କଳିଙ୍ଗ ବିଦ୍ୟାପୀଠରେ ବିଦ୍ୟାର୍ଥୀ ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟକ୍ରମ
ଚୌଦ୍ୱାର: କଟକ ରାମକୃଷ୍ଣ ମିଶନ୍ ଓ ବିବେକାନନ୍ଦ ସେବା ସମିତି ମିଳିତ ଆନୁକୂଲ୍ୟରେ ଚୌଦ୍ୱାର କଳିଙ୍ଗ ନୋଡ଼ାଲ ବିଦ୍ୟାପୀଠରେ ବିଦ୍ୟାର୍ଥୀ ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌତମ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମିଶନ୍ ତରଫରୁ ସନ୍ୟାସୀ ରମେଶ ମହାରାଜ, ଡ.ପ୍ରଭାତୀ ମିତ୍ର, ଗୁରୁଚରଣ ଦାସ, ଓମ୍ ପ୍ରକାଶ ପଣ୍ଡା ପ୍ରମୁଖ ଯୋଗଦେଇ ସ୍ୱାମୀ ବିବେକନନ୍ଦଙ୍କ ଜୀବନୀ ଓ ଆଦର୍ଶ ସମ୍ପର୍କରେ ଆଲୋଚନା କରି ବିଶ୍ୱ ଆଧ୍ୟାତ୍ମିକ କ୍ଷେତ୍ରକୁ ତାଙ୍କର ମହତ୍ ଅବଦାନ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ ।
ଛାତ୍ରଛାତ୍ରୀ ମାନେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ ନିଜର ବ୍ୟକ୍ତିତ୍ୱ ବିକାଶ କରିବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ । ସମିତି ସମ୍ପାଦକ ସୁକାନ୍ତ କୁମାର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ସଂଯୋଜକ ଅକ୍ଷୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଛାତ୍ରୀ ଆଦ୍ୟାଶା ଦାସ, ପ୍ରୀତି ପ୍ରଯୋଜିତା ସାହୁ, ଶୋଭନା ରାଣୀ ପଣ୍ଡା, ସ୍ୱାତୀ ସ୍ୱାଇଁ, ମାଟା ମୋନିକା ଓ ଛାତ୍ର ସ୍ୱସ୍ତିକ ରଞ୍ଜନ ଭୁୟାଁ ସ୍ୱାମୀଜୀଙ୍କ ନୀତି ଓ ଆଦର୍ଶ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।ଏହି ଅବସରରେ ମିଶନ୍ ତରଫରୁ ଉପସ୍ଥିତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଆଧ୍ୟତ୍ମିକ ପୁସ୍ତକ ଓ ପତ୍ରିକା ପ୍ରଦାନ କରାଯାଇଥିଲା ।
Comments are closed.