www.samajalive.in
Monday, December 15, 2025
17.1 C
Bhubaneswar

ବିଦ୍ୟାଳୟ ସ୍ତରୀୟ ଆବୃତ୍ତି ଓ ଲିଖନ ଓ ଶିଶୁ ଲେଖକ କର୍ମଶାଳା

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଡିଆଁଡେଇଁ ପ୍ରାଥମିକ ବିଦ୍ୟାଳୟ, ଶିଶୁ ଲେଖକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି କାର୍ଯକ୍ରମରେ ଭିକାରି ନାହାକ (ବିଦ୍ୟାଳୟ ପରିଚାଳନା କମିଟି ସଭାପତି ) ସଭାପତିତ୍ୱ କରିଥିବା ବେଳେ, ମୂଖ୍ୟ ଅତିଥି ଭାବେ ଗଞ୍ଜାମ ବ୍ଲକ୍ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବିଜୟ ଚନ୍ଦ୍ର ବେହେରା ଓ ସନ୍ମାନିତ ଅତିଥି ଭାବେ ଭାରପ୍ରାପ୍ତ ଅତିରିକ୍ତ ଶିକ୍ଷା ଅଧିକାରୀ ରୋହିତ କୁମାର ଦାସ, ସାଧନ କେନ୍ଦ୍ର ସଂଯୋଜକ ଅଭିରାମ ନାହାକ, ହୁମ୍ମା ସାଧନ କେନ୍ଦ୍ର ସଂଯୋଜକ ଦାମୋଦର ପଣ୍ଡା ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ କବି ତଥା ମୃଦଙ୍ଗ ବାଦକ ବିନୋଦ ବିହାରୀ ଦାସ, ଗ୍ରାମ ସଭାପତି ପୂର୍ଣ୍ଣ ଚନ୍ଦ୍ର ଦାସ ମଂଚାସୀନ ଥିଲେ।
ପଠନରେ ଶୁଭଙ୍କର ନାହାକ, ରୋହନ ଦଳାଇ, ରଶ୍ମିତା ଦଳାଇ, ବର୍ଷା ଦାସ, ପ୍ରତୀକ୍ଷା ଦାସ, ଲୋପାମୁଦ୍ରା ନାହାକ ଓ ଆବୃତ୍ତିରେ ରେଶମା ନାହାକ, ସ୍ୱାଗତ ନହାକ, ଅବିନାଶ ନାହାକ, ଦେବଚନ ନାହାକ ଗୁଦୁଲୁ ନାହାକ, ଲିଖନରେ ଲୋପାମୁଦ୍ରା, ରେଶମା, ଶୁଭଙ୍କର ଆଦି ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ନିଜ ଦକ୍ଷତାର ପରିଚୟ ଦେଇଥିଲେ।
ଭାଷା ଓ ସାହିତ୍ୟ ମାଧ୍ୟମରେ ପିଲାଙ୍କ ଭିତରେ ବିଭିନ୍ନ ଦକ୍ଷତା ବୃଦ୍ଧିର ଉଦ୍ଦେଶ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ପୂର୍ଣଚନ୍ଦ୍ର ବେହେରା, ଶିକ୍ଷକ ମନୋଜ କୁମାର ବେହେରା, ନିରଞ୍ଜନ ବେହେତା ପରିଚାଳନାରେ ସହଯୋଗ କରିଥିଲେ ।
ଶେଷରେ ପିଲାମାନଙ୍କୁ ଅତିଥିଙ୍କ ଦ୍ଵାରା ପ୍ରଶଂସା ପତ୍ର ଓ ପୁସ୍ତକ ପ୍ରଦାନ କରାଯିବା ସହ ଶ୍ରୀ ବିନୋଦ ବିହାରୀ ଦାସ ଙ୍କୁ ଆଞ୍ଚଳିକ ପ୍ରତିଭା ରୂପେ ସମ୍ମାନୀତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟରର ପ୍ରଧାନ ଶିକ୍ଷକଙ୍କ ସମେତ ଗ୍ରାମବାସୀମାନେ ଯୋଗ ଦେଇ କାର୍ଯ୍ୟକ୍ରମର ବହୁମୁଖୀ ଉଦ୍ଦେଶ୍ୟ ବୁଝିବା ସହିତ ଉପଭୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories