www.samajalive.in
Sunday, December 14, 2025
14.1 C
Bhubaneswar

ପ୍ରତ୍ୟେକ ଘରେ ତ୍ରିରଙ୍ଗା: ବଦଳିଲା ଫ୍ଲାଗ୍ କୋଡ୍, ଏଣିକି ଦିନରାତି ଉଡ଼ିବ ଜାତୀୟ ପତାକା

ଡେସ୍କ: ଦେଶରେ ଜାତୀୟ ପତାକା ତ୍ରିରଙ୍ଗା ଉଡାଇବା ନେଇ ଥିବା କେତେକ ନିୟମରେ ପରିବର୍ତ୍ତନ କରାଯାଇଛି। ଏହି ପରିବର୍ତ୍ତନ ଅନୁଯାୟୀ ଏଣିକି ଉଭୟ ଦିନ ଓ ରାତି ଜାତୀୟ ପତାକା ଉଡାଇ ହେବ ଏବଂ ମେସିନ ତିଆରି ଜାତୀୟ ପତାକା ବ୍ୟବହାର କରାଯାଇପାରିବ।

ସରକାର ‘ଆଜାଦୀ କା ଅମୃତ ମହୋତ୍ସବ’ର ଅଂଶ ଭାବରେ ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ‘ହର ଘର ତ୍ରିରଙ୍ଗା’ ଆରମ୍ଭ କରିବାକୁ ଯାଉଛନ୍ତି। ସମସ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗର ସଚିବମାନଙ୍କୁ ଲେଖିଥିବା ପତ୍ରରେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ଦର୍ଶାଇଛନ୍ତି ଯେ ଭାରତୀୟ ଜାତୀୟ ପତାକା ପ୍ରଦର୍ଶନ, ଉତ୍ତୋଳନ ଏବଂ ବ୍ୟବହାର ଫ୍ଲାଗ୍ କୋଡ୍ ଅଫ୍ ଇଣ୍ଡିଆ, ୨୦୦୨ ଏବଂ ଜାତୀୟ ସମ୍ମାନ ଆଇନ ୧୯୭୧ ଦ୍ୱାରା ପରିଚାଳିତ।

- Advertisement -

ଏଥିରେ ହୋଇଥିବା ସଂଶୋଧନ ଅନୁଯାୟୀ, ଖୋଲା ସ୍ଥାନରେ କିମ୍ବା ଜନସାଧାରଣଙ୍କ ଘରେ ପ୍ରଦର୍ଶନ ବେଳେ ଦିନରାତି ଜାତୀୟ ପତାକା ଉଡ଼ିପାରିବ। ଏହା ପୂର୍ବରୁ ପାଣିପାଗ ଯାହା ଥିଲେ ମଧ୍ୟ ସୂର୍ଯ୍ୟୋଦୟରୁ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ତ୍ରିରଙ୍ଗା ଉଡ଼ିବାକୁ ଅନୁମତି ଦିଆଯାଇଛି। ସେହିପରି ଜାତୀୟ ପତାକା ହାତ ବୁଣା କିମ୍ବା ଯନ୍ତ୍ରରେ ତିଆରି ହେବା ସହ ତାହା ସୂତା, ପଲିଷ୍ଟର, ପଶମ ଓ ରେଶମରେ ତିଆରି ହେବ ବୋଲି କୁହାଯାଇଛି। ପୂର୍ବରୁ ମେସିନ୍ ନିର୍ମିତ ଏବଂ ପଲିଷ୍ଟର ପତାକା ବ୍ୟବହାର କରିବାକୁ ଅନୁମତି ନ ଥିଲା।

ସ୍ୱାଧୀନ ଭାରତର ୭୫ ବର୍ଷକୁ ସ୍ମରଣ କରିବା ପାଇଁ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି। ନାଗରିକମାନଙ୍କୁ ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଉତ୍ସାହିତ କରିବା ପାଇଁ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ କରାଯାଇଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories