାର ରହିଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ସେମାନଙ୍କ ବାର୍ଷିକ ନବୀକରଣ କରାଉ ନ ଥିବାରୁ ସମସ୍ତ ସୁବିଧା ସବୁ ଠିକ୍ ସମୟରେ ପାଇ ପାରୁନାହାନ୍ତି ବୋଲି କହିଥିଲେ। ଭାରତୀୟ ମଜଦୁର ସଂଘର ରାଜ୍ୟ ସଂଗଠନ ସମ୍ପାଦକ ଗିରିଶ ଚନ୍ଦ୍ର ମହନ୍ତ ଦେଶରେ ଶ୍ରମିକମାନଙ୍କୁ ପ୍ରଥମେ ଦେଶର ହିତ ଏବଂ ଉଦ୍ୟୋଗର ଓ ଶ୍ରମିକର ହିତ ଦିଗରେ ଚିନ୍ତା କରିବା ନିତାନ୍ତ ଆବଶ୍ୟକ ବୋଲି ନିଜ ବକ୍ତବ୍ୟରେ କହିଥିଲେ। ଦେଶକୁ ନିର୍ମାଣ କରିବାରେ ଶ୍ରମିକ ଓ କୃଷକ ମାନଙ୍କ ଭୂମିକା ଅଧିକ ରହିଛି। ତେଣୁ ଭାରତୀୟ ମଜଦୁର ସଂଘ ସେମାନଙ୍କ ହିମ ପାଇଁ ଅଧିକ ଗୁରୁତ୍ବ ଦିଏ ବୋଲି କହିଥିଲେ। ଅବସରପ୍ରାପ୍ତ କର୍ମଚାରୀ ତଥା ନେତା ବ୍ରଜ ପଟ୍ଟନାୟକ ଶ୍ରମିକମାନେ ସେମାନଙ୍କୁ ମିଳୁଥିବା ସମସ୍ତ ସରକାରୀ ସୁବିଧା ବିଷୟରେ ଅବଗତ ହେଲେ ହିଁ ସେମାନଙ୍କୁ ଏହାର ଲାଭ ନେବା ସହଜ ହେଉ ନାହିଁ ବୋଲି କହିଥିଲେ।

- Advertisement -

ଭାରତୀୟ ମଜଦୁର ସଂଘର କନ୍ଧମାଳ ଜିଲା ସଭାପତି ଅଶୋକ ପରିଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ପୁରୁଷ ଓ ମହିଳା ଶ୍ରମିକ ଯୋଗ ଦେଇଥିଲେ। ସମସ୍ତେ ସଂଘରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ। ବ୍ୟକ୍ତି ଅପେକ୍ଷା ସଂଘର ଗୁରୁତ୍ୱ ଅଧିକ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲା ଶ୍ରମିକ ସମନ୍ବୟ କମିଟି ର ସଭାପତି ପ୍ରଫୁଲ୍ଲ କୁମାର ବେହେରା ଜିଲାରେ କିଛି ଦଲାଲ ଶ୍ରମିକମାନଙ୍କୁ ସେମାନଙ୍କ କାମ କରିଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ସେମାନଙ୍କ ଠାରୁ ଟଙ୍କା ନେଇ ନିରିହ ଶ୍ରମିକ ମାନଙ୍କୁ ଲୁଟୁଛନ୍ତି। ସେମାନଙ୍କ ଚିହ୍ନଟ ହେବା ଆବଶ୍ୟକ ଏବଂ ଗ୍ରମାଞ୍ଚଳର ଲୋକେ ସେମାନଙ୍କୁ ପ୍ରଥମେ ଚିହ୍ନଟ କରିବା ଆବଶ୍ୟକ ବୋଲି କହିଥିଲେ। ଏହି ଅବସରରେ ଜିଲାର ଏଫସିଆଇରେ ଥିବା ଜିଲାର ଟିକାବାଲି ଓ ଘୁ.ଉଦୟଗିରି ବ୍ଲକର ଚାଉଳ ବିତରଣ ବ୍ୟବସ୍ଥାକୁ ଫୁଲବାଣୀ ପରିବର୍ତ୍ତେ ବାଲିଗୁଡ଼ାକୁ ନେଇ ଯାଇଥିବା ଫୁଲବାଣୀ ଏଫସିଆଇରେ ୧୦ ହଜାର ମେଟ୍ରିକ ଟନ୍ କ୍ଷମତା ଥିବାବେଳେ ବାଲିଗୁଡ଼ାର ୫ ହଜାର ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଗୋଦାମକୁ ପ୍ରଦାନ କରାଯାଇଥିବା ବିରୋଧରେ କହିବା ସହିତ ଏହାଦ୍ବାରା ଫୁଲବାଣୀ ଏଫସିଆଇର ଶ୍ରମିକମାନେ ସେମାନଙ୍କ ରୋଜଗାର ହରାଉଛନ୍ତି ବୋଲି ଦାବି ଉପସ୍ଥାପନ କରିଥିଲେ। ସମ୍ପାଦକ ରଞ୍ଜନ କହଁର ସ୍ୱାଗତ ଭାଷଣ ଦେଇ ଅତିଥି ପରିଚୟ କରିଥିଲେ। ଭାରତୀୟ ମଜଦୁର ସଂଘର ସଂଗଠନ ସମ୍ପାଦକ କାହ୍ନୁଚରଣ ଦିଗାଲ ଧନ୍ୟବାଦ୍ ଅର୍ପଣ କରିଥିଲେ।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories